୨୦୨୨ ଟି-୨୦ ବିଶ୍ୱକପ : ଚିହ୍ନଟ ହେଲା ୭ ଷ୍ଟାଡିୟମ, ଜାଣନ୍ତୁ କେଉଁଠାରେ ହେବ ଫାଇନାଲ

0 204

ମେଲବର୍ଣ୍ଣ: ଆସନ୍ତାବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଏବେଠାରୁ ୭ଟି ଭେନ୍ୟୁ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ଭାରତ ଟି-୨୦ ବିଶ୍ୱକପର ଆୟୋଜନ ୟୁଏଇରେ କରିଥିବା ବେଳେ ଏଥିରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଛି। ଆସନ୍ତାବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ଆୟୋଜନର ଦାୟିତ୍ୱ ଅଷ୍ଟ୍ରେଲିଆକୁ ମିଳିଛି। ଏଥିପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଏବେଠାରୁ ହିଁ ଫୁଲଦମରେ କାମରେ ଲାଗିପଡ଼ିଛି। ଆଇସିସି ଓ କ୍ରିକେଟ ଅଷ୍ଟ୍ରେଲିଆ ବିଶ୍ୱକପ ପାଇଁ ୭ଟି ପଡ଼ିଆ ଚିହ୍ନଟ କରିଛି। ଏହି ୭ ପଡ଼ିଆରେ ମୁଖ୍ୟ ମ୍ୟାଚ୍‌ ସହ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ଭଳି ଦଳ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ମଧ୍ୟ ଖେଳିବେ। ୨୦୨୦ରେ ଟି-୨୦ ବିଶ୍ୱକପ ଆୟୋଜନ ପାଇଁ ଅଷ୍ଟ୍ରେଲିଆ ଦାୟିତ୍ୱ ପାଇଥିଲା। କିନ୍ତୁ ମହାମାରୀ କରୋନା ପାଇଁ ଏହାକୁ ୨୦୨୨ରେ କଙ୍ଗାରୁ ଟିମ ଆୟୋଜନ କରିବାକୁ ଯାଉଛି। ଆସନ୍ତାବର୍ଷ ଅକ୍ଟୋବର ୧୬ରୁ ନଭେମ୍ବର ୧୩ ଯାଏ ଟି-୨୦ ବିଶ୍ୱକପ ଖେଳାଯିବ। ମୋଟ ୪୫ଟି ମ୍ୟାଚ୍‌ ଆଡିଲେଡ, ବ୍ରିସବେନ, ଗୀଲଙ୍ଗ, ହୋବାର୍ଟ, ମେଲବର୍ଣ୍ଣ, ପର୍ଥ ଓ ସିଡ୍‌ନୀରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଐତିହାସିକ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ସିଡ୍‌ନୀ ଓ ଆଡିଲେଡରେ ସେମି ଫାଇନାଲ ମ୍ୟାଚ୍‌ ଖେଳାଯିବ।

hiranchal ad1
Leave A Reply

Your email address will not be published.

three × 5 =