ଆଇସିସି ଟେଷ୍ଟ ମାନ୍ୟତା : ଦ୍ୱିତୀୟ ସ୍ଥାନକୁ ଉଠିଲେ ରୁଟ୍‌, ଜାଣନ୍ତୁ ଭାରତୀୟ ଖେଳାଳିଙ୍କ ସ୍ଥିତି

0 164

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଟେଷ୍ଟ ମାନ୍ୟତା ପ୍ରକାଶ କରିଛି । ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଏବଂ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପରେ ଆଇସିସି ଟେଷ୍ଟ ମାନ୍ୟତା ପ୍ରକାଶ କରିଛି । ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଏବଂ ପାକିସ୍ତାନ ଅଧିନାୟକ ବାବର ଆଜାମ ନୂତନ ଟେଷ୍ଟ ମାନ୍ୟତାରେ ଉନ୍ନତି ହୋଇଥିବା ବେଳେ ଦଳ ପରାଜୟର ସାମ୍ନା କରିଛି ।
ଆଇସିସି ଟେଷ୍ଟ ମାନ୍ୟତାରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଚତୁର୍ଥରୁ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ବାବର ଆଜାମ ମଧ୍ୟ ଦୁଇଟି ସ୍ଥାନକୁ ଡେଇଁଛନ୍ତି । ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ପୂର୍ବରୁ ସେ ଦଶମ ସ୍ଥାନରେ ରହିଥିଲେ, ବର୍ତ୍ତମାନ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି । ଏଥି ସହିତ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ୍‌, ମାର୍ନସ୍‌ ଲାବୁସେନ ଏବଂ ଡେଭିଡ ୱାର୍ନରଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଡିକକ୍‌ଙ୍କୁ ଗୋଟିଏ ସ୍ଥାନ ତଳକୁ ଖସିବାକୁ ପଡିଛି ।
ସେହିପରି ଆଇସିସି ଟେଷ୍ଟ ବୋଲିଂ ର଼୍ୟାଙ୍କିଙ୍ଗରେ ଶ୍ରେଷ୍ଠ ୫ରେ କୌଣସି ପରିବର୍ତ୍ତନ ହୋଇନାହିଁ, କିନ୍ତୁ ଜେମ୍ସ ଆଣ୍ଡରସନ ସପ୍ତମରୁ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଜେସନ ହୋଲଡର ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛି । ସେ ଏକାଦଶରୁ ୯ମ ସ୍ଥାନକୁ ଉନ୍ନତି ହୋଇଛନ୍ତି । ଭଲ ବୋଲିଂ ସତ୍ତେ୍ୱ୍ୱ ଜସପ୍ରୀତ ବୁମରା ୯ମରୁ ଦଶମ ସ୍ଥାନକୁ ଖସି ଆସିଛନ୍ତି । ଏଥି ସହିତ ଅଲରାଉଣ୍ଡର ମାନ୍ୟତାର ଶ୍ରେଷ୍ଠ ୧୦ରେ ପରିବର୍ତ୍ତନ ଆସିଛି, ଯେଉଁଠାରେ ରବିନ୍ଦ୍ର ଜାଡେଜା ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି ।

hiranchal ad1
Leave A Reply

Your email address will not be published.

8 + three =