ଆଇସିସି ଟେଷ୍ଟ ଚାମ୍ପିଅନସିପରେ ଭାରତୀୟ ଖେଳାଳିଙ୍କ ଜଲୱା

0 96

ନୂଆଦିଲ୍ଲୀ : ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ୨୦୨୧-୨୦୨୩ ଜାରି ରହିଛି । ଏଥିରେ ଭାରତୀୟ ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିଛି । ଏହି ଟୁର୍ଣ୍ଣାମେଣ୍ଟରେ ଜସପ୍ରୀତ ବୁମ୍ରା ସର୍ବାଧିକ ୱିକେଟ୍‌ ନେଇଥିବାବେଳେ ୠଷଭ ପନ୍ତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ପଛରେ ପକାଇ ଶ୍ରେଷ୍ଠ ୫ ବ୍ୟାଟ୍ସମ୍ୟାନ ତାଲିକାରେ ପ୍ରବେଶ କରିଛନ୍ତି । ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଜସପ୍ରୀତ ବୁମ୍ରା ୫ ୱିକେଟ୍‌ ନେଇଥିବାବେଳେ ସେ ଦ୍ୱିତୀୟ ଇନିଂସରେ ଗୋଟିଏ ୱିକେଟ୍‌ ନେଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଇନିଂସରେ ୩୯ ରନ ସ୍କୋର କରିବା ପରେ ଦ୍ୱିତୀୟ ଇନିଂସରେ ୨୮ ଟି ବଲରେ ଅର୍ଦ୍ଧଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି । ଭାରତ ପାଇଁ ଟେଷ୍ଟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରିବାରେ ପନ୍ତ ବର୍ତ୍ତମାନ ଦ୍ରୁତତମ ବ୍ୟାଟ୍ସମ୍ୟାନ୍‌ ହୋଇପାରିଛନ୍ତି, କିନ୍ତୁ ଡେ ନାଇଟ୍‌ ଟେଷ୍ଟରେ ଏ ପର୍ଯ୍ୟନ୍ତ ବିଶ୍ୱର କୌଣସି ବ୍ୟାଟ୍ସମ୍ୟାନ ଏମିତି କରିପାରିନାହାନ୍ତି । ଏହି ଦୁଇଟି ଇନିଂସ ଆଧାରରେ ପନ୍ତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଶ୍ରେଷ୍ଠ ୫ ବ୍ୟାଟ୍ସମ୍ୟାନ୍‌ରେ ସ୍ଥାନ ପାଇଛନ୍ତି ।
ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଦ୍ୱିତୀୟ ସଂସ୍କରଣରେ ଜସପ୍ରୀତ ବୁମ୍ରା ୯ ଟି ମ୍ୟାଚରୁ ୩୮ ୱିକେଟ୍‌ ନେଇ ଶୀର୍ଷରେ ଅଛନ୍ତି । ବୁମରା ତିନିଥର ପାଞ୍ଚ ୱିକେଟ୍‌ ନେଇଛନ୍ତି ଏବଂ ଏହି ସମୟ ମଧ୍ୟରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୨୪ ପାଇଁ ୫ ହୋଇଛି, ଯାହା ସେ ନିକଟରେ ଶ୍ରୀଲଙ୍କା ବିପକ୍ଷରେ କରିଥିଲେ । ଜସପ୍ରୀତ ବୁମ୍ରାଙ୍କ ସହ ମହମ୍ମଦ ଶାମି ମଧ୍ୟ ଶ୍ରେଷ୍ଠ ୫ ବୋଲରଙ୍କ ମଧ୍ୟରେ ଅଛନ୍ତି, ତାଙ୍କ ନାମରେ ୩୦ ୱିକେଟ୍‌ ଅଛି । ଅନ୍ୟ ତିନି ଖେଳାଳିଙ୍କ ବିଷୟରେ କହିବାକୁ ଗଲେ ଇଂଲଣ୍ଡର ଓଲି ରବିନ୍ସନ୍‌ ୩୨ ୱିକେଟ୍‌ ସହ ଦ୍ୱିତୀୟ, ପାକିସ୍ତାନର ଶାହିନ୍‌ ଆଫ୍ରିଦି ଏବଂ ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ୩୦-୩୦ ୱିକେଟ୍‌ ନେଇ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ।
ଶ୍ରୀଲଙ୍କା ବିପକ୍ଷ ଚାଲିଥିବା ଟେଷ୍ଟ ସିରିଜରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଭଲ ପ୍ରଦର୍ଶନ କରିପାରିନଥିଲେ, ଏହି କାରଣରୁ ସେମାନେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଟପ୍‌ ୫ ଖେଳାଳିଙ୍କ ତାଲିକାରୁ ବାଦ ପଡିଛନ୍ତି । ଏଥିସହିତ ଭାରତୀୟ ୱିକେଟ୍‌ କିପର ଋଷଭ ପନ୍ତ ୫୧୭ ରନ୍‌ ସହ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ୫୪୧ ରନ୍‌ ସହ କେଏଲ ରାହୁଲ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଅନ୍ୟପକ୍ଷରେ ଜୋ ରୁଟ୍‌ ୧୦୦୮ ରନ୍‌ ସହ ଶୀର୍ଷରେ ଅଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − 9 =