ICC WTC ପଏଣ୍ଟ ଟେବୁଲ : ଶୀର୍ଷରେ ଭାରତ, ଦ୍ୱିତୀୟ ସ୍ଥାନରେ ରହିଛି ଏହି ଦଳ

0 114

ନୂଆଦିଲ୍ଲୀ : ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଶେଷ ହେବା ପରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ(ଡବ୍ଲ୍ୟୁଟିସି)ର ପଏଣ୍ଟ ତାଲିକା ଘୋଷଣା କରିଛି । ପଏଣ୍ଟ ଟେବୁଲ ଅନୁଯାୟୀ ଭାରତ ଶୀର୍ଷରେ ରହିଛି । ଗତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଟିମ୍ ଇଣ୍ଡିଆ ଦୀର୍ଘ ସମୟ ଧରି ଶୀର୍ଷରେ ରହିଥିଲା । ଦଳ ଏକନମ୍ବରରେ ରହି ଫାଇନାଲରେ ପ୍ରବେଶ କରିଥିଲା କିନ୍ତୁ କିନ୍ତୁ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଅନ୍ତିମ ମ୍ୟାଚ୍ ହାରି ଯାଇଥିଲା ।
ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୧-୨୩ ପଏଣ୍ଟ ଟେବୁଲରେ ଭାରତୀୟ ଦଳ ଶୀର୍ଷରେ ରହିଥିବା ଟିମ୍ ଇଣ୍ଡିଆ ଗୋଟିଏ ମ୍ୟାଚ୍ ଜିତିଥିବାବେଳେ ଗୋଟିଏ ମ୍ୟାଚ୍ ଡ୍ର କରିଛି । ଦୁଇ ନମ୍ବରରେ ପାକିସ୍ତାନର ଦଳ ରହିଛି । ଦଳ ଗୋଟିଏ ମ୍ୟାଚ ଜିତିଛି । ତୃତୀୟ ସ୍ଥାନରେ ୱେଷ୍ଟଇଣ୍ଡିଜ୍ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ବିଜୟର ଖାତା ଖୋଲିଛି । ଭାରତ ବିପକ୍ଷ ଟେଷ୍ଟ ସିରିଜ ଖେଳୁଥିବା ଇଂଲଣ୍ଡ ଦଳ ଚତୁର୍ଥ ସ୍ଥାନରେ ରହିଛି । ଡବ୍ଲ୍ୟୁଟିସିର ଏହି ନୂତନ ରାଉଣ୍ଡରେ ଇଂଲଣ୍ଡ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଜିତି ନାହିଁ ।

hiring


ଭାରତୀୟ ଦଳ ବର୍ତ୍ତମାନ ୧୪ ପଏଣ୍ଟ ପାଇଛି । ଯଦି ଦଳକୁ ରନରେଟ୍ ପେନାଲ୍ଟି ଲାଗିନଥାନ୍ତା, ତେବେ ଟିମ୍ ଇଣ୍ଡିଆରେ ଆକାଉଣ୍ଟରେ ୧୬ ପଏଣ୍ଟ ଥାନ୍ତା, କାରଣ ଡ୍ର ମ୍ୟାଚ୍ ପାଇଁ ପ୍ରତ୍ୟେକ ଦଳକୁ ୪ ପଏଣ୍ଟ ଲେଖାଏଁ ମିଳିଥାଏ ଏବଂ ଭାରତକୁ ମଧ୍ୟ ଚାରି ପଏଣ୍ଟ ମିଳିଥାନ୍ତା । କିନ୍ତୁ ସ୍ଲୋ ବୋଲିଂ ହାର ପାଇଁ ଉଭୟ ଦଳକୁ ୨ ପଏଣ୍ଟ ଲେଖାଏଁ କ୍ଷତି ସହିବାକୁ ପଡିଥିଲା । ପାକିସ୍ତାନର ଆକାଉଣ୍ଟରେ ୧୨ ପଏଣ୍ଟ ରହିଛି ଏବଂ ସମାନ ସଂଖ୍ୟକ ପଏଣ୍ଟ ୱେଷ୍ଟଇଣ୍ଡିଜ ଦଳର ଆକାଉଣ୍ଟରେ ଅଛି । ଏଥି ସହିତ ଇଂଲଣ୍ଡ ଦଳର ମାତ୍ର ଦୁଇଟି ପଏଣ୍ଟ ରହିଛି ।

hiranchal ad1
Leave A Reply

Your email address will not be published.

5 × five =