ଟେଷ୍ଟ ଗଲା,ଦିନିକିଆ ବି ଗଲା : ଦୁଇଟିଯାକ ସିରିଜରେ ହାରିଲା ଭାରତ

0 80

ପାର୍ଲ : ଟେଷ୍ଟ ଗଲା,ଦିନିକିଆ ବି ଗଲା । ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ଦୁଇଟିଯାକ ସିରିଜ ହାରିଲା । ଏହା ଭାରତୀୟ ପ୍ରଶଂସକମାନଙ୍କୁ ଭୀଷଣଭାବରେ ମର୍ମାହତ କରିଛି । ଆଜି ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ଘରୋଇ ଦଳଠାରୁ ୭ ୱିକେଟରେ ପରାସ୍ତ ହୋଇଛି । ପ୍ରଥମ ଦିନିକିଆରେ ଭାରତ ୩୧ ରନରେ ହାରିଥିଲା । ଏଥିସହିତ ଘରୋଇ ଦିନିକିଆ ସିରିଜରେ ୨-୦ରେ ଆଗୁଆ ରହିବା ସହ ସିରିଜ ଜିତିନେଇଛି ।
ଦ୍ୱିତୀୟ ଦିନିକିଆରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୨୮୭ ରନ ସଂଗ୍ରହ କରିଥିଲା ଭ୍ରମଣକାରୀ ଦଳ । ଜବାବରେ ଘରୋଇ ଦକ୍ଷିଣ ଆଫ୍ରିକା ୪୮.୧ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ୨୮୮ ରନ ସଂଗ୍ରହ କରିନେଇଛି । ଦଳ ପକ୍ଷରୁ ୨ ଓପନର ଜାନେମନ୍‌ ମଲାନ୍‌ ଏବଂ କ୍ୱିଣ୍ଟନ୍‌ ଡି କକ୍‌ ଚମତ୍କାର ଆରମ୍ଭ କରିଥିଲେ । ପ୍ରଥମ ୱିକେଟ ପାଇଁ ଉଭୟ ୧୩୨ ରନ କରିଥିଲେ । ଡି କକ୍‌ ବ୍ୟକ୍ତିଗତ ଭାବେ ୭୮ ରନ କରି ଆଉଟ ହୋଇଥିବା ବେଳେ ମଲାନ୍‌ ୯୧ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଅଧିନାୟକ ଟେମ୍ବା ବାଭୁମା ୩୫ ରନ କରି ଆଉଟ ହୋଇଛନ୍ତି । ଏଡେନ୍‌ ମାର୍କରମ୍‌ ୩୭ ଏବଂ ଭାନ୍‌ ଡର୍‌ ଡୁସେନ୍‌ ୩୭ ରନ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ୧୦ ଓଭରରେ ୩୭ରନ ଦେଇ ଗୋଟିଏ ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୧୦ ଓଭରରେ ୬୮ ରନ, ଯୁଜବେନ୍ଦ୍ର ଚହଲ ୧୦ ଓଭରରେ ୪୭ରନ ଦେଇ ୧ ୱିକେଟ, ଶାର୍ଦ୍ଧୁଲ ଠାକୁର ୫ ଓଭରରେ ୩୫ ରନଦେଇ ୧ ୱିକେଟ, ଭୁବନେଶ୍ୱର କୁମାର ୮ ଓଭରରେ ୬୭ରନ, ଶ୍ରେୟସ ଆୟର ୦.୧ ଓଭରରେ ୧ ରନ ଏବଂ ଭେଙ୍କଟେଶ୍‌ ଆୟର ୫ ଓଭରରେ ୨୮ ରନ ଦେଇଛନ୍ତି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୨୮୭ ରନ କରିଥିଲା ଟିମ୍‌ ଇଣ୍ଡିଆ । ଘରୋଇ ଦକ୍ଷିଣ ଆଫ୍ରିକାକୁ ଜିତିବାକୁ ୨୮୮ ରନ ଆବଶ୍ୟକ ଥିଲା । ଅଧିନାୟକ ଲୋକେସ ରାହୁଲ ଏବଂ ଋଷଭ ପନ୍ତଙ୍କ ଦମଦାର ଅର୍ଦ୍ଧଶତକ ବଳରେ ସାଉଥ୍‌ ଆଫ୍ରିକାକୁ ବଡ ଟାର୍ଗେଟ୍‌ ଦେଇଥିଲା ଭାରତ । ଶେଷରେ ଶାର୍‌ଦ୍ଦୁଲ ଠାକୁରଙ୍କ ଜବରଦସ୍ତ ଇନିଂସ ଦଳ ପାଇଁ ବେଶ୍‌ ସହାୟକ ହୋଇଥିଲା । ଓପନର ଲୋକେସ ରାହୁଲ ଏବଂ ଶିଖର ଧାୱନ ଭଲ ଆରମ୍ଭ କରିଥିଲେ । ଧାୱନ ସେଟ୍‌ ହୋଇସାରିଥିଲେ ସୁଦ୍ଧା ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ସେ ୨୯ ରନ କରି ଆଉଟ ହୋଇଥିବା ବେଳେ ନିରାଶ କରିଥିଲେ ବିରାଟ କୋହଲି । ସେ ଖାତା ଖୋଲିବା ପୂର୍ବରୁ ହିଁ ପ୍ୟାଭିଲିୟନ୍‌ ଫେରିଥିଲେ । ଅନ୍ୟପଟେ ଅଧିନାୟକ ଲୋକେସ ରାହୁଲ ୫୫ ରନ କରି ଆଉଟ ହୋଇଥିଲେ । ବ୍ୟକ୍ତିଗତ ଭାବେ ୮୫ ରନ କରିଥିବା ପନ୍ତ ଶତକରୁ ବଞ୍ଚିତ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

5 × 3 =