ଇଣ୍ଡିଜକୁ ୬ ୱିକେଟରେ ହରାଇଲା ଭାରତ

0 67

କୋଲକାତା,୧୬/୭ : ଆଜି ଏଠାରେ ଅନୁଷ୍ଠିତ ଭାରତ-େଓଷ୍ଟ ଇଣ୍ଡିଜ ପ୍ରଥମ ଟି-୨୦ ମ୍ୟାଚ ବେଶ୍‌ ରୋମାଞ୍ଚକର ଥିଲା । ଭାରତେ ଟସ ଜିତି ୱେଷ୍ଟ ଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଏବଂ ଅତିଥି ଦଳ ସମସ୍ତ ୨୦ ଓଭର ଖେଳି ୭ ୱିକେଟ ବିନିମୟରେ ୧୫୭ ରନ କରି ଭାରତ ଆଗରେ ୧୫୮ ରନର ବିଜୟ ଟାର୍ଗେଟ ରଖିଥିଲା । ଭାରତ ଏହି ଟାର୍ଗେଟକୁ ୪ୱିକେଟ ବିନିମୟରେ ପୂରଣ କରିନେଇଥିଲା । ୧୮.୫ ଓଭରରେ ୪ ୱିକେଟ ବିନିମୟରେ ଭାରତ ୧୬୨ ରନ କରି ବିଜୟ ହାସଲ କରିଛି । ଏଥିସହିତ ଭାରତ ଏହି ତିନି ଟିକିଆ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ରୋହିତ ଶର୍ମା ୪୦, ଈଶାନ କିଷନ ୩୫,ବିରାଟ କୋହଲି ୧୭,ଋଷଭ ପନ୍ତ ୮, ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟେଶ ଆୟର ଯଥାକ୍ରମେ ୩୪ ଓ ୨୪ ନଟଆଉଟ ଥିଲେ ।
ପ୍ରଥମ ଓଭରରେ ଅଭିଜ୍ଞ ଭୁବନେଶ୍ୱର କୁମାର ୪ ରନ୍‌ କରିଥିବା ବ୍ରାଣ୍ଡନ କିଙ୍ଗଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ । ଏହାପରେ କାୟେଲ ମେୟର୍ସ ଓ ପୁରନ ସ୍ଥିତି ସମ୍ଭାଳିଥିଲେ । ଉଭୟ ଦ୍ୱିତୀୟ ୱିକେଟ ପାଇଁ ୪୭ ରନ୍‌ ଯୋଡି ଥିଲେ । ଦଳୀୟ ସ୍କୋର ୫୧ ଥିବା ବେଳେ ବ୍ୟକ୍ତିଗତ ୩୧ ରନ୍‌ କରି ମେୟର୍ସ ଲେଗସ୍ପିନର ୟୁଜଭେନ୍ଦର ଚହଲଙ୍କ ବଲରେ ଆଉଟ ହୋଇଥିଲେ । ଆଜିର ମ୍ୟାଚ୍‌ରେ ଡେବ୍ୟୁ କରିଥିବା ରବି ବିଷ୍ଣୋଇ ଚମତ୍କାର ବୋଲିଂ କରି ପ୍ରଥମେ ରୋଷ୍ଟନ ଚେଜ୍‌(୪) ଓ ରୋଭମାନ ପାୱେଲ(୨)ଙ୍କୁ ସମାନ ଓଭରରେ ପ୍ୟାଭିଲିୟନ ପଠାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ । ଗୋଟିଏ ପଟେ ୱିକେଟ ଝଡୁଥିଲେ ମଧ୍ୟ ଅନ୍ୟପଟେ ପୁରନ ବଡ ଶଟ ଖେଳି ଚାଲିଥିଲେ । ତାଙ୍କୁ କିଛି ସମୟ ଅକେଲା ହୁସେନ (୧୦) ସାଥ ଦେଇଥିଲେ । ହେଲେ ତାଙ୍କୁ ଦୀପକ ଚହର ଆଉଟ କରି ଦେଇଥିଲେ । ଏହି ସମୟରେ ଇଣ୍ଡିଜ ୯୦ ରନ୍‌ରେ ୫ ୱିକେଟ ହରାଇଥିଲା । ହେଲେ ପୁରନ ଓ ପୋଲାର୍ଡ ଇନିଂସକୁ ଆଗକୁ ନେଇଥିଲେ । ଏଥିସହ ପୁରନ ନିଜ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ । ୬ଷ୍ଠ ୱକେଟ ପାଇଁ ସେ ପୋଲାର୍ଡଙ୍କ ସହ ମିଶି ୪୫ ରନ୍‌ ମଧ୍ୟ ଯୋଡିଥିଲେ । ଦଳୀୟ ସ୍କୋର ୧୩୫ ଥିବା ବେଳେ ବଡ ଶଟ ଖେଳିବା ଲୋଭରେ ପୁରନ(୬୧) ହର୍ଷଲ ପଟେଲଙ୍କ ବଲରେ ଆଉଟ ହୋଇଥିଲେ । ଆଉଟ ହେବା ପୂର୍ବରେ ସେ ୪ଟି ଚୌକା ଓ ୫ଟି ବିଶାଳ ଛକା ବଳରେ ୬୧ ରନ୍ର ଇନିଂସ ଖେଳିଥିଲେ । ଶେଷ ଭାଗରେ ପୋଲାର୍ଡ ଅପରାଜିତ ୧୯ ବଲରେ ୨୪ କରିବାରୁ ଇଣ୍ଡିଜ ୧୫୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଇନିଂସରେ ଶେଷ ବଲରେ ହର୍ଷଲ ପଟେଲ ୪ ରନ୍‌ କରିଥିବା ଓଡେନ ସ୍ମିଥଙ୍କୁ ରୋହିତ ଶର୍ମାଙ୍କୁ ଆଉଟ କରିଥିଲେ । ଭାରତ ପକ୍ଷରୁ ବେିଷ୍ଣାଇ ଓ ହର୍ଷଲ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ଚହଲ, ଦୀପକ ଚହର ଓ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି ।

hiranchal ad1
Leave A Reply

Your email address will not be published.

1 × 4 =