ପ୍ୟାରିସ ପାରା ଆଲିମ୍ପିକ୍ସରେ ଭାରତର ବିଜୟ ଅଭିଯାନ

0 52

ପ୍ୟାରିସ : ପ୍ୟାରିସରେ ଚମକିଛନ୍ତି ଭାରତର ଦୁଇ ସୁନା ଝିଅ I ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ବିଜୟ ଅଭିଯାନ ଆରମ୍ଭ ହୋଇଛି। ଅଲମ୍ପିକ୍ସରେ ପୁଣି ଥରେ ନିଜର ଦବଦବା ଜାହିର କରିଛନ୍ତି ଅବନୀ ଲେଖେରା । ଶୁକ୍ରବାର ଭାରତକୁ ଦୁଇ ଦୁଇଟି ପଦକ ମିଳିଛି । ୧୦ ମିଟର ବନ୍ଧୁକ ଚାଳନାରେ ଅବନୀ ସ୍ୱର୍ଣ୍ଣ ଜିତିଥିବା ବେଳେ ମୋନା ଅଗ୍ରୱାଲ କାଂସ୍ୟ ପଦକ ଜିତି ଦେଶର ଗୌରବ ବଢ଼ାଇଛନ୍ତି ।

ପ୍ୟାରିସରେ ଆରମ୍ଭ ହୋଇଥିବା ପାରା ଅଲିମ୍ପିକ୍ସରେ ଭାରତର ଧୃତ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଫଳରେ ଗୋଟିଏ ଦିନରେ ଦେଶକୁ ଦୁଇଟି ପଦକ ଭେଟି ଦେଇଛନ୍ତି ଏହି ଖେଳାଳି । ୧୦ ମିଟର ରାଇଫଲ୍ ଶୁଟିଂ ଇଭେଣ୍ଟରେ ଅବନୀ ୨୪୭.୭ ସ୍କୋର କରିଛନ୍ତି । ସେହିପରି ମୋନା ଅଗ୍ରୱାଲ ୨୨୮.୭ ସ୍କୋର କରିଛନ୍ତି ।

hiring

ଅବନୀ ଲଗାତର ଦ୍ୱିତୀୟ ଥର ପାଇଁ ଏହି ସଫଳତା ହାସଲ କରିଛନ୍ତି । ଗତ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ସେ ବନ୍ଧୁକ ଚାଳନାରେ ସ୍ୱର୍ଣ୍ଣ ଜିତିଥିଲେ । ଏହି ଦୁଇ ପଦକ ସହ ଚଳିତ ପାରାଅଲିମ୍ପିକ୍ସରେ ଭାରତର ଖାତା ଖୋଲିଛି । ଭାରତ ପାଖରେ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ରହିଛି । ୨୨ ବର୍ଷୀୟ ଅବନୀ ଫାଇନାଲରେ ୨୪୯.୭ ଅଙ୍କ ହାସଲ କରିଥିଲେ, ଯାହା ପାରାଅଲିମ୍ପିକ୍ସର ରେକର୍ଡ I ଏବେ ସେ ନିଜ ଟାଇଟଲ୍ ବଜାୟ ରଖିବାରେ ସଫଳ ହୋଇଛନ୍ତି । ଅବନୀ ପାରାଅଲିମ୍ପିକ୍ସରେ ଦୁଇ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ଏଥଲେଟ୍। ଏହାସହ କ୍ରମାଗତ ଭାବେ ଦୁଇଟି ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ମଧ୍ୟ ପ୍ରଥମ। ଅବନୀଙ୍କ ନାଁରେ ମୋଟ ୩ଟି ପାରାଅଲିମ୍ପିକ୍ସ ପଦକ ରହିଛି ।

ପାରାଅଲିମ୍ପିକ୍ସ ଖେଳରେ ସ୍ୱର୍ଣ୍ଣ ଜିତିଥିବା ଅବନୀଙ୍କୁ ପିଏମ୍ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ପିଏମ୍ ମୋଦୀ ଲେଖିଛନ୍ତି, ଭାରତ ପାରାଅଲିମ୍ପିକ୍ସ ୨୦୨୪ରେ ପଦକ ଖାତା ଖୋଲିଛି। ଅବନୀ ଲେଖରାଙ୍କୁ ୧୦ ମିଟର ଏୟାର ରାଇଫଲ୍ ଏସ୍‌ଏଚ୍‌ ୧ରେ ସ୍ୱର୍ଣ୍ଣ ଜିତିଥିବାରୁ ଅନେକ ଅନେକ ଶୁଭେଚ୍ଛା ।

hiranchal ad1
Leave A Reply

Your email address will not be published.

fifteen + twenty =