ଆଇପିଏଲରେ ଏହି ଦଳ ପକ୍ଷରୁ ଖେଳିବାକୁ ରାୟୁଡୁଙ୍କ ଇଚ୍ଛା

0 44

ନୂଆଦିଲ୍ଲୀ : ଆଇପିଏଲ-୨୦୨୨ ପାଇଁ ଆଉ କିଛି ଦିନ ପରେ ମେଗା ନିଲାମ ହେବ । ଏଥିରେ ବହୁ ବହୁ ବଡ ବଡ ଖେଳାଳିଙ୍କ ନିଲାମରେ ସାମିଲ ହେବେ । ଏଥର ଦୁଇ ନୂଆ ଆଇପିଏଲ ଟିମ୍‌ ପଡିଆକୁ ଓହ୍ଲାଇବେ । ପ୍ରଥମର ଆଠ ଟିମ୍‌ ନିଜର ରିଟେନ ଖେଳାଳିଙ୍କ ଲିଷ୍ଟ ବିସିସିଆଇ ନିକଟରେ ଦାଖଲ କରିସାରିଲେଣି । ଚେନ୍ନାଇ ସୁପରକିଙ୍ଗ୍‌ସ (ସିଏସ୍‌କେ) ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁଙ୍କୁ ରିଟେନ କରିନାହିଁ । କିନ୍ତୁ ଏହି ଖେଳାଳିଙ୍କୁ ମେଗା ଆକ୍ସନରେ ଦଳ କିଣିବାକୁ ଚେଷ୍ଟା କରିପାରେ । ସିଏସକେ ରବିନ୍ଦ୍ର ଜାଡେଜା, ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ମୋଇନ ଅଲ୍ଲୀ ଓ ଋତୁରାଜ ଗାୟକ୍ୱାଡଙ୍କୁ ରିଟେନ କରିଛି ।
ରାୟୁଡୁ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ମୋ ସହିତ ସିଏସକେ ପକ୍ଷରୁ କୌଣସି ଆଲୋଚନା କରାଯାଇନାହିଁ । ସିଏସକେ ପକ୍ଷରୁ ଖେଳିବାକୁ ନେଇ ରାୟୁଡୁ କହିଛନ୍ତି ମୋର ସିଏସକେ ସହିତ ଖାସ୍‌ ରହି ଆସିଛି । ମୁଁ ଦଳ ପକ୍ଷରୁ ଖେଳିବା ମଧ୍ୟରେ ଆମେ ଏ ପର୍ଯ୍ୟନ୍ତ ଦୁଇଟି ଆଇପିଏଲ ଟ୍ରଫି ଜିତି ସାରିଛୁ ଓ ଥରେ ଫାଇନାଲରେ ପହଞ୍ଚିଛୁ । ୨୦୧୮ ସିଏସକେ ପାଇଁ ଖାସ୍‌ ସିଜିନ ଥିଲା । ସିଏସ୍‌କେ ପାଇଁ କମବ୍ୟାକ୍‌ ସିଜିନ ଓ ଆମେ ଆଇପିଏଲ ଜିତିବା ଆହୁରି ଖାସ ହୋଇଥିଲା ।

hiranchal ad1
Leave A Reply

Your email address will not be published.

2 × four =