ପ୍ରତୀକ୍ଷାର ଅନ୍ତ : ଆଇପିଏଲରେ ଦର୍ଶକ ଏଣ୍ଟ୍ରିକୁ ମିଳିଲା ସବୁଜ ସଙ୍କେତ

0 64

ନୂଆଦିଲ୍ଲୀ,୨୩/୩ : ଆଇପିଏଲ-୨୦୨୨ ଆରମ୍‌ଭ ହେବାକୁ ଆଉ ମାତ୍ର ତିନି ଦିନ ବାକିଥିବା ବେଳେ କ୍ରିକେଟପ୍ରେମୀଙ୍କ ପାଇଁ ଆସିଛି ଏକ ଭଲ ଖବର । ଦର୍ଶକମାନଙ୍କୁ ମିଳିଛି ଷ୍ଟାଡିୟମ ପ୍ରବେଶ ଅନୁମତି । ଅର୍ଥାତ,କ୍ରିକେଟପ୍ରେମୀମାନେ ଷ୍ଟାଡିୟମ ଭିତରେ ବସି ସିଧାସଳଖ ଖେଳ ଦେଖିବେ ଏବଂ ପ୍ରିୟ ଖେଳାଳିମାନଙ୍କୁ ଉତ୍ସାହିତ କାରିପାରିବେ । ବିସିସିଆଇ ଦର୍ଶକଙ୍କ ଏଣ୍ଟ୍ରିକୁ ସବୁଝ ସଙ୍କେତ ଦେଇଛି । ଆଇପିଏଲର ୧୫ତମ ସଂସ୍କରଣର ମହାରାଷ୍ଟ୍ରରେ ଖେଳାଯିବ । ମୁମ୍ବାଇରେ ୫୫ଟି ଲିଗ୍‌ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ପୁଣରେ ୧୫ଟି ମ୍ୟାଚ୍‌ ଅନୁଷ୍ଠିତ ହେବ । ଏହି ମ୍ୟାଚ୍‌ ଗୁଡିକ ଦେଖିବା ପାଇଁ ଷ୍ଟାଡିୟମକୁ ଦର୍ଶକମାନେ ଯାଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ ୨୫% ଲୋକଙ୍କୁ ଷ୍ଟାଡିୟମ ଭିତରକୁ ଯିବାକୁ ଅନୁମତି ମିଳିବ । ଆଜିଠାରୁ ହିଁ ବିସିସିଆଇ ଲୋକଙ୍କ ପାଇଁ ଟିକେଟ କିଣିବାର ବ୍ୟବସ୍ଥା ଆରମ୍ଭ କରିଛି । ଲୋକମାନେ ଦିନ ୧୨ଟାରୁ ଟିକେଟ କିଣିବା ମଧ୍ୟ ଆରମ୍ଭ କରିଛନ୍ତି । ଦର୍ଶକଙ୍କୁ ଅନୁମତି ମଳିଥିଲେ ହେଁ ସମସ୍ତଙ୍କୁ କୋଭିଡ ପ୍ରୋଟକଲ ପାଳନ କରିବାକୁ କୁହାଯାଇଛି । ଆଇପିଏଲର ୧୫ଶ ସଂସ୍କରଣର ଉଦଘାଟନୀ ମ୍ୟାଚ୍‌ ଡିଫେଣ୍ଡିଂ ଚାମ୍ପିୟନ୍‌ ଚେନ୍ନାଇ ସୁପର୍‌ କିଙ୍ଗସ୍‌ ଓ ରନର୍ସଅପ୍‌ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୬ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଖେଳାଯିବ । ଆଇପିଏଲ୍‌-୨୦୨୨ରେ ମୋଟ ୭୦ଟି ମ୍ୟାଚ୍‌ ଖେଳାଯିବ । ସବୁ ମ୍ୟାଚ୍‌ ଗୁଡିକ ମୁମ୍ବାଇର ତିନୋଟି ଭେନ୍ୟୁ ଓ ପୁନେର ଗୋଟିଏ ଭେନ୍ୟୁରେ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟ ୬୫ ଦିନ ଧରି ହେବ ଓ ୪ଟି ପ୍ଲେ-ଅଫ୍‌ ମ୍ୟାଚ୍‌ ହେବ । ପ୍ଲେ-ଅଫ୍‌ ମୁକାବିଲାର ସିଡ୍ୟୁଲ୍‌ ପରେ ଜାରି କରାଯିବ । ଫାଇନାଲ୍‌ ମ୍ୟାଚ୍‌ ମେ’ ୨୯ ତାରିଖରେ ଖେଳାଯିବ । ଏଥର ୧୦ଟି ଟିମକୁ ୨ଟି ଗ୍ରୁପରେ ଭାଗ କରାଯାଇଛି । ଏଥର ଆଇପିଏଲରେ ୧୨ଟି ଡବଲ୍‌ ହେଡର୍‌ (ଗୋଟିଏ ଦିନରେ ଦୁଇଟି ମ୍ୟାଚ୍‌) ହେବ । ପ୍ରଥମ ଡବଲ୍‌ ହେଡର୍‌ ମାର୍ଚ୍ଚ ୨୭ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍‌ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସେହିଦିନ ଦ୍ୱିତୀୟ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ସନ୍ଧ୍ୟାରେ ଖେଳାଯିବ । ଦୁଇ ନୂଆ ଟିମ୍‌ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍‌ନୌ ସୁପର୍‌ ଜାଏଣ୍ଟସ୍‌ ମାର୍ଚ୍ଚ ୨୮ ତାରିଖରେ ପରସ୍ପରକୁ ଭେଟି ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିବେ । ସେହିପରି ସନରାଇଜର୍ସ ହାଇଦ୍ରାବାସ ତା’ର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ମାର୍ଚ୍ଚ ୨୯ ତାରିଖରେ ଭେଟିବ । ଆଇପିଏଲ୍‌-୨୦୨୨ର ଶେଷ ଲିଗ୍‌ ମ୍ୟାଚ୍‌ ପଞ୍ଜାବ କିଙ୍ଗସ୍‌ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମେ’ ୨୨ ତାରିଖରେ ଖେଳାଯିବ ।

hiranchal ad1
Leave A Reply

Your email address will not be published.

three + 15 =