୨୩ରୁ ଆଇପିଏଲ୍‌ ନିଲାମୀ, ୪୦୫ ଖେଳାଳିଙ୍କ ମଧ୍ୟରେ ଦୁଇ ଓଡିଆ କ୍ରିକେଟର

0 115

ମୁମ୍ବାଇ : ଆସନ୍ତା ୨୩ ତାରିଖରେ କେରଳର କୋଚିଠାରେ ଅନୁଷ୍ଠିତ ହେବ ଇଣ୍ଡିଆ ପ୍ରିମିୟର ଲିଗ (ଆଇପିଏଲ)ର ମିନି ଅକ୍ସନ । ସେହିଦିନ ମୋଟ ୪୦୫ ଜଣ ଖେଳାଳିଙ୍କ ପାଇଁ ନିଲାମ ଡକାଯିବ । ସେମାନଙ୍କ ମଧ୍ୟରୁ ୨୭୩ ଜଣ ଭାରତୀୟ ଖେଳାଳି ଥିବାବେଳେ ୧୩୨ ଜଣ ବିଦେଶୀ ଖେଳାଳି ଅଛନ୍ତି । ସବୁଠାରୁ ଖୁସିର ବିଷୟ ଯେ, ଓଡିଶାର ଦୁଇ ଜଣ କ୍ରିକେଟର ମଧ୍ୟ ଏହି ୪୦୫ ଜଣିଆ ତାଲିକାରେ ସାମିଲ ହୋଇଛନ୍ତି । ସ୍ଥାନ ପାଇଥିବା ଖେଳାଳି ଦ୍ୱୟ ହେଲେ ମୁସ୍ତାକ ବେଗ ଓ ରାଜେଶ ମହାନ୍ତି । ଉଭୟେ ଓଡିଶା କ୍ରିକେଟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ଏ ସଂପର୍କରେ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ଉଭୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କ୍ରିକେଟ ଆସୋସିଏସନର ସଭାପତି ପ୍ରଣବ ପ୍ରକାଶ ଦାସ ଓ ସଂପାଦକ ସଂଜୟ ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା । ଓଡିଶାର ଏହି ଦୁଇ ଯୁବ ତାରକା ଆଇପିଏଲ ମିନି ଆକ୍ସନରେ ସାମିଲ ହୋଇଥିବାରୁ ଓଡିଶା କ୍ରିକେଟପ୍ରେମୀଙ୍କ ମଧ୍ୟରେ ଆନନ୍ଦଲହରୀ ଖେଳିଯାଇଛି ।

hiring


ଆଇପିଏଲ ଟିମ ଗୁଡ଼ିକରେ ମୋଟ ୮୭ଜଣ ଖେଳାଳିଙ୍କ ପାଇଁ ଖାଲି ସ୍ଥାନ ରହିଛି ଓ ସେଗୁଡ଼ିକ ମଧ୍ୟରୁ ୩୦ଟି ସ୍ଥାନ ବିଦେଶୀ ଖେଳାଳିଙ୍କ ପାଇଁ ସଂରକ୍ଷିତ ରହିଛି । ନିଲାମ ପାଇଁ ଉପଲବ୍ଧ ଥିବା ୧୩୨ ଖେଳାଳିଙ୍କ ମଧ୍ୟରୁ ୪ ଜଣଙ୍କୁ ବିସିସିଆଇର ସହଯୋଗୀ ଦେଶରୁ ନିଆଯିବ । ଏହି ନିଲାମ ପାଇଁ ସର୍ବାଧିକ ରିଜର୍ଭ ମୂଲ୍ୟ ୨ କୋଟି ଟଙ୍କା ରଖାଯାଇଛି ।ନିଲାମ ଡାକିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ସର୍ବାଧିକ ୪୨.୨୫ କୋଟି ଟଙ୍କା ପକେଟ ମନି ରଖିଥିବା ବେଳେ କୋଲକାତା ନାଇଟରାଇଡର୍ସ ସର୍ବନିମ୍ନ ୭ କୋଟି ଟଙ୍କା ରଖିଛି । ହାଇଦ୍ରାବାଦର ଅଧିନାୟକ କେନ ୱିଲିୟମସନଙ୍କୁ ଇତି ମଧ୍ୟରେ ରିଲିଜ୍‌ କରାଯାଇଛି । ସେ ଏବେ ନିଲାମ ପାଇଁ ଉପଲବ୍ଧ ହେବେ ।
ସୂଚନାଯୋଗ୍ୟ ଯେ, ୨୦୨୩ ଆଇପିଏଲରେ ଅଧିକ ସଂଖ୍ୟକ ମ୍ୟାଚ ଖେଳାଯିବାକୁ ଯୋଜନା ରହିଛି । ପୁଣି ଏଥରର ଆଇପିଏଲରେ ଇମ୍ପାକ୍ଟ ପ୍ଲେୟର ବ୍ୟବସ୍ଥା ଲାଗୁ ହେବାକୁ ସ୍ଥିର ହୋଇଛି ।

hiranchal ad1
Leave A Reply

Your email address will not be published.

9 − 1 =