ପୁଣି କମିଲା ଆଇପିଏଲ ଟିଭି ରେଟିଂ

0 87

ନୂଆଦିଲ୍ଲୀ,୧୫/୪: ଆଇପିଏଲର ଟିଭି ରେଟିଂରେ ହ୍ରାସ ଧାରା ଜାରି ରହିଛି । ଏହାକୁ ନେଇ ବିସିସିଆଇ ଖୁବ ଚିନ୍ତିତ । ଦ୍ୱିତୀୟ ସପ୍ତାହରେ ବି ଟିଭି ରେଟିଂ ହ୍ରାସ ପାଇଛି । ପ୍ରଥମ ସପ୍ତାହରେ ଆଇପିଏଲ ଟିଭି ରେଟିଂରେ ୩୩ ପ୍ରତିଶତ ହ୍ରାସ ଘଟିଥିଲା । ଏହା ପରେ ଦ୍ୱିତୀୟ ସପ୍ତାହରେ ୨୮ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ଇନସାଇଡସ୍ପୋର୍ଟ୍ସ ଏକ ବିଜ୍ଞାପନକାରୀଙ୍କ ତଥ୍ୟକୁ ନେଇ ଲେଖିଛି ଯେ, ଆଇପିଏଲର ରେଟିଂ ବହୁତ ନୈରାଶ୍ୟଜନକ ରହିଛି । ପୂର୍ବରୁ ଏତେ ରେଟିଂ କେବେ ବି କମିନଥିଲା । ଚଳିତ ବର୍ଷ ରେଟିଂରେ ପ୍ରାୟ ୨୦ ରୁ ୩୦ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ଗତ ସିଜିନରେ ୨୪ ପ୍ରତିଶତ ଅଧିକ ରେଟିଂ ବଢିଥିଲା । ସାଧାରଣତଃ ଯେବେ ଆଇପିଏଲ ଆରମ୍ଭ ହୁଏ ପ୍ରସାଧରଣକାରୀ ଚ୍ୟାନେଲ ବାର୍କର ଚାର୍ଟରେ ନମ୍ବର-୧ରେ ପହଞ୍ଚି ଯାଇଥାଏ । ହେଲେ ଚଳିତ ଥର ଏମିତି ଦେଖିବାକୁ ମିଳିନାହିଁ । ପ୍ରସାରଣକାରୀ ଚ୍ୟାନେଲ ନମ୍ବର-୩କୁ ଖସି ଆସିଛି । ଏଥର ପ୍ରଥମ ନମ୍ବରରେ ରହିଛି ସନ୍‌ ଟିଭି ଏବଂ ଦ୍ୱିତୀୟରେ ରହିଛି ମା ଟିଭି । ହିନ୍ଦୀ ଭାଷୀ ଅଞ୍ଚଳରେ ଷ୍ଟାର ସ୍ପୋର୍ଟ୍ସ ଏକ ନମ୍ବରରେ ରହିଛି । ଦିଲ୍ଲୀରେ ନମ୍ବର-୩ ଏବଂ ମହାରାଷ୍ଟ୍ରରେ ନମ୍ବର-୨ରେ ରହିଛି । ଆଇପିଏଲ ୨୦୨୨ ସିଜିନର ପ୍ରଥମ ସପ୍ତାହରେ ୮ଟି ମ୍ୟାଚ୍‌ରେ ଟିଭି ରେଟିଂ ୨.୫୨ ପ୍ରତିଶତ ରହିଥିଲା ।

hiranchal ad1
Leave A Reply

Your email address will not be published.

4 × 2 =