ଟେଷ୍ଟ ଅଧିନାୟକ ଦୌଡ଼ରେ ଏହି କ୍ରିକେଟର

0 83

ନୂଆଦିଲ୍ଲୀ : ବିରାଟ କୋହଲି ଟେଷ୍ଟ ଫର୍ମାଟର ଅଧିନାୟକ ପଦ ଛାଡ଼ିବା ପରେ ଏହି ଦାୟିତ୍ୱ କାହାକୁ ଦିଆଯିବ,ତାହାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି । ସମସ୍ତଙ୍କର ଦୃଢ ଧାରଣା ଓ ବିଶ୍ୱାସ ହୋଇଗଲାଣି ଯେ ରୋହିତ ଶର୍ମାଙ୍କୁ ହିଁ ଏହି ଦାୟିତ୍ୱ ମିଳିବ । ଏବେ ଟ-୨୦ ଓ ଦିନିକିଆର ସେ କ୍ୟାପଟେନ ଅଛନ୍ତି । ତେବେ ଏହି ପଦ ପାଇଁ ଆଉ କେତେକ କ୍ରିକେଟର ମଧ୍ୟ ଆଶାୟୀ ଅଛନ୍ତି । ସେମାନେ କେବଳ ସୁଯୋଗ ଅପେକ୍ଷାରେ । ସେମାନଙ୍କ ମଧ୍ୟରୁ କେତେ ଜଣ ପରୋକ୍ଷରେ ସେମାନଙ୍କର ଅଭଳାଷ ବ୍ୟକ୍ତ କରିସାରିଲେଣି । ତନ୍ମଧ୍ୟରୁ ଜଣେ ହେଲେ ଯଶପ୍ରିତ ବୁମରା । ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ ତାଙ୍କ ମନକଥା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଯଦି ମୋତେ ସୁଯୋଗ ମିଳେ,ଏହା ମୋ ପାଇଁ ଏକ ସମ୍ମାନ ହେବ । ମୁଁ ଭାବୁନି ଯେ ଏଭଳି ଅଫରକୁ କେହି ନା କହିବେ ଏବଂ ମୁଁ ମଧ୍ୟ ଭିନ୍ନ ନୁହେଁ । ଦାୟିତ୍ୱ ହାତକୁ ନେବା ଏବଂ ସାଥୀ ଖେଳାଳିମାନଙ୍କୁ ସାହାଯ୍ୟ କରିବା ଦାୟିତ୍ୱ ସ୍ୱାଭାବିକଭାବେ ମୋ ହାତକୁ ହିଁ ଆସିଥାଏ । ନେତୃତ୍ୱ କଥା ହେଉ କି ଅନ୍ୟ ଯେ କøଣସି,ମୁଁ ସବୁବେଳେ ଦଳ ପାଇଁ କିଛି ଅବଦାନ ରଖିବାର ସଂକଳ୍ପ ନେଇ କାମ କରିଥାଏ । ତେଣୁ ନେତୃତ୍ୱ ସୁଯୋଗ ଆସିଲେ,ତାହାକୁ ଏକ ବଡ଼ ସମ୍ମାନ ବୋଲି ବିବେଚନା କରିବି ବୋଲି କହିଛନ୍ତି ଏହି ଭାରତୀୟ କ୍ରିକେଟର । ସେ କହିଛନ୍ତି ଯେ ଏବେ ଉପଅଧିନାୟକ ଅଛି । ଏହା ଅଧିନାୟକ ସହ ସମାନ । ଜଣେ ଅଧିନାୟକର ଦାୟିତ୍ୱ କଅଣ,ତାହା ମୁଁ ଜାଣିଛି । ପଦ ଯାହାହେଉନା କାହିଁକି,ଖେଳାଳିମାନଙ୍କ ସହ ଭଲ ସମନ୍ୱୟ ରଖି କାମ କରିବା ହେଉଛି ମୁଖ୍ୟ କର୍ତ୍ତବ୍ୟ । ମୁଁ ତାହା ହିଁ କରୁଛି । ମୁଁ ଉପଅଧିନାୟକ ନଥିବା ବେଳେ ମଧ୍ୟ ଯୁବ ଖେଳାଳିଙ୍କ ସହ ବରାବର କଥା ହୁଏ । ସେମାନଙ୍କ ସମସ୍ୟା ଜାଣିବାକୁ ଚେଷ୍ଟା କରେ । ଏହା ତ ଜଣେ ଅଧିନାୟକର କାମ ବୋଲି ସେ କହିଥିଲେ ।

hiranchal ad1
Leave A Reply

Your email address will not be published.

8 − six =