ଜୋକୋଭିକ୍‌ଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

0 50

ସିଡନୀ : ତାରକା ଟେନିସ ଖେଳାଳି ନୋଭାକ ଜୋକୋଭିକ୍‌ଙ୍କ ସମସ୍ୟା ଏପର୍ଯ୍ୟନ୍ତ ତୁଟୁନି । ଗୋଟିଏ ପରେ ଗୋଟିଏ ଅଡ଼ୁଆ ବାହାରୁଛି । ତେବେ ଆଜି ତାଙ୍କୁ ସାମନ୍ୟ ଆଶ୍ୱସ୍ତି ମିଳିଛି । କେତେକ ଆଇନଗତ ପଦ୍ଧତି କାରଣରୁ ତାଙ୍କୁ ଅଷ୍ଟ୍ରେଲିଆ ଛାଡ଼ିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜୋକୋଭିକଙ୍କ ଓକିଲ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ରୋକ୍‌ ଳଗାଇବା ପାଇଁ ଆଜି ଅଷ୍ଟ୍ରେଲିଆର ଏକ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିଥିବା ଜଣାପଡ଼ିଛି । ଅର୍ଥାତ ବର୍ତ୍ତମାନ ଜୋକୋଭିକଙ୍କୁ ଦେଶାନ୍ତର କରାଯାଇପାରିବନି । ସରକାର ମଧ୍ୟ ଏହି କାର୍ଯ୍ୟକୁ ବିଳମ୍ବିତ କରିବା ପାଇଁ ରାଜି ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗତ ୬ ତାରିଖରେ ତାଙ୍କ ଭିସାକୁ ରବ୍ଦ କରିଦିଆଯାଇଥିଲା । ଅଷ୍ଟ୍ରେଲିଆ ଓପନରେ ଭାଗ ନେବାକୁ ଯାଇଥିଲେ ହେଁ ତାଙ୍କୁ ଦେଶରେ ପ୍ରବେଶ ପାଇଁ ଅନୁମତି ମିଳିନଥିଲା । ତାଙ୍କୁ ଏୟାରପୋର୍ଟରେ ଅଧିକାରୀମାନେ ଦୀର୍ଘ ଘଣ୍ଟା ବସାଇ ରଖିବା ସହ ଶେଷରେ ତାଙ୍କ ଭିସାକୁ ରଦ୍ଦ କରି ଦେଇଥିଲେ । ଭିସା ରଦ୍ଦ ହୋଇଥିବାରୁ ଜୋକଭିଚ୍‌କୁ ଅଷ୍ଟ୍ରେଲିଆରୁ ବିଦା ହେବାକୁ ପଡିବ । ତେବେ ଅଷ୍ଟ୍ରେଲିଆ ଅଧିକାରୀଙ୍କ ଏପରି ଭିସା ରଦ୍ଦ ନିଷ୍ପତ୍ତିକୁ ଜୋକିଭିଚ୍‌ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ବାସ୍ତବରେ ଅଷ୍ଟ୍ରେଲିଆ ସରକାର ନିଜ ଦେଶରେ ପ୍ରବେଶ ପାଇଁ ଟିକାକରଣ ବାଧ୍ୟତାମୂଳକ କରିଛନ୍ତି । ଜୋକଭିଚ୍‌ ବୁଧବାର ବିଳମ୍ବିତ ରାତିରେ ପହଞ୍ଚିବା ପରେ ତାଙ୍କୁ ମଧ୍ୟ ନିଜର ଟିକାକରଣ ଷ୍ଟାଟସ ଦେଖାଇବାକୁ କୁହାଯାଇଥିଲା । ହେଲେ ସେ ଏହା ସର୍ବସମ୍ମୁଖରେ ପ୍ରଦର୍ଶନ କରିପାରିବେ ନାହିଁ ବୋଲି କହିଥିଲେ । ଟୁଲ୍ଲାମାରିନ ଏୟାରପୋର୍ଟରେ ଅଧିକାରୀମାନେ ବାରମ୍ବାର ଟିକାକରଣ ସମ୍ପର୍କରେ ପଚାରିଥିଲେ । ଏହାପରେ ତାଙ୍କୁ ଇମିଗ୍ରେସନ ଅଟକ କେନ୍ଦ୍ରକୁ ନିଆଯାଇଥିଲେ । ସେଠାରେ ଦୀର୍ଘ ଘଣ୍ଟା ବସି ରହିଥିବା ଏହି ସର୍ବିୟା ଖେଳାଳିଙ୍କ ଭିସାକୁ ଶେଷରେ ଅଧିକରୀମାନେ ରଦ୍ଦ କରି ଦେଇଥିଲେ । ଜାନୁଆରୀ ୧୭ରୁ ଅଷ୍ଟ୍ରେଲିଆ ଓପନ ଆରମ୍ଭ ହେବ । ୯ଥର ଟ୍ରଫି ଜିତିଥିବା ଜୋକଭିଚ୍‌ ଏଥର ନିଜର ୨୧ତମ ଗ୍ରାଣ୍ଡସ୍ଲାମ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି । ହେଲେ କରୋନା ଓ ଟିକାକରଣ ଅଡୁଆ ତାଙ୍କ ରାସ୍ତାରେ କଣ୍ଟା ସାଜିଛି ।

hiranchal ad1
Leave A Reply

Your email address will not be published.

four × 3 =