ଟେଷ୍ଟ ଅଧିନାୟକ ପଦ ପାଇଁ ଏହି କ୍ରିକେଟରଙ୍କୁ ଶ୍ରେଷ୍ଠ ବୋଲି କହିଲେ ପିଟରସେନ

0 88

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜରେ ଭାରତର ଶୋଚନୀୟ ପରାଜୟ ପରେ ଏହି ଲମ୍ବା ଫର୍ମାଟର ଅଧିନାୟକ ପଦରୁ ବିରାଟ କୋହଲି ଇସ୍ତଫା ଦେଇଛନ୍ତି । ଆଉ ତା ପରଠୁ ନୂଆ ସମ୍ଭାବ୍ୟ ଅଧିନାୟକ ନାଁକୁ ନେଇ ଗଣମାଧ୍ୟମରେ କଳ୍ପନାଜଳ୍ପନା ଲାଗିରହିଛି । ବର୍ତ୍ତମାନ ସୁଦ୍ଧା ଏକାଧିକ କ୍ରିକେଟରଙ୍କ ନାଁ ଚର୍ଚ୍ଚାକୁ ଆସିସାରିଲାଣି । ପାଖାପାଖି ସାତ ବର୍ଷ ଧରି ଦଳର ନେତୃତ୍ୱ ନେବା ପରେ ବିରାଟ କୋହଲି ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକାକୁ ୧-୨ ପରାଜୟ ପରେ ନିଜ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ । ରୋହିତ ଶର୍ମା ଗତ ବର୍ଷ ଡିସେମ୍ବରରେ ଅଜିଙ୍କ୍ୟ ରାହାନେଙ୍କ ସ୍ଥାନରେ ଟେଷ୍ଟ ଦଳର ଉପ-ଅଧିନାୟକ ଭାବରେ ନିଯୁକ୍ତ ହୋଇଥିବାରୁ ଏହି ପଦକୁ ଗ୍ରହଣ କରିବା ପାଇଁ ଆଗଧାଡ଼ିର ମନେହେଉଥିବା ବେଳେ କେଏଲ ରାହୁଲ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମ ମଧ୍‌ୟ ଚର୍ଚ୍ଚାରେ ଅଛି । ଏହି ପ୍ରସଙ୍ଗ ଉପରେ ଏବେ ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ କେଭିନ ପିଟରସେନ ତାଙ୍କ ବିଚାର ତଥା ମତାମତ ସେୟାର କରିଛନ୍ତି । ସେ କହିଛନ୍ତି ଯେ ଭାରତର ଟେଷ୍ଟ ଅଧିନାୟକତ୍ୱ ପାଇଁ ରୋହିତ ଶର୍ମା “ସର୍ବୋତ୍ତମ” ପସନ୍ଦ । ଏହି ଡାହାଣହାତୀ ଓପନର୍‌ଙ୍କୁ ଅଧିନାୟକ ଦୌଡ଼ରେ କେହି ପରାସ୍ତ କରିପାରିବେ ନାହିଁ । ରୋହିତ ଶର୍ମା ଭାରତ ପାଇଁ ସର୍ବୋତ୍ତମ ଟେଷ୍ଟ ଅଧିନାୟକ ହେବେ । କାରଣ ତାଙ୍କର ନେତୃତ୍ୱ ଗୁଣ ଅତ୍ୟନ୍ତ ଭଲ ଏବଂ ସେ ପାଞ୍ଚଟି ଆଇପିଏଲ୍‌ ଟ୍ରଫି ହାସଲ କରିପାରିଛନ୍ତି । ତେଣୁ ଟେଷ୍ଟ ଅଧିନାୟକତ୍ୱ ଦୌଡ଼ରେ ତାଙ୍କୁ କେହି ପରାସ୍ତ କରିପାରିବେ ନାହିଁ ବୋଳି ଏହି କିମ୍ବଦନ୍ତୀ କ୍ରିକେଟର ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

17 + 9 =