କିଭ : ୟୁକ୍ରେନ ଉପରେ ଋଷର ଆକ୍ରମଣ ପରଠାରୁ ଅନେକ ଦେଶ ନିଜ ନାଗରିକଙ୍କୁ ସେଠାରୁ ସ୍ଥାନାନ୍ତର କରିବା ଆରମ୍ଭ କରି ଦେଇଛନ୍ତି । ଭାରତ ମଧ୍ୟ ୟୁକ୍ରେନରୁ ନାଗରିକମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଫେରାଇ ଆଣିବା ପାଇଁ ଅପରେସନ ଗଙ୍ଗା ଆରମ୍ଭ କରିଛି । ଏବେ ମଧ୍ୟ ଅନେକ ଦେଶର ନାଗରିକ ୟୁକ୍ରେନରେ ଫସି ରହିଛନ୍ତି । ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନଙ୍କ ପରିବାର ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ଯୁଦ୍ଧ ଆରମ୍ଭରୁ ସେଠାରେ ଫସି ରହିଥିଲେ । ବର୍ତ୍ତମାନ କିନ୍ତୁ ସେମାନେ ନିରାପଦରେ ଫେରି ଆସିଛନ୍ତି । ନିଜେ ପିଟରସେନ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଋଷର ଆକ୍ରମଣ ସମୟରେ ତାଙ୍କ ପରିବାର ୟକ୍ରେନରେ ଫସି ରହିଥିଲେ ଏବଂ ବର୍ତ୍ତମାନ ଖୁସିର କଥା ସେମାନେ ଏକ ବଡ ବିପଦରୁ ରକ୍ଷା ପାଇଛନ୍ତି ।
ପିଟରସେନ କହିଛନ୍ତି ଯେ ତାଙ୍କ ପରିବାର ୟୁକ୍ରେନରୁ ଚାଲିଆସିଛନ୍ତି ଏବଂ ବର୍ତ୍ତମାନ ପୋଲାଣ୍ଡରେ ଆଶ୍ରୟ ନେଇଛନ୍ତି । ପୂର୍ବତନ ଅଧିନାୟକ ମଧ୍ୟ ପୋଲାଣ୍ଡ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଋଷର ୟୁକ୍ରେନ ଉପରେ ଆକ୍ରମଣ ପରେ ୪୦୦୦ ରୁ ଅଧିକ ସାଧାରଣ ନାଗରିକ ବର୍ତ୍ତମାନ ପୋଲାଣ୍ଡରେ ଆଶ୍ରୟ ନେଇଛନ୍ତି । ପିଟରସନ ଟ୍ୱିଟରରେ ଲେଖିଛନ୍ତି, ‘ମୁଁ କେବଳ କହିବାକୁ ଚାହୁଁଛି ଯେ ୟୁକ୍ରେନବାସୀଙ୍କ ପାଇଁ ପୋଲାଣ୍ଡ ଏକ ଭଲ ସ୍ଥାନ । ମୋ ପରିବାର ମଧ୍ୟ ୟୁକ୍ରେନ ସୀମା ଅତିକ୍ରମ କରି ପୋଲାଣ୍ଡରେ ପହଞ୍ଚିଛନ୍ତି । ଧନ୍ୟବାଦ ପୋଲାଣ୍ଡ । ‘
ପ୍ରସିଦ୍ଧ କ୍ରିକେଟ ସମୀକ୍ଷକ ପିଟରସନଙ୍କ ବ୍ୟତୀତ ତାଙ୍କ ପତ୍ନୀ ଜେସିକା ପିଟରସନ ମଧ୍ୟ ପୋଲାଣ୍ଡ ସରକାର ଏବଂ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜେସିକା ଟ୍ୱିଟ୍ କରି କହିଛନ୍ତି, ‘ପୋଲାଣ୍ଡର ଲୋକମାନେ ଆମ ପରିବାରକୁ ଯେମିତି ସ୍ୱାଗତ କଲେ ଓ ଦୟା ଦେଖାଇଲେ ତାଙ୍କୁ ଧନ୍ୟବାଦ ନଦେଇ ମୁଁ ରହିପାରିବି ନାହିଁ ବୋଲି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post