ମୁମ୍ବାଇ: ଆସନ୍ତା ୨୬ ତାରିଖଠାରୁ ଆଇପିଏଲର ୧୫ ତମ ସିଜିନ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ କୋଲକତା ନାଇଟ ରାଇଡର୍ସ(କେକେଆର) ଓ ଡିପେଣ୍ଡିଂ ଚମ୍ପିଆନ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସକେ) ମଧ୍ୟରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ କୋଲକତାକୁ ଏକ ବଡ ଝଟକା ଲାଗିଛି । ଏହାର ଦୁଇ ଷ୍ଟାର ଖେଳାଳି ପ୍ରଥମ ୫ ମ୍ୟାଚ ଖେଳିପାରିବେନି । ଏ ସଂପର୍କରେ ଟିମ୍ ମେଣ୍ଟର ମାଇକ୍ ହସି ସୂଚନା ଦେଇଛନ୍ତି । ସେ କହିଛନ୍ତି ଦଳ ପାଇଁ ଏହା ବହୁତ ବଡ ଝଟକା । କିନ୍ତୁ ଆମକୁ ବୁଝିବାକୁ ହେବ ଯେ, ପ୍ରତ୍ୟେକ ଖେଳାଳି ନିଜ ନିଜ ଦଳ ପାଇଁ ଖେଳିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ଏହାକୁ ସେମାନେ ଅଗ୍ରାଧିକାରୀ ଦେଇଥାନ୍ତି । ତେଣୁ ସେମାନେ ବାଧ୍ୟ ହୋଇ ଆଇପିଏଲ ଆରମ୍ଭରୁ ଦଳରେ ଯୋଗ ଦେଇପାରିବେନି । ବର୍ତ୍ତମାନ ଅଷ୍ଟ୍ରେଲିଆ ଦଳ ପାକିସ୍ତାନ ଗସ୍ତରେ ଅଛି । ଅଷ୍ଟ୍ରେଲିଆ ଦଳରେ କେକେଆର ଦୁଇ ଷ୍ଟାର ଖେଳାଳି ପ୍ୟାଟ୍ କମ୍ୟୁନ୍ସ ଓ ଆରୋନ ଫିଞ୍ଚ ସ୍ଥାନ ପାଇଛନ୍ତି । ପାକିସ୍ତାନ ଗସ୍ତ ଆସନ୍ତା ଅପ୍ରେଲ ୫ ତାରିଖରେ ଶେଷ ହେବ । ଏହାପରେ ଏହି ଖେଳାଳିମାନେ ଦଳ ସହ ଯୋଗ ଦେବେ ବୋଲି ହସି କହିଛନ୍ତି । ଦଳ ସହ ଯୋଗ ଦେବା ପରେ ସେମାନେ କ୍ୱାରେଣ୍ଟାଇନରେ ରହିବେ । ଏହି ସମୟରେ କୋଲକତା ତା’ର ୫ ଟି ମ୍ୟାଚ୍ ଖେଳିସାରିଥିବ ବୋଲି ହସି କହିଛନ୍ତି । ଏହି ଦୁଇ ଖେଳାଳି ପ୍ରଥମରୁ ଉପଲବ୍ଧ ହେଉଥିନଥିବାରୁ କେକେଆର ଅଧିନାୟକ ଶ୍ରେୟସ ଆୟରଙ୍କ ଚିନ୍ତା ବଢିଯାଇଛି । ଏହି ଦୁଇ ଖେଳାଳିଙ୍କ ସ୍ଥାନରେ ସେ କେଉଁ ଖେଳାଳିଙ୍କୁ ସ୍ଥାନ ଦେବେ ତାହା ଦେଖିବାକୁ ବାକି ରହିଲା ।
ସେହିପରି ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ବଡ ଚିନ୍ତାରେ ଅଛନ୍ତି । ଦଳର ଷ୍ଟାର ଅଲରାଉଣ୍ଡର ମୋଇନ ଅଲ୍ଲି ପ୍ରଥମ ମ୍ୟାଚ ଖେଳିପାରିବେନି । ତାଙ୍କୁ ଭାରତୀୟ ଭିସା ମିଳିଯାଇଥିଲେ ମଧ୍ୟ ସେ ପ୍ରଥମ ମ୍ୟାଚରେ ଉପଲବ୍ଧ ହେବେ ନାହିଁ ଦଳର ସିଇଓ କାଶୀ ବିଶ୍ୱନାଥ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post