ଅସ୍ତ୍ରୋପଚାର ପାଇଁ ଜର୍ମାନୀରେ ପହଞ୍ଚିଲେ ରାହୁଲ, ଟ୍ରୋଲ କଲେ ପ୍ରଶଂସକ

0 69

ନୂଆଦିଲ୍ଲୀ : ଆହତ କାରଣରୁ ଭାରତୀୟ ଦଳ ବାହାରେ ଥିବା କେ.ଏଲ୍‌ ରାହୁଲ ଅସ୍ତ୍ରୋପଚାର ପାଇଁ ଜର୍ମାନୀରେ ପହଞ୍ଚିଛନ୍ତି । ସୋମବାର ରାତିରେ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଚିତ୍ର ପୋଷ୍ଟ କରି ରାହୁଲ ଜର୍ମାନୀରେ ପହଞ୍ଚିବା ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ । କୁହାଯାଉଛି ଯେ ରାହୁଲ ଗ୍ରୋଇନ୍‌ ଆଘାତରେ ଅଛନ୍ତି, ଯେଉଁଥିପାଇଁ ସେ ଚିକିତ୍ସା ପାଇଁ ସେଠାରେ ପହଞ୍ଚିଛନ୍ତି । ତାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ କିଛି ପ୍ରଶଂସକ ତାଙ୍କ ଶୀଘ୍ର ସୁସ୍ଥ ହେବା ଏବଂ ଟିମ୍‌ ଇଣ୍ଡିଆକୁ ଫେରିବା ପାଇଁ ପ୍ରାର୍ଥନା କରିଥିବାବେଳେ କିଛି ପ୍ରଶଂସକ ତାଙ୍କୁ ଟ୍ରୋଲ କରୁଥିବା ଦେଖାଯାଇଛି । ଆଇପିଏଲ୍‌ ୨୦୨୨ ପରେ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ଟି -୨୦ ମ୍ୟାଚ୍‌ ସିରିଜ୍‌ ପାଇଁ କେ.ଏଲ୍‌ ରାହୁଲଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିଲା, କିନ୍ତୁ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଏହି ଓପନର୍‌ ଆହତ ହୋଇଥିଲେ । ଆଇପିଏଲ ସମୟରେ ମଧ୍ୟ ରାହୁଲ ଏହି ଆଘାତ ସହ ଲଢୁଥିବାର ନଜର ଆସିଥିଲେ ।

hiring
hiranchal ad1
Leave A Reply

Your email address will not be published.

five × 5 =