୧୧ ବର୍ଷର ଶିଶୁର ମୁହଁରେ ହସ ଫୁଟାଇଲେ ରାହୁଲ

0 48

ନୂଆଦିଲ୍ଲୀ : ଭାରତୀୟ ଓପନର୍‌ କେ.ଏଲ୍‌ ରାହୁଲ ପଡ଼ିଆରେ ଚମତ୍କାର ପ୍ରଦର୍ଶନ କରି ଅନେକ ଥର ଚର୍ଚ୍ଚାରେ ରହିଛନ୍ତି, କିନ୍ତୁ ଆଜିକାଲି ଆହତ କାରଣରୁ ଦଳ ବାହାରେ ଥିବା ଏହି ବ୍ୟାଟ୍ସମ୍ୟାନ୍‌ ପଡ଼ିଆ ବାହାରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ନିକଟରେ ରାହୁଲ ମୁମ୍ବାଇର ଜସଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୧ ବର୍ଷୀୟ ବାରଥଙ୍କ ଅସ୍ତ୍ରୋପଚାରରେ ସାହାଯ୍ୟ କରିଥିଲେ ।
ଏକ ବିରଳ ରକ୍ତ ବ୍ୟାଧି ଚିକିତ୍ସା ପାଇଁ ଜରୁରୀକାଳୀନ ଅସ୍ଥି ମଜ୍ଜା ପ୍ରତିରୋପଣ ଆବଶ୍ୟକ କରୁଥିଲା । ଗତ ଡିସେମ୍ବର ଠାରୁ ବାରଥଙ୍କ ପିତାମାତା ଏକ ଅଭିଯାନ ମାଧ୍ୟମରେ ୩୫ ଲକ୍ଷ ଟଙ୍କା ଯୋଗାଡରେ ଲାଗିଥିଲେ । ରାହୁଲ ଏହା ଜାଣିବା ମାତ୍ରେ ସେ ସାହାଯ୍ୟ କରିବାକୁ ଆଗେଇ ଆସି ୩୧ ଲକ୍ଷ ଟଙ୍କା ଦାନ କରିଥିଲେ ।
ରାହୁଲ ଏହା ବିଷୟରେ କହିଛନ୍ତି, “ଯେତେବେଳେ ମୁଁ ବାରଥଙ୍କ ଅବସ୍ଥା ବିଷୟରେ ଜାଣିଲି, ମୋ ଦଳ ଗିଭଇଣ୍ଡିଆ ସହିତ ଯୋଗାଯୋଗ କଲେ ଯାହା ଦ୍ୱାରା ଆମେ ତାଙ୍କୁ ଯେକୌ଼ଣସି ଉପାୟରେ ସାହାଯ୍ୟ କରିପାରିବୁ । ମୁଁ ଖୁସି ଯେ ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ସେ ସୁସ୍ଥ ଅଛନ୍ତି । ମୁଁ ଆଶା କରୁଛି ବାରଥ ଯଥାଶୀଘ୍ର ତାଙ୍କ ଗୋଡ ସାହାଯ୍ୟରେ ଠିଆ ହେବେ ଓ ଚାଲିପାରିବେ ଏବଂ ତାଙ୍କ ସ୍ୱପ୍ନକୁ ସାକାର କରିବାକୁ ଆଗେଇ ଆସିବେ । ମୁଁ ଆଶା କରୁଛି ମୋର ଅବଦାନ ଅଧିକରୁ ଅଧିକ ଲୋକଙ୍କୁ ଆଗକୁ ଆସିବାକୁ ସାହାଯ୍ୟ କରିବ ଏବଂ ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବ । ”
ବାରାଥଙ୍କ ମାତା ସ୍ୱପ୍ନା କହିଛନ୍ତି, “ବାରଥଙ୍କ ଅସ୍ତ୍ରୋପଚାର ପାଇଁ ଏତେ ପରିମାଣର ଦାନ କରିଥିବାରୁ ଆମେ କେ.ଏଲ୍‌ ରାହୁଲଙ୍କ ପାଖରେ କୃତଜ୍ଞ । କିନ୍ତୁ ଏତେ କମ ସମୟ ମଧ୍ୟରେ ଅସ୍ଥି ମଜ୍ଜା ପ୍ରତିରୋପଣ କରିବା ତାଙ୍କ ପକ୍ଷେ ଅସମ୍ଭବ ଥିଲା । ଧନ୍ୟବାଦ, ରାହୁଲ ।”
ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଆଘାତ ଯୋଗୁଁ କେଏଲ ରାହୁଲ ଏବେ ଭାରତୀୟ ଦଳରୁ ବାଦ ପଡିଛନ୍ତି । ସେ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟି -୨୦ ଏବଂ ଦିନିକିଆ ସିରିଜରେ ଦଳର ଅଂଶ ନୁହଁନ୍ତି ।

hiranchal ad1
Leave A Reply

Your email address will not be published.

11 + 2 =