କୋହଲିଙ୍କ ଇସ୍ତଫା ଉପରେ ଏମିତି ବୟାନ ଦେଲା ବିସିସିଆଇ

0 103

ମୁମ୍ବାଇ: ଟେଷ୍ଟ ଅଧିନାୟକ ପଦରୁ ବିରାଟ କୋହଲିଙ୍କ ଇସ୍ତଫା ଏବେ କ୍ରିକେଟ ଜଗତରେ ଝଡ଼ ସୃଷ୍ଟି ହୋଇଛି । ଅନେକ ବ୍ୟକ୍ତି ବିସିସିଆଇକୁ ଟାର୍ଗେଟ କରିଛନ୍ତି । ଏହାରି ଭିତରେ ବିସିସିଆଇ ଆଜି ବୟାନ ଜାରି କରିଛି । ବୋଡର଼୍ ଟ୍ୱିଟକରି କହିଛି,ଏହା(ଇସ୍ତଫା) ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ଏଥିରେ ଆମର କିଛି ଭୂମିକା ନାହିଁ । କୋହଲି ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଟେଷ୍ଟ କ୍ୟାପଟେନ । ଧୋନୀଙ୍କଠାରୁ ଅଧିନାୟକ ପଦ ଗ୍ରହଣ କରିବା ପରେ ୬୮ଟି ଟେଷ୍ଟ ମ୍ୟାଚରେ ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ । ଯେଉଁଥିରେ ସେ ୪୦ଟି ମ୍ୟାଚରେ ସେ ବିଜୟ ହାସଲ କରିଛନ୍ତି । ତାଙ୍କ ବିଜୟ ହାର ୫୮.୮୨ ପ୍ରତିଶତ ରହିଛି । ଅଧିନାୟକ ଭାବେ ସେ ଶେଷ ଥର ଶ୍ରୀଲଙ୍କାରେ ସିରିଜ ବିଜୟୀ ହୋଇଥିଲେ । ବିସିସିଆଇ ଆହୁରି ମଧ୍ୟ କହିଛି, ବିରାଟଙ୍କ ଅଧିନାୟକତ୍ୱରେ ଭାରତ ୨୦୧୮ରେ ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ହାସଲ କରିଥିଲା । ୱେଷ୍ଟଇଣ୍ଡିଜକୁ ହରାଇ, ଟେଷ୍ଟରେ ୧ ନମ୍ବର ସ୍ଥାନ ହାସଲ କରିଥିଲା ଟିମ ଇଣ୍ଡିଆ । ଚାମ୍ପିୟନସିପର ଫାଇନାଲରେ ମଧ୍ୟ ନିଜ ଜାଗା ପକ୍କା କରିଥିଲା ଟିମ ଇଣ୍ଡିଆ । ବିରାଟ ଭାରତରେ ୩୧ଟି ଟେଷ୍ଟ ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି, ଯେଉଁଥିରେ ସେ ୨୪ଟିରେ ବିଜୟୀ ହୋଇଥିଲା ବେଳେ ମାତ୍ର ୨ଟି ମ୍ୟାଚରେ ପରାଜୟ ହୋଇଛନ୍ତି । ଗତକାଲି ସଂଧ୍ୟାରେ ଟିମ୍‌ ଇଣ୍ଡିଆର ଟେଷ୍ଟ୍‌ ଅଧିନାୟକ ପଦରୁ ଇସ୍ତଫା ଘୋଷଣା କରି ବିରାଟ କୋହଲି ହଟଚମଟ ସୃଷ୍ଟି କରିଛନ୍ତି । ତାଙ୍କର ଏହି ଅପ୍ରତ୍ୟାଶିତ ନିଷ୍ପତ୍ତି ସମସ୍ତଙ୍କୁ ବିସ୍ମିତ କରିଛି । ଦକ୍ଷିଣ ଆଫ୍ରିକାଠାରୁ ଟେଷ୍ଟ୍‌ ସିରିଜ ହାରିବା ପରେ ଶନିବାର ସେ ସାମାଜିକ ଗଣମାଧ୍ୟମରେ ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି । ଏକଦିବସୀୟ ଅଧିନାୟକ ପଦରୁ ହଟାଇବା ଲାଗି ବିସିସିଆଇ ନିଷ୍ପତ୍ତିର ଗୋଟିଏ ମାସ ପରେ କୋହଲି ଆଜି ଏହି ପଦକ୍ଷେପ ନେଇଛନ୍ତି । ଟି-୨୦ର ଅଧିନାୟକ ପଦରୁ ଓହରିଯିବା ଲାଗି ବିରାଟ ନିଜ ଆଡୁ ଘୋଷଣା କରିଥିଲେ ।

hiranchal ad1
Leave A Reply

Your email address will not be published.

16 + twenty =