କେପଟାଉନ : ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚର ଆଜି ପ୍ରଥମ ଦିବସରେ ଏକ ଗରମାଗରମ ଦୃଶ୍ୟ ଦେଖିବାକୁ ମିଳିଥିଲା । ମ୍ୟାଚର ୫୨ତମ ଓଭରରେ ଅଧିନାୟକ ବିରାଟ କୋହଲିଙ୍କ ୱିକେଟ୍ ନେଇ ଅନେକ ଡ୍ରାମା ହୋଇଥିଲା । ୫୨ତମ ଓଭର ଚାଲିଥିବାବେଳେ ଡେନ ଅଲିଭିଆର ଚତୁର୍ଥ ବଲରେ କୋହଲି ଆଉଟ ହୋଇଛନ୍ତି ଘରୋଇ ଦଳ ଧରି ନେଇଥିଲା । କିନ୍ତୁ ଅମ୍ପାୟାର ଆଉଟ୍ ହୋଇନଥିବା ଘୋଷଣା କରିଥିଲେ । ଏହା ପରେ ଡିନ୍ ଏଲଗାର ରିଭ୍ୟୁ ଅପିଲ କରିଥିଲେ । ତେବେ ଏହି ସମୟ ଭିତରେ କୋହଲି ଆଉଟ ହୋଇଛନ୍ତି ବୋଲି ଦୃଢ ନିଶ୍ଚିତ ହୋଇ ଘରୋଇ ଦଳର ଖେଳାଳିମାନେ ଖୁସିରେ ମସଗୁଲ ଥିଲେ । କିନ୍ତୁ ସେମାନଙ୍କ ଖୁସି ପାଣି ଫୋଟକା ଭଳି ଫାଟିଯାଇଥିଲା । କାରଣ ଥାଡର଼୍ ଅମ୍ପାୟର ନଟଆଉଟ ନିଷ୍ପତ୍ତି ଶୁଣାଇଥିଲେ । ତୃତୀୟ ଅମ୍ପାୟାର ନଟଆଉଟ୍ ରୁଲିଂ ଦେବାପରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ବିରାଟ କୋହଲି ଓ ଆଫ୍ରିକୀୟ ଅଧିନାୟକ ଡିନ ଏଲଗାର ହାଲକା ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା । ତେବେ ତାହା ବେଶୀ ସମୟ ରହିନଥିଲା । ସେତେବେଳକୁ କୋହଲି ୩୯ ରନ କରିଥିଲେ ।