ଆଇପିଏଲ ନିଲାମରେ ବଡ ଭୁଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ, ଯାହା ଭରଣ କରିବା ମୁସ୍କିଲ

0 129

ମୁମ୍ବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ର ମେଗା ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ୨୧ ଖେଳାଳି କିଣିଥିବାବେଳେ ଚାରିଜଣ ଖେଳାଳିଙ୍କୁ ରିଟେନ କରିଥିଲେ । ୪ ଖେଳାଳିଙ୍କୁ ରିଟେନ କରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ପର୍ସରେ ୪୮ କୋଟି ଟଙ୍କା ଥିଲା । ସେଥରୁ ୧୫.୨୫ କୋଟି ଟଙ୍କାରେ ଇଶାନ କିଶନଙ୍କୁ ଦଳ ନିଜ ପାଖରେ ରଖିଛି । ଦଳ ଟିମ ଡେଭିଡଙ୍କ ପାଇଁ ୮.୨୫ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଜୋଫ୍ରା ଆର୍ଚ୍ଚରଙ୍କୁ ୮ କୋଟି ଟଙ୍କାରେ କିଣିଛନ୍ତି ।
ପାଞ୍ଚ ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ୭ ଖେଳାଳିଙ୍କୁ ୨୦-୨୦ ଲକ୍ଷ ଟଙ୍କାରେ କିଣିଥିବାବେଳେ ଦୁଇ ଖେଳାଳିଙ୍କୁ ୩୦-୩୦ ଲକ୍ଷ ଟଙ୍କାରେ କିଣିଛି । ସଂପୂର୍ଣ୍ଣ ରଣନୀତି କରି ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ୨୦୨୨ ନିଲାମରେ ଭାଗ ନେଇଥିଲା, କିନ୍ତୁ ଦଳ ଏକ ବଡ ଭୁଲ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ୨୫ ଖେଳାଳିଙ୍କୁ ନିଜ ଯୋଡି ନିଜର କୋଟା ପୂରଣ କରିଛି । କିନ୍ତୁ ଦଳର ଅଭିଜ୍ଞ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ନାହାଁନ୍ତି । ଏକମାତ୍ର ଅଭିଜ୍ଞ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଭାବେ ଇଶାନ ଦଳରେ ସ୍ଥାନ ପାଇଛନ୍ତି ।
ଯଦି ଆମେ ଇତିହାସକୁ ଦେଖିବା, ନା ଅନ୍ତର୍ଜାତୀୟ କ୍ରିକେଟ୍‌ କିମ୍ବା ଆଇପିଏଲରେ ଇଶାନ୍‌ କିଶାନଙ୍କୁ ଅଧିକ ୱିକେଟ୍‌ କିପିଂ ସୁଯୋଗ ମିଳିନି । ଯଦିଓ ସେ ଘରୋଇ କ୍ରିକେଟ୍‌ ରେ ବହୁତ ୱିକେଟ୍‌ କିପିଂ କରିଛନ୍ତି, କିନ୍ତୁ ଯଦି କୌଣସି ଦଳର ଭଲ ଦ୍ରୁତ ବୋଲର ଏବଂ ଭଲ ସ୍ପିନର ଅଛନ୍ତି, ତେବେ ୱିକେଟ୍‌ କିପିଂ ସହଜ ନୁହେଁ । ଏଥି ସହିତ ଯଦି ସେ ଆଘାତ ପାଆନ୍ତି କିମ୍ବା ଯଦି ସେ କୌଣସି କାରଣରୁ ଖେଳିନପାରନ୍ତି ତେବେ ତାଙ୍କ ସ୍ଥାନ କିଏ ନେବେ ଏବେ ତାହା ବଡ ପ୍ରଶ୍ନ ।
ମୁମ୍ବାଇ ଇଣ୍ଡିଆନ୍ସରେ ୨୦ ବର୍ଷ ବୟସ୍କା ଆର୍ଯ୍ୟନ୍‌ ଜୁୟାଲ୍‌ ଉଇକେଟ କିପର ବ୍ୟାଟ୍ସମ୍ୟାନ ଭାବେ ରଖିଛି । ତାଙ୍କୁ ଦଳ ଇଶାନଙ୍କ ବ୍ୟାକଅପ ଭାବେ ରଖିଛନ୍ତି । ତାଙ୍କୁ ଦଳ ତାଙ୍କର ମୂଳ ଦର ୨୦ ଲକ୍ଷରେ କିଣିଛି । ତାଙ୍କର ୩୫ ଟି ଘରୋଇ ମ୍ୟାଚ୍‌ ର ଅଭିଜ୍ଞତା ଅଛି, କିନ୍ତୁ ସେ ଏହି ମ୍ୟାଚଗୁଡିକରେ ୧୬ ଟି କ୍ୟାଚ୍‌ ଏବଂ ୨ ଟି ଷ୍ଟମ୍ପିଂ କରିବାରେ ସକ୍ଷମ ହୋଇଛନ୍ତି ।ଏଥିରୁ ଏହା ଅନୁମାନ କରାଯାଇପାରେ ଯେ ମୁମ୍ବାଇ ଇଣ୍ଡିଆନ୍ସରୁ ଆଇପିଏଲ୍‌ ୨୦୨୨ ନିଲାମରେ ଏହି ବଡ ଭୁଲ କରିଛ, ଯାହା ଦଳକୁ ବର୍ତ୍ତମାନ ସଂଶୋଧନ କରିବାର ସୁଯୋଗ ନାହିଁ । ଗତ ସିଜନରେ ଇଶାନ କିଶନଙ୍କ ବ୍ୟତୀତ ଦଳରେ କ୍ୱିଣ୍ଟନ ଡି କକ୍‌ ମଧ୍ୟ ରହିଥିଲେ ।
ମୁମ୍ବାଇ ଇଣ୍ଡିଆନ୍ସ ପୂର୍ଣ୍ଣ ଦଳ
ରୋହିତ ଶର୍ମା, ଜସପ୍ରୀତ ବୁମ୍ରା, ସୂର୍ଯ୍ୟକୁମାର ଯାଦବ, କିରନ୍‌ ପୋଲାର୍ଡ, ଇଶାନ୍‌ କିଶାନ୍‌, ଡିୱାଲ୍ଡ ବ୍ରେଭିସ୍‌, ବେସିଲ୍‌ ଥାମ୍ପି, ମୁରୁଗାନ୍‌ ଅଶ୍ୱିନ୍‌, ଜୟଦେବ ଉନାଦକାଟ, ଆର୍ଯ୍ୟନ୍‌ ଜୁୟାଲ୍‌, ମାୟାନ୍କ ମାର୍କଣ୍ଡେ, ତିଲକ ବର୍ମା, ସଞ୍ଜୟ ଯାଦବ, ଜୋଫ୍ରା ଆର୍ଚ୍ଚ଼ର, ଡାନିଏଲ ସାମସ, , ରିଏଲ ମେରେଡିଥ, ମହମ୍ମଦ ଅର୍ଶଦ ଖାନ, ଫାବିଆନ ଆଲେନ, ଅନମୋଲପ୍ରୀତ ସିଂ, ରମଣଦୀପ ସିଂ, ରାହୁଲ ବୁଦ୍ଧୀ, ହ୍ରିତିକ ଶୋକିନ, ଅର୍ଜୁନ ତେନ୍ଦୁଲକର ।

hiranchal ad1
Leave A Reply

Your email address will not be published.

9 + 5 =