ଆଇସିସି ଦିନିକିଆ ଦଳରେ ଭାରତୀୟ ଖେଳାଳିଙ୍କୁ ମିଳିଲାନି ସ୍ଥାନ

0 62

ନୂଆଦିଲ୍ଲୀ : ବର୍ଷ ୨୦୨୧ ପାଇଁ ଦିନିକିଆ ଦଳ ଘୋଷଣା କରିଛି ଇଣ୍ଟରନେସନାଲ କ୍ରିକେଟ କାଉନସିଲ୍‌ (ଆଇସିସି) । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଘୋଷିତ ଦଳରେ ଜଣେ ବି ଭାରତୀୟ ଖେଳାଳି ନାହାନ୍ତି । ଦଳରେ ପାକିସ୍ତାନର ବାବର ଆଜମ୍‌ ଅଧିନାୟକ ହୋଇଛନ୍ତି । ବାବରଙ୍କ ସହିତ ଆଉ ଜଣେ ପାକିସ୍ତାନୀ ଖେଳାଳିଙ୍କୁ ସ୍ଥାନ ମିଳିଛି । ୧୧ ଜଣିଆ ଦଳରେ ୨ ଜଣ ପାକିସ୍ତାନୀ ଖେଳାଳି ରହିଥିବା ବେଳେ, ବାଂଲାଦେଶର ୩ ଜଣ, ଶ୍ରୀଲଙ୍କାର ୨ଜଣ, ଦକ୍ଷିଣ ଆଫ୍ରିକାର ୨ ଏବଂ ଆୟରଲାଣ୍ଡର ୨ ଜଣ ଖେଳାଳିଙ୍କୁ ତାଲିକାରେ ସ୍ଥାନ ମିଳିଛି । ୨୦୨୧ ମସିହାରେ ଦିନିକିଆ ଫର୍ମାଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି । ଆୟରଲାଣ୍ଡରୁ ୨ ଜଣ ଖେଳାଳି ଆଇସିସି ଦିନିକିଆ ଦଳରେ ସ୍ଥାନ ପାଇଥିବା ବେଳେ ଭାରତରୁ କୌଣସି ଜଣେ ମଧ୍ୟ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ନମିଳିବା ଚିନ୍ତାଜନକ । ଅନ୍ୟପଟେ ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଆଇସିସି ପକ୍ଷରୁ ଜାରି କରାଯାଇଥିବା ବର୍ଷ ୨୦୨୧ ପାଇଁ ଟି-୨୦ ଟିମରେ ମଧ୍ୟ କୌଣସି ଜଣେ ହେଲେ ବି ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିନଥିଲା ।

hiranchal ad1
Leave A Reply

Your email address will not be published.

20 + 14 =