ମୁମ୍ବାଇ: କରୋନା ଭାଇରସ୍ରେ ବ୍ୟତିବ୍ୟସ୍ତ ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଲାଗିଲା ବଡ ଝଟକା । ଦିଲ୍ଲୀ କୋଚ୍ ରିକି ପଣ୍ଟିଂଙ୍କ ପରିବାରର ଜଣେ ସଦସ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କାରଣରୁ ପଣ୍ଟିଂକୁ ଆଇସୋଲେଟ୍ ହେବାକୁ ପଡିଛି । ଫ୍ରାଞ୍ଚାଇଜି ନିଜର ପ୍ରେସ ବିଜ୍ଞପ୍ତିରେ କହିଛି, ପଣ୍ଟିଂ ଦୁଇ ଥର କରୋନା ଟେଷ୍ଟ କରିଛନ୍ତି ଏବଂ ଦୁଇ ଥର ରିପୋର୍ଟ ନେଗେଟିଭ୍ ଆସିଛି । ତଥାପି ଦଳର ହିତକୁ ଦୃଷ୍ଟିରେ ରଖି ପ୍ରବନ୍ଧକ ଏବଂ ଡାକ୍ତରୀ ଦଳ ପଣ୍ଟିଂକୁ ପାଞ୍ଚ ଦିନ ଆଇସୋଲେସନରେ ରହିବାକୁ କହିଛନ୍ତି । କାରଣ ସେ ପରିବାର ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ପ୍ରାଞ୍ଚାଇଜି କହିଛି, ବର୍ତ୍ତମାନ ପରିସ୍ଥିତିରେ ପଣ୍ଟିଂ ଏବଂ ତାଙ୍କ ପରିବାରର ବ୍ୟକ୍ତିଗତ ମାମଲାକୁ ସମ୍ମାନ କରିବା ଉଚିତ ।