ଲଣ୍ଡନ : ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି । ଭାରତୀୟ ଟେଷ୍ଟ ଦଳରେ ଯୁବ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣଙ୍କୁ ଅନ୍ତର୍ଭୁକ୍ତ କରାଯିବାର ଖବର ସାମ୍ନାକୁ ଆସିଛି । ବିସିସିଆଇ ଏକ ପୋଷ୍ଟ ସେୟାର କରି ଏହି ସୂଚନା ସେୟାର କରିଛି । ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ୍ ଆସନ୍ତାକାଲିଠାରୁ ଲଣ୍ଡନର ଓଭାଲରେ ଖେଳାଯିବ । ବିସିସିଆଇ ଏହାର ପ୍ରେସ ବିଜ୍ଞପ୍ତିରେ ଲେଖିଛି ଯେ ଦଳ ପରିଚାଳନା ଅନୁରୋଧ କ୍ରମେ ଅଲ ଇଣ୍ଡିଆ ଚୟନ କମିଟି ଚତୁର୍ଥ ଟେଷ୍ଟ ପାଇଁ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣଙ୍କୁ ଭାରତୀୟ ଦଳରେ ସାମିଲ କରିଛନ୍ତି । ପ୍ରସିଦ୍ଧ କୃଷ୍ଣ ଇଂଲଣ୍ଡରେ ଷ୍ଟାଣ୍ଡବାଇ ଖେଳାଳି ଭାବରେ ଉପସ୍ଥିତ ଥିଲେ ଏବଂ ଦଳ ସହିତ ଅଭ୍ୟାସ କରୁଥିଲେ ।
ଦଳରେ କୃଷ୍ଣଙ୍କ ଅନ୍ତର୍ଭୁକ୍ତ ଅର୍ଥ ହେଉଛି ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି, ଇଶାନ୍ତ ଶର୍ମା, ଉମେଶ ଯାଦବ, ଶାର୍ଦ୍ଦୁଲ ଠାକୁର ଏବଂ ମହମ୍ମଦ ସିରାଜଙ୍କ ସହ ଭାରତର ଦ୍ରୁତ ବୋଲିଂ ଗ୍ରୁପ୍ ବର୍ତ୍ତମାନ ସିରିଜରେ ୭ ରେ ପହଞ୍ଚି ।
ଅନ୍ୟପକ୍ଷରେ ଇଂଲଣ୍ଡ ଚତୁର୍ଥ ଟେଷ୍ଟ ପାଇଁ କ୍ରିସ ୱାକ୍ସଙ୍କୁ ଦଳରେ ସାମିଲ କରିଛି । ଜୋସ୍ ବଟଲର୍ ସିରିଜ ଅବଶିଷ୍ଟ ମ୍ୟାଚରୁ ଓହରି ଯାଇଛନ୍ତି । ଏଭଳି ପରିସ୍ଥିତିରେ ମୋଏନ୍ ଅଲି ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ପାଇଁ ଉପ-ଅଧିନାୟକଙ୍କ ଦାୟିତ୍ୱ ତୁଲାଇବେ ।
୪ ର୍ଥ ଟେଷ୍ଟ ପାଇଁ ଭାରତ ଦଳ: ରୋହିତ ଶର୍ମା, କେ.ଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାନେ (ଉପ ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ (ଉଇକେଟ କିପର), ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଆକ୍ଷର ପଟେଲ, ଜସପ୍ରୀତ ବୁମ୍ରା , ଇଶାନ୍ତ ଶର୍ମା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାରଦୁଲ ଠାକୁର, ଉମେଶ ଯାଦବ, ରିଦ୍ଧିମାନ ସାହା (ଉଇକେଟ କିପର), ଅଭିମନ୍ୟୁ ଈଶ୍ୱରନ୍, ପୃଥ୍ୱୀ ସୋ, ସୂର୍ଯ୍ୟକୁମାର ଯାଦବ, ପ୍ରସିଦ୍ଧ କୃଷ୍ଣ