ଆସିଲା ଶାସ୍ତ୍ରୀଙ୍କ ଆର୍‌ଟି-ପିସିଆର୍‌ ଟେଷ୍ଟ ରିପୋର୍ଟ

0 96

ନୂଆଦିଲ୍ଲୀ : ଗତକାଲି କରୋନା ପିଜିଟିଭ ଚିହ୍ନଟ ହୋଇଥିବା ଭାରତୀୟ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ଆରଟି-ପିସିଆର ରିପୋର୍ଟ ଆଜି ଆସିଛି । ରିପୋର୍ଟରେ ସେ କରୋନା ପିଜିଟିଭ ହୋଇଥିବା ଦର୍ଶାଯାଇଛି । ଏଥି ସହିତ ଶାସ୍ତ୍ରୀ ଆଗାମୀ ୧୦ ଦିନ କ୍ୱାରେଣ୍ଟାଇନରେ ରହିବେ ବୋଲି ଜଣାପଡିଛି । ଫଳରେ ମଞ୍ଚେଷ୍ଟରରେ ହେବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ଦଳ ସହିତ ସାମିଲ ହୋଇପାରିବେ ନାହିଁ । ରବିବାର ଦିନ ଆଣ୍ଟିଜେନ୍‌ ଟେଷ୍ଟରେ ୫୯ ବର୍ଷିୟ ଶାସ୍ତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ । ବିସିସିଆଇର ଏକ ସୂତ୍ରରୁ ପ୍ରକାଶ, “ଦୁଇଟି ଦ୍ରୁତ ଆଣ୍ଟିଜେନ୍‌ ପରୀକ୍ଷଣରେ ପଜିଟିଭ୍‌ ମିଳିବା ପରେ ଶାସ୍ତ୍ରୀଙ୍କୁ ଆରଟି ପିସିଆର ଟେଷ୍ଟରେ ମଧ୍ୟ ରିପୋର୍ଟ ପଜିଟିଭ ଆସିଛି । ତାଙ୍କର ଗଳା ଯନ୍ତ୍ରଣା ଭଳି ସାମାନ୍ୟ ଲକ୍ଷଣ ରହିଛି । ସେ ଦଶ ଦିନ ଅଲଗା ରହିବେ ।
ତାଙ୍କ ସଂସ୍ପର୍ଶରେ ଆସିଥିବା ସପୋର୍ଟ ଷ୍ଟାଫ୍‌ଙ୍କ ତିନିଜଣ ସଦସ୍ୟ, ବୋଲିଂ କୋଚ୍‌ ଭାରତ ଅରୁଣ, ଫିଲ୍ଡିଂ କୋଚ୍‌ ଆର ଶ୍ରୀଧର ଏବଂ ଫିଜିଓ ନିତିନ ପଟେଲ ମଧ୍ୟ କ୍ୱାରେଣ୍ଟାଇନରେ ଅଛନ୍ତି । ଶନିବାର ସନ୍ଧ୍ୟା ଏବଂ ରବିବାର ସକାଳେ ଦୁଇଟି ଦ୍ରୁତ ଆଣ୍ଟିଜେନ୍‌ ପରୀକ୍ଷଣରେ ଦଳର ସଦସ୍ୟମାନେ ନେଗିଟିଭ ଥିବା ଜଣାପଡିଛି ।
ସପୋର୍ଟ ଷ୍ଟାଫ୍‌ ଏବଂ ସମସ୍ତ ଖେଳାଳି ଉଭୟ କରୋନା ଟିକା ଗ୍ରହଣ କରିଛନ୍ତି । ଟିମ୍‌ ହୋଟେଲରେ ତାଙ୍କ ପୁସ୍ତକ ଉ ଉନ୍ମୋଚନ ଅବସରରେ ଶାସ୍ତ୍ରୀ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିବାର ଆଶଙ୍କା କରାଯାଉଛଇ । କାରଣ ଏଥିରେ ବାହ୍ୟ ଅତିଥିମାନେ ମଧ୍ୟ ସାମିଲ ହୋଇଥିଲେ । ଏଥିରେ ପଟେଲ, ଶ୍ରୀଧର ଏବଂ ଅରୁଣ ମଧ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seven − 4 =