ଖୁସି ଖବର: ଫିଟ୍‌ନେସ୍‌ ଟେଷ୍ଟ ପାସ କଲେ ରୋହିତ

0 68

ନୂଆଦିଲ୍ଲୀ ୨୬/୧୨ : ଟିମ୍ ଇଣ୍ଡିଆର ଭେଟେରାନ୍‌ ଓପନର ତଥା ନୂଆ ଦିନିକିଆ ଅଧିନାୟକ ରୋହିତ ଶର୍ମା ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ ପଡିଥିଲେ । ଟେଷ୍ଟ ସିରିଜ୍ ଆରମ୍ଭର ଠିକ ପୂର୍ବରୁ ସେ ଆହତ କାରଣରୁ ବାଦ୍‌ ପଡିଥିଲେ । ଏବେ ସେ ଦିନିକିଆ ସିରିଜ୍‌ ଖେଳିବେ କି ନାହିଁ ସେ ନେଇ ବଡ ଅପ୍‌ଡେଟ୍‌ ଆସିଛି ।

hiring

ଇନ୍‌ସାଇଡ୍‌ ସ୍ପୋର୍ଟସ୍‌ର ଏକ ରିପୋର୍ଟ ଅନୁଯାୟୀ, ଦିନିକିଆ ସିରିଜ୍‌ ପୂର୍ବରୁ ଟିମ ଇଣ୍ଡିଆ ଏବଂ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଓ୍ବାନ୍‌ଡେ ସିରିଜ୍‌ ପାଇଁ ରୋହିତ ଶର୍ମା ସମ୍ପୂର୍ଣ୍ଣ ଭାବେ ଫିଟ୍‌ ହୋଇଯାଇଛନ୍ତି । ରୋହିତ ଫିଟ୍‌ନେସ୍‌ ଟେଷ୍ଟ ମଧ୍ୟ ପାସ୍‌ କରିଯାଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପାଇଁ ରୋହିତ ଶର୍ମାଙ୍କ ଫିଟ୍‌ ହେବା ଖୁବ ଗୁରୁତ୍ବପୂର୍ଣ୍ଣ ଥିଲା । ଏବେ ଭାରତୀୟ କ୍ରିକେଟ ପ୍ରଶଂସକ ବିଶେଷ କରି ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ରହିଛି ।

ସୂଚନାଯୋଗ୍ୟ, ନେଟ୍‌ସରେ ଅଭ୍ୟାସ କରୁଥିବା ବେଳେ ଆହତ ହୋଇଥି​‌ଲେ ରୋହିତ ଶର୍ମା । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ମୁମ୍ବାଇରେ ଅଭ୍ୟାସ କରୁଥିବା ବେଳେ ଆଙ୍ଗୁଠିରେ ବଲ ବାଜିବାରୁ ରୋହିତ ଆହତ ହୋଇଥିଲେ । ଯାହା ଫଳରେ ସେ ପ୍ରଥମ ଟେଷ୍ଟ ଏବଂ ପରେ ପୁରା ଟେଷ୍ଟ ସିରିଜରୁ ବାଦ ପଡିଥିଲେ ।

hiranchal ad1
Leave A Reply

Your email address will not be published.

two × two =