ଏହି ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲେ ରୋହିତ

0 134

ନୂଆଦିଲ୍ଲୀ : କ୍ରିକେଟ୍ ଜଗତର ହିଟମ୍ୟାନ୍ ରୋହିତ ଶର୍ମା । ତାଙ୍କ ନାମରେ ବଡ ବଡ ରେକର୍ଡ ରହିଛି । ସେ ଟି୨୦ରେ ସବୁଠୁ ବେଶୀ ରନ୍ କରିଥିବା ବ୍ୟାଟର୍ । ଅନ୍ତର୍ଜାତୀୟ ଟି୨୦ରେ ୩୪୪୩ ରନ୍ କରିଛନ୍ତି ସେ । ଏହାସହ ସର୍ବାଧିକ ୪ଟି ଶତକ ମଧ୍ୟ ତାଙ୍କ ନାଁରେ ରହିଛି ।

ତେବେ ରୋହିତଙ୍କ ନାଁରେ ଏପରି ଏକ ଲଜ୍ଜାଜନକ ରେକର୍ଡ ମଧ୍ୟ ରହିଛି । ଯାହା କୌଣସି ବ୍ୟାଟର୍ ବନାଇବାକୁ ଚାହିଁବେ ନାହିଁ । ଏହା ହେଉଛି ସବୁଠାରୁ ଅଧିକ ଥର ଗୋଲ୍ଡେନ୍ ଡକରେ ଆଉଟ୍ ହେବା । ରୋହିତ ଭାରତୀୟ ବ୍ୟାଟର ଭାବେ ସର୍ବାଧିକ ୮ ଥର ଗୋଲ୍ଡେନ୍ ଡକରେ ଆଉଟ୍ ହୋଇଛନ୍ତି ।

hiring

ଇଣ୍ଡିଜ ବିପକ୍ଷ ସୋମବାର ଖେଳାଯାଇଥିବା ଟି୨୦ ମୁକାବିଲାରେ ରୋହିତ ପ୍ରଥମ ବଲରେ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ । ଏହାଦ୍ୱାରା ସେ ତାଙ୍କର ଲଜ୍ଜାଜନକ ରେକର୍ଡକୁ ଆହୁରି ମଜବୁତ କରିଥିଲେ । ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି କେଏଲ ରାହୁଲ । ସେ ୪ ଥର ଶୂନ୍ୟରେ ଆଉଟ୍ ହୋଇଛନ୍ତି । ତେବେ ଶୀର୍ଷରେ ଥିବା ରୋହିତଙ୍କଠୁ ଅନ୍ୟ ସମସ୍ତେ ବହୁ ଦୂରରେ ଅଛନ୍ତି ।

ସେହିପରି ତିନି ନମ୍ବର ସ୍ଥାନରେ ଶ୍ରେୟର ଆୟର ଓ ବିରାଟ କୋହଲି ଅଛନ୍ତି । ଉଭୟ ତିନି ଥର ଗୋଲ୍ଡେନ୍ ଡକରେ ଆଉଟ୍ ହୋଇଛନ୍ତି । ଋଷଭ ପନ୍ତ, ୟୁସୁଫ ପଠାନ, ସୁରେଶ ରାଇନା, ଓ୍ୱାଶିଂଟନ ସୁନ୍ଦର ଓ ଆଶିଷ ନେହେରା ମଧ୍ୟ ତିନି ଥର ଲେଖାଏଁ ବିନା କୌଣସି ରନରେ ବୋଲରଙ୍କ ଶିକାର ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

twelve − ten =