ବିରାଟଙ୍କ ଏହି ଖାସ ରେକର୍ଡ ଭାଙ୍ଗିଲେ ରୋହିତ

0 100

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜର ତୃତୀୟ ମ୍ୟାଚ୍‌ ମଙ୍ଗଳବାର (ଅଗଷ୍ଟ ୨) ରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ୫ ବଲରେ ୧୧ ରନ୍‌ ସ୍କୋର କରିବା ପରେ ଆହତ ହୋଇ ପଡିଆ ଛାଡିଥିଲେ । ରୋହିତ ଶର୍ମା ୧୧ ରନର ଇନିଂସ ସମୟରେ ଗୋଟିଏ ଚୌକା ଓ ଗୋଟିଏ ଛକା ମାରିଥିଲେ । ଏହା ସହିତ ରୋହିତ ଶର୍ମା ଟି -୨୦ ଇଣ୍ଟରନ୍ୟାସନାଲରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ । ଏକ ମାମଲାରେ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି ।
ଟି -୨୦ ଇଣ୍ଟରନ୍ୟାସନାଲରେ ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ଛକା ମାରିବା ରେକର୍ଡ କରିଛନ୍ତି । ସେ ଏହି ପ୍ରସଙ୍ଗରେ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି । ଅଧିନାୟକ ଭାବରେ ରୋହିତ ଟି -୨୦ ଅନ୍ତର୍ଜାତୀୟରେ ୬୦ ଟି ଛକା ମାରିଛନ୍ତି । ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଟି -୨୦ ଇଣ୍ଟରନ୍ୟାସନାଲରେ ୫୯ ଛକା ମାରିଛନ୍ତି । ଏଥି ସହିତ, ଏହି ମାମଲାରେ ପୂର୍ବତନ ଭାରତୀୟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ତୃତୀୟ ସ୍ଥାନରେ ଅଛନ୍ତି । ଧୋନି ଟିମ୍‌ ଇଣ୍ଡିଆ ପାଇଁ ଟି -୨୦ ଇଣ୍ଟରନ୍ୟାସନାଲରେ ୩୪ ଛକା ମାରିଛନ୍ତି ।
ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ଟି -୨୦ ମ୍ୟାଚରେ ରୋହିତ ଶର୍ମା ବ୍ୟାଟିଂ କରିବା ସମୟରେ ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ, ଏହା ପରେ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଥିଲା । କ୍ୟାପଟେନ ରୋହିତଙ୍କ ଆଘାତ ଉପରେ ବିସିସିଆଇ ମଧ୍ୟ ଏକ ସଦ୍ୟତନ ସୂଚନା ଦେଇଛି । ବିସିସିଆଇ ଟୁଇଟ୍‌ କରି କହିଛି, ‘ରୋହିତ ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ଏବଂ ସେ ଡାକ୍ତରୀ ଦଳର ତତ୍ତ୍ୱାବଧାନରେ ରହିବେ । ସେହିପରି ରୋହିତ ଏ ସଂପର୍କରେ କହିଛନ୍ତି ମ୍ୟାଚ ପରେ କହିଥିଲେ ମୋର ପିଠିରେ ଯନ୍ତ୍ରଣା ହୋଇଥିଲା । ଏବେ କିଛି ମାତ୍ରାରେ ଭଲ ହୋଇଯାଇଛି । ଚତୁର୍ଥ ମ୍ୟାଚ୍‌ ୪ ଦିନ ପରେ ଥିବାରୁ ସେତେବେଳକୁ ମୁଁ ପୁରାପୁରି ଠିକ୍‌ ହୋଇଯାଇଥିବି ।

hiranchal ad1
Leave A Reply

Your email address will not be published.

3 × 3 =