ରୋହିତ ହେବେ ଟେଷ୍ଟ ଦଳର ଅଧିନାୟକ, ଖୁବଶୀଘ୍ର ଘୋଷଣା କରିପାରେ ବିସିସିଆଇ

0 100

ନୂଆଦିଲ୍ଲୀ : ହିଟମ୍ୟାନ ଭାବେ ପରିଚିତ ଭାରତର ଓପନର ରୋହିତ ଶର୍ମା ଏଣିକି ଭାରତୀୟ କ୍ରିକେଟ ଦଳର ସମସ୍ତ ଫର୍ମାଟର ଅଧିନାୟକ ହେବାକୁ ଯାଉଛନ୍ତି । ପୂର୍ବରୁ ରୋହିତ ଶର୍ମା ଟି-୨୦ ଓ ଦିନିକିଆ ଦଳର ଅଧିନାୟକ ହୋଇସାରିଛନ୍ତି । କୁହାଯାଉଛି ଯେ, ରୋହିତ ଶର୍ମା ଟେଷ୍ଟ ଟିମର ଅଧିନାୟକତ୍ୱ ଦାୟିତ୍ୱ ମଧ୍ୟ ଦିଆଯାଇପାରେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତର ୧-୨ ହାରିବା ପରେ ବିରାଟ କୋହଲି ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ପରେ ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ (ବିସିସିଆଇ) ଏହାର ଅଫିସିଆଲ୍‌ ଘୋଷଣା କରିପାରେ ।
ଇନ୍ସାଇଡ୍‌ ସ୍ପୋର୍ଟସରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ‘ରୋହିତ ଶର୍ମାଙ୍କୁ ଭାରତର ନୂତନ ଟେଷ୍ଟ ଅଧିନାୟକ କରାଯିବ ଏଥିରେ କୌଣସି ସନ୍ଦେହ ନାହିଁ । ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳର ଉପ-ଅଧିନାୟକ କରାଯାଇଥିଲା, ତେଣୁ ସେ ଅଧିନାୟକ ହେବାକୁ ଯାଉଛନ୍ତି । ଏହି ଘୋଷଣା ଶୀଘ୍ର କରାଯିବ । ରୋହିତଙ୍କ ଉପରେ ଅନେକ କାର୍ଯ୍ୟ ଭାର ରହିବ, ତାଙ୍କୁ ନିଜକୁ ବହୁତ ଫିଟ୍‌ ରଖିବାକୁ ପଡିବ । ମୁଁ ଭାବୁଛି ଚୟନକର୍ତ୍ତାମାନେ ତାଙ୍କ ସହିତ କଥା ହୋଇଥିବେ ନିଶ୍ଚୟ । ତାଙ୍କୁ ତାଙ୍କ ଫିଟନେସ୍‌ ଉପରେ ଅତିରିକ୍ତ କଠିନ ପରିଶ୍ରମ କରିବାକୁ ପଡିବ ।
ଶ୍ରୀଲଙ୍କା ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ୍‌ ରୋହିତ ଶର୍ମାଙ୍କ ପୂର୍ଣ୍ଣକାଳୀନ ଟେଷ୍ଟ ଅଧିନାୟକ ଭାବରେ ପ୍ରଥମ କାର୍ଯ୍ୟ ହୋଇପାରେ । ଏଥି ସହିତ, ବିସିସିଆଇ କେଏଲ ରାହୁଲ ଏବଂ ଋଷଭ ପନ୍ତଙ୍କୁ ଭବିଷ୍ୟତର ଅଧିନାୟକ ଭାବରେ ପ୍ରସ୍ତୁତ କରିବାକୁ ଚାହୁଁଛି । ଏହି ଦୁଇଜଣଙ୍କ ମଧ୍ୟରୁ କହାକୁ ଉପ-ଅଧିନାୟକ କରାଯିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ବିସିସିଆଇ ଅଧିକାରୀ କହିଛନ୍ତି, “ଉପ-ଅଧିନାୟକ ଯିଏ ହେବେ ସେ ହିଁ ଆଗାମୀ ଭବିଷ୍ୟତରେ ଭାରତର ପୂର୍ଣ୍ଣକାଳୀନ ଅଧିନାୟକ ହେବ । ଏମାନଙ୍କ ମଧ୍ୟରେ କେଏଲ ରାହୁଲ ସର୍ବାଗ୍ରେ ରହିଥିବା ବେଳେ ଋଷଭ ପନ୍ତ ଏବଂ ଜସପ୍ରୀତ ବୁମ୍ରାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି ।

hiranchal ad1
Leave A Reply

Your email address will not be published.

3 × 4 =