ଦୁବାଇ : ଆଇପିଏଲ-୧୪ର ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନକୁ ୩୩ ରନରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଥିବା ବେଳେ ରାଜସ୍ଥାନ ପ୍ଲେ ଅଫ୍ରେ ପ୍ରବେଶ କରିବା ଆଶା କ୍ଷଣ ହୋଇଛି । ସେହିପରି ସ୍ଲୋ ଓଭର ରେଟ୍ ପାଇଁ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଂଜୁ ସାମସନଙ୍କୁ ୨୪ଲକ୍ଷ ଟଙ୍କାର ଜରିମାନ ଦେବାକୁ ପଡିବ । ଗତ ପଞ୍ଜାବ ବିପକ୍ଷ ମ୍ୟାଚରେ ସ୍ଲୋ ଓଭର ରେଟ୍ ପାଇଁ ସଂଜୁ ଦଣ୍ଡିତ ହୋଇଥିଲେ । ଯଦି ରାଜସ୍ଥାନ ଦଳ ଆଉ ଥରେ ଏହି ଭୁଲ ଦୋହରାଏ, ତେବେ ସଂଜୁ ଗୋଟିଏ ମ୍ୟାଚରୁ ବାସନ୍ଦ ହୋଇପାରନ୍ତି । ସେହିପରି ଏକାଦଶରେ ଖେଳୁଥିବା ଅନ୍ୟ ସମସ୍ତ ଖେଳାଳିଙ୍କୁ ମଧ୍ୟ ୬ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିବା କିମ୍ବା ବ୍ୟକ୍ତିଗତ ମ୍ୟାଚ୍ ଦେୟର ୨୫ ପ୍ରତିଶତ ଜରିମାନା ଦେବାକୁ ପଡିବ ।
ପଞ୍ଜାବ କିଙ୍ଗସ ବିପକ୍ଷ ପୂର୍ବ ମ୍ୟାଚରେ ରାଜସ୍ଥାନ ଦଳ ମଧ୍ୟ ମନ୍ଥର ବୋଲିଂ କାରଣରୁ ନଙ୍କୁ ୧୨ ଲକ୍ଷ ଜୋରିମାନା କରାଯାଇଥିଲା । ବର୍ତ୍ତମାନ ଯଦି ସାମସନ୍ ଏବଂ ଟିମ୍ ରାଜସ୍ଥାନର ଆଗାମୀ ମ୍ୟାଚ୍ ରେ ଏକ ବଡ ଭୁଲ୍ ଅଛି, ତେବେ ଏଥିପାଇଁ ଦଳର ସଦସ୍ୟଙ୍କ ବ୍ୟତୀତ ଅଧିନାୟକଙ୍କୁ କଠୋର ଦଣ୍ଡ ମିଳିପାରେ ।
Sign in
Sign in
Recover your password.
A password will be e-mailed to you.
Prev Post