ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ମନାକଲେ ଟ୍ରାଭିସ ହେଡ୍‌

0 63

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ତଥା ସନ୍‌ ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ଷ୍ଟାର ଟ୍ରାଭିସ ହେଡ୍‌ ଜଣେ ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ମନାକରୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ଏହାକୁ ନେଇ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ସ୍ଥାନ ଓ ଗୋପନୀୟତା ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

hiring

ଭିଡିଓରେ ହେଡ୍‌ଙ୍କୁ ହାଇଦ୍ରାବାଦର ଏକ ସୁପର ମାର୍କେଟରେ ଗ୍ରୋସେରୀ କିଣୁଥିବା ଦେଖିବାକୁ ମିଳୁଛି। ପ୍ରଶଂସକଙ୍କ ଏକ ଗୋଷ୍ଠୀ ତାଙ୍କୁ ପିଛା କରି ତାଙ୍କ ଭିଡିଓ କରିବା ସହ ବାରମ୍ବାର ସେଲ୍‌ଫି ଲାଗି ଅନୁରୋଧ କରିଥିଲେ। ଏହାସତ୍ତ୍ୱେ ହେଡ୍‌ ବହୁବାର ବିନମ୍ର ଭାବେ ମନା କରିଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଜଣେ ପ୍ରଶଂସକ କହିଥିଲେ, ଅତ୍ୟଧିକ ଆଟିଚ୍ୟୁଡ ଦେଖାଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଉଛି। କିଛି ୟୁଜର୍ସ ପ୍ରଶଂସକଙ୍କ ବ୍ୟବହାରକୁ ସମାଲୋଚନା କରିଛନ୍ତି।

hiranchal ad1
Leave A Reply

Your email address will not be published.

five × one =