ଏକଦା ମ୍ୟାଚ ଫିକ୍ସିଂ ପାଇଁ ୱାର୍ଣ୍ଣେଙ୍କୁ ୨ ଲକ୍ଷ ଡଲାରର ଲାଞ୍ଚ ଯାଚିଥିଲେ ଏହି ପାକିସ୍ତାନୀ କ୍ରିକେଟର

0 76

ସିଡନୀ : କ୍ରିକେଟ ଜଗତରେ ବିବାଦର ସଂଖ୍ୟା କିଛି କମ ନୁହେଁ । ଏହାର ପରମାଣ କେତେ,ତାହାକୁ ମାପିହେବନି । ସେହିପରି,ବିବୃତି ଯୁଦ୍ଧ ମଧ୍ୟ ପ୍ରବଳ । କ୍ରିକେଟରମାନେ ବେଳେବେଳେ ଏମିତିସବୁ ବୟାନବାଜି କରୁଛନ୍ତି,ଯାହାକୁ ନେଇ ନୂଆ ବିବାଦ ସୃଷ୍ଟି ହେଉଛି । ଏବେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ଶେନ ୱାର୍ଣ୍ଣର ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି,ଯାହା କ୍ରିକେଟ ଜଗତରେ ଚହଳ ସୃଷ୍ଟି କରିଛି । ୱାର୍ଣ୍ଣର କହିଛନ୍ତି ଯେ ଏକଦା ପାକିସ୍ତାନର ପୂର୍ବତନ ସ୍କିପର ସଲିମ ମଲିକ ତାଙ୍କୁ ଲାଞ୍ଚ ଯାଚିଥିଲେ । ଏକ ମ୍ୟାଚ ପିକ୍ସିଂ ପାଇଁ ୧୯୯୪ରେ ସଲିମ ତାଙ୍କୁ ବିପୁଳ ପରିମାଣର ଲାଞ୍ଚ ଯାଚିଥିଲେ । ସେହିବର୍ଷ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ କରାଚୀ ନାସନାଲ ଷ୍ଟାଡିୟମରେ ଏକ ଟେଷ୍ଟ ମ୍ରାଚ ଚାଲିଥାଏ । ଶେନ ତାଙ୍କ ସାଥୀ ଖେଳାଳିମାନଙ୍କ ସହ ରହୁଥାନ୍ତି ହୋଟେଲରେ । ହଠାତ ଦିନେ ତାଙ୍କ ପାଖକୁ ଏକ ଫୋନ କଲ ଆସିଲା । ଏହି କଲ୍‌ଟି ଥିଲା ସଲିମଙ୍କର । ସଲିମ ତାଙ୍କୁ କହିଲେ,ମୁଁ ତୁମକୁ ଭେଟିବାକୁ ଚାହୁଁଛି । ଏହାପରେ ଶେନ ତାଙ୍କ ରୁମକୁ ଯାଇଥିଲେ । ସଲିମ ଆଗ କଥା ଆରମ୍ଭ କରି କହିଲେ,ଆମେ ଏକ ଭଲ ମ୍ୟାଚ ଏବେ ଖେଳୁଛୁ । ମୋର ମନେହେଉଛି, ଆମେ କାଲି ନିଶ୍ଚୟ ମ୍ୟାଚ ଜିତିବୁ । ତେବେ ଯଦି ଆମେ ମ୍ୟାଚ ହାରୁ,ତା ହେଲେ ଆମର ଅବସ୍ଥା କଅଣ ହେବ,ତାହା ତୁମେ ଚିନ୍ତା କରିପାରିବନି । ଆମର ଘର ଜାଳିଦେବେ,ଆମ ପରିବାରକୁ ହଇରାଣ କରିବେ,ଆହୁରି କେତେ କଅଣ ଘଟିଯିବ । ଏକଥା କହି ସଲିମ ତାଙ୍କୁ ମ୍ୟାଚ ଫିକ୍ସଂ ପାଇଁ ୨ ଲକ୍ଷ ଡଲାରର ଲାଞ୍ଚ ଅଫର କରିଥିଲେ । ସଲିମଙ୍କଠାରୁ ଏଭଳି କଥା ଶୁଣି ଶେନ ସ୍ତବ୍ଧ ହୋଯାଇଥିଲେ ଏବଂ କହିଥିଲେ- ଆମେ ଆପଣଙ୍କୁ ଆସନ୍ତାକାଲି ପରାଜିତ କରିବାକୁ ଯାଉଛୁ । ଏହାପରେ ଶେନ ସଙ୍ଗେ ସଙ୍ଗେ କ୍ୟାପଟେନ ମାର୍କ ଟେଲରଙ୍କୁ ଏକଥା ଜଣାଇ ଦେଇଥିଲେ ଏବଂ କ୍ୟାପଟେନ ରେଫରୀଙ୍କୁ ଅବଗତ କରିଥିଲେ । ଏହାପରେ ସଲିମଙ୍କ ଉପରେ ଆଜୀବନ ବାସନ୍ଦ ଲାଗୁ ହୋଇଥିଲା ।

hiranchal ad1
Leave A Reply

Your email address will not be published.

twenty − three =