ଭେଙ୍କଟେଶ ଆୟରଙ୍କୁ ବୋଲିଂ ନ ଦେବାର କାରଣ କହିଲେ ଶିଖର

0 173

ପର୍ଲ : ଗତକାଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଭାରତ ୩୧ରନରେ ପରାଜିତ ହୋଇଥିଲା । ଏହାର ମୁଖ୍ୟ କାରଣ ହେଲା ଭାରତର ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳ ହେବା । ସେହିପରି ଟିମ୍‌ ସିଲେକ୍ସନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ନ ଖେଳାଇ ଭେଙ୍କଟେଶ ଆୟରଙ୍କୁ ସୁଯୋଗ ଦିଆଯାଇଥିଲା । ଏହି ନେଇ ଟିମ୍‌ ଇଣ୍ଡିଆ ସମାଲୋଚିତ ହୋଇଛି । ଭେଙ୍କଟେଶ ଆୟରଙ୍କୁ ଖେଳାଇବାର କାରଣ ହେଲା ସେ ଜଣେ ଅଲରାଉଣ୍ଡର । ବ୍ୟାଟିଂ ସହ ମଧ୍ୟମ ଗତି ବୋଲିଂ ମଧ୍ୟ କରିପାରିଥାନ୍ତି । କିନ୍ତୁ ତାଙ୍କୁ ଗତକାଲିର ମ୍ୟାଚରେ ବୋଲିଂ ଦିଆଯାଇନଥିଲା । ଏହାର କାରଣ ଗଣମାଧ୍ୟମ ପ୍ରତିନିଧିମାନେ ଶିଖରଙ୍କୁ ପଚାରିଥିଲେ । ସେ ଏହାର କାରଣ କହିଛନ୍ତି । ସେ କହିଛନ୍ତି ୱିକେଟ୍‌ ଟର୍ନ୍‌ ଥିଲା ଏବଂ ସ୍ପିନରମାନେ ଭଲ ପ୍ରଦର୍ଶନ କରୁଥିଲେ । ମଝିରେ ଦ୍ରୁତ ବୋଲରମାନଙ୍କର ଅଧିକ ବ୍ୟବହାର ହୋଇନଥିଲା ଏବଂ ସ୍ପିନରମାନେ ବୋଲିଂ କରୁଥିଲେ । ଯେତେବେଳେ ମଧ୍ୟମ ଓଭରରେ ୱିକେଟ୍‌ ପଡୁ ନଥିଲା, ମୁଖ୍ୟ ବୋଲରମାନଙ୍କୁ ଫେରାଇ ଆଣିବାକୁ ଆମକୁ ପଡିଥିଲା । ତେବେ ଆମେ ସେଥିରେ ମଧ୍ୟ ସଫଳ ହୋଇନଥିଲା । ମଝି ଓଭର ଗୁଡିକରେ ଆମକୁ ୱିକେଟ ମିଳିନଥିଲା । ଶେଷରେ ଆମେ ଉଭୟ ସ୍ପିନର ଓ ମୁଖ୍ୟ ପେସରକୁ ଉପଯୋଗ କରିଥିଲୁ ବୋଲି ସେ କହିଥିଲେ ।

hiranchal ad1
Leave A Reply

Your email address will not be published.

14 + 3 =