ଧୋନି ମୋର ଆଇଡଲ : ଶୁଭ୍ରାଂଶୁ

0 60

ଭୁବନେଶ୍ୱର,୧୩/୨ : ଆଇପିଏଲ-୨୦୨୨ ନିଲାମର ଆଜି ଦ୍ୱିତୀୟ ଦିବସରେ ବେସ୍‌ ପ୍ରାଇସରେ ବିକ୍ରି ହୋଇଥିବା ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ପ୍ରତିକ୍ରିୟାରେ ଶୁଭ୍ରାଂଶୁ କହିଛନ୍ତି ଯେ ସକାଳେ ମୁଁ ଟେନସନରେ ଥିଲି । କିନ୍ତୁ ମୁଁ ଆଶା ରଖିଥିଲି । କାରଣ ମୁଁ ଟ୍ରାଏଲ୍ସରେ ଭଲ କରିଥିଲି । ମୋ ପାଇଁ ଦଳ ଖୁସି ଅଛି । ମୁଁ ମୋର ବେଷ୍ଟ ଦେବାକୁ ଶତପ୍ରତିଶତ ଚେଷ୍ଟା କରିବି । ଚେନ୍ନାଇ ସୁପର କିଙ୍ଗସ ମୋର ସ୍ୱପ୍ନର ଦଳ ଥିଲା । ମହେନ୍ଦ୍ର ସିଂହ ଧୋନି ମୋର ଆଇଡଲ । ମୋ ପ୍ରତି ପରିବାରର ସହଯୋଗ ଓ ସମର୍ଥନ ରହିଛି ବୋଲି ସେ କହିଛି । ତାଙ୍କ ବାପା ଓ ମା’ ଏହାକୁ ନେଇ ବହୁତ ଖୁସି ବ୍ୟକ୍ତ କରିଛନ୍ତି । ପୁଅ ପରିଶ୍ରମର ଫଳ ପାଇଛି ବୋଲି ସେ କହିଛନ୍ତି । ଆଜି ଆଇପିଏଲ୍‌ ନିଲାମର ଦ୍ୱିତୀୟ ଦିନରେ ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପର୍‌ କିଙ୍ଗସ୍‌ ୨୦ ଲକ୍ଷ ଟଙ୍କାରେ କିଣିଛି । ଏଥିସହ ଶୁଭ୍ରାଂଶୁ ତୃତୀୟ ଓଡିଆ କ୍ରିକେଟର୍‌ ଭାବେ ଆଇପିଏଲରେ ଖେଳିବେ । ତାଙ୍କ ପୂର୍ବରୁ ବିପ୍ଳବ ସାମନ୍ତରାୟ ଓ ହଳଧର ଦାସ ଆଇପିଏଲ୍‌ ଖେଳିଥିଲେ । ଆଇପିଏଲ୍‌ ନିଲାମ ପାଇଁ ଶୁଭ୍ରାଂଶୁଙ୍କୁ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ଥିଲା । ନିଲାମରେ ଯେତେବେଳେ ଶୁଭ୍ରାଂଶୁଙ୍କ ନାଁ ଡକାଗଲା, ଚେନ୍ନାଇ ଫ୍ରାଞ୍ଚାଇଜି ତାଙ୍କୁ ନେବା ପାଇଁ ଆସିଥିଲା । ଚେନ୍ନାଇ ମଧ୍ୟ ୨୦ ଲକ୍ଷ ଟଙ୍କାର ବେସ୍‌ ପ୍ରାଇସରେ ଶୁଭ୍ରାଂଶୁଙ୍କୁ କିଣି ନେଇଛି । ୨୫ ବର୍ଷୀୟ ଶୁଭ୍ରାଂଶୁ ପ୍ରଥମଶ୍ରେଣୀ କ୍ରିକେଟରେ ୩୪ଟି ମ୍ୟାଚ୍‌ ଖେଳି ୪୭.୮୩ ହାରରେ ୧୮୫୪ ରନ୍‌ କରିଛନ୍ତି । ସେ ଲିଷ୍ଟ-ଏ’ କ୍ରିକେଟରେ ୩୨ ମ୍ୟାଚରେ ୪୧.୧୬ ହାରରେ ୯୮୮ ରନ୍‌ କରିଛନ୍ତି । ଟି-୨୦ରେ ମଧ୍ୟ ଶୁଭ୍ରାଂଶୁଙ୍କ ପ୍ରଦର୍ଶନ ଭଲ ରହିଛି । ଶୁଭ୍ରାଂଶୁ ଘରୋଇ ଟି-୨୦ରେ ୨୬ ମ୍ୟାଚ୍‌ ଖେଳି ୨୮.୯୫ ହାରରେ ୬୩୭ ରନ୍‌ କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 5 =