ଦ୍ୱିତୀୟ ଟେଷ୍ଟ:ଭାରତକୁ ୭ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

0 64

ଜୋହାନ୍ସବର୍ଗ: ରୋମାଞ୍ଚ,ସସ୍‌ପେନ୍ସ ଓ ଦ୍ୱନ୍ଦ୍ୱଭରା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ଆଜି ଚତୁର୍ଥ ଦିବସରେ ଶେଷ ହୋଇଛି ଏବଂ ଘରୋଇ ଦଳ ବାଜି ମାରିନେଇଛି । ଭାରତର ଚରମ ବୋଲିଂ ବିଫଳତା ଦକ୍ଷିଣ ଆଫ୍ରିକାକୁ ବିଜୟୀ କରାଇବାରେ ସହାୟକ ହୋଇଛି । ଘରୋଇ ଦଳ ଭାରତକୁ ୭ ୱିକେଟ ପରାସ୍ତକରି ବର୍ତ୍ତମାନ ସିରିଜକୁ ୧-୧ରେ ବରାବର କରିଛି । ଦଳର ବିଜୟରେ ଅଧିନାୟକ ଡିନ ଏଲଗାରଙ୍କର ପ୍ରମୁଖ ଅବଦାନ ରହିଥିଲା । ଏଲଗାର ଅପରାଜିତ ୯୬ ରନ କରିଥିବା ବେଳେ ଦୁସେନ ଉପଯୋଗୀ ୪୦ ରନ କରିଥିଲେ । ସେହିପରି, ବାଭୁମା ୪୫ ବଳରୁ ୨୩ ରନ କରିଥିଲେ । ଜିତିବା ପାଇଁ ବିଜୟୀ ଦଳ ଆଗରେ ୨୪୦ ରନର ଟାର୍ଗେଟ ଥିଲା । ଏହାକୁ ଦଳ ୬୭.୪ ଓଭରରେ ମାତ୍ର ତିନି ୱିକେଟ ବିନିମୟରେ ହାସଲ କରିନେଇଥିଲା । ଆଜି ବର୍ଷା ଯୋଗୁ ଖେଳ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇପାରି ନଥିଲା । ବହୁ ବିଳମ୍ବରେ ଆରମ୍ଭ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଘରୋଇ ଦଳକୁ ପରାସ୍ତ କରିଥିଲା ।
ଗତକାଲି ଦକ୍ଷିଣ ଆଫ୍ରିକା ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ୍‌ ହରାଇ ୧୧୮ ରନ୍‌ କରିଥିଲା । ଷ୍ଟମ୍ପ ଅପସାରଣ ବେକଳୁ କ୍ୟାପଟେନ୍‌ ଡିନ୍‌ ଏଲଗାର ୪୬ ଓ ରାସି ଭାନ୍‌ ଡର୍‌ ଡୁସେନ୍‌ ୧୧ ରନ୍‌ କରି ଅପରାଜିତ ରହିଥିଲେ । ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୧୨୨ ରନ ଆବଶ୍ୟକ ହେଉଥିବା ବେଳେ ଭାରତ ବିଜୟ ଠାରୁ ଆହୁରି ୮ ୱିକେଟ୍‌ ପଛରେ ରହିଥିଲା । ଏଭଳି ସ୍ଥିତିରେ ଚତୁର୍ଥ ଦିବସରେ କେଉଁ ଦଳ ବାଜି ମାରୁଛି, ତାହାକୁ ନେଇ ସସ୍‌ପେନ୍ସ ଲାଗି ରହିଥିଲା । ଦକ୍ଷିଣ ଆଫ୍ରିକାୠତକାଲି ଭଲ ଆରମ୍ଭ କରିଥିଲା । ଦୁଇ ଓପ୍ନର ଏଡେନ୍‌ ମାର୍କରମ୍‌ ଓ ଏଲଗାର ପ୍ରଥମ ୱିକେଟ୍‌ ପାଇଁ ୪୭ ରନ୍‌ ଯୋଡିଥିଲେ । ଏଲଗାର ଦ୍ରୁତ ରନ୍‌ କରିଚାଲିଥିବା ବେଳେ ତାଙ୍କୁ ପ୍ୟାଭିଲିୟନ୍‌ ପଠାଇଥିଲେ ଶାର୍ଦ୍ଦୁଲ ଠାକୁର । ମାର୍କରମ ୩୮ ବଲରେ ୩୧ ରନ୍‌ କରିଥିଲେ । ତାଙ୍କ ସ୍ଥାନରେ ଆସିଥିବା କୀଗାନ ପିଟରସନ୍‌ (୨୮) ପୁଣିଥରେ ଭଲ ବ୍ୟାଟିଂ କରିଥିଲେ ହେଁ ବଡ ସ୍କୋରରୁ ବଞ୍ଚିତ ହୋଇଥିଲେ । ତେବେ ଆଉଟ୍‌ ହେବା ପୂର୍ବରୁ ସେ ଏଲଗାରଙ୍କ ସହ ମିଶି ଦ୍ୱିତୀୟ ୱିକେଟ ପାଇଁ ୪୬ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ । ତାଙ୍କୁ ଅଶ୍ୱିନ୍‌ ଏଲବିଡବ୍ଲ୍ୟୁ କରିଥିଲେ । ତେବେ ଦିବସର ବାକି ଓଭର ଗୁଡିକରେ ଏଲଗାର ଓ ଡୁସେନ୍‌ ଦଳକୁ ଆଉ କ୍ଷତି ହେବାକୁ ଦେଇନଥିଲେ । ଏହା ପୂର୍ବରୁ ଅଭିଜ୍ଞ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୨୬୬ ରନ୍‌ କରି ଅଲଆଉଟ୍‌ ହୋଇଥିଲା । ଭାରତ ପକ୍ଷରୁ ରାହାଣେ ସର୍ବାଧିକ ୫୮ ଓ ପୂଜାରା ୫୩ ରନ୍‌ କରିଥିଲେ । ତୃତୀୟ ଦିବସରେ ମଧ୍ୟ ପୂଜାରା ଓ ରାହାଣେ ଆଜି ମଧ୍ୟ ସେହି ଅନ୍ଦାଜରେ ବ୍ୟାଟିଂ କରିଥିଲେ । ପ୍ରଥମେ ପୂଜାରା ୬୨ ବଲରେ ଏବଂ ପରେ ରାହାଣେ ୬୭ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଦୁହେଁ ତୃତୀୟ ୱିକେଟ୍‌ ପାଇଁ ୧୧୧ ରନର ଶତକୀୟ ଭାଗିଦାରୀ କରିଥିଲେ, ଯାହା ବଳରେ ଭାରତର ସ୍କୋର ୧୫୦ ରନ୍‌ ଅତିକ୍ରମ କରିଥିଲେ । ତେବେ ଉଭୟ ରାହାଣେ ଓ ପୂଜାରାଙ୍କୁ ରାବାଡା ଆଉଟ୍‌ କରି ଦକ୍ଷିଣ ଆଫ୍ରିକାକୁ ଡବଲ୍‌ ସଫଳତା ଦେଇଥିଲେ । ୱିକେଟ୍‌ କିପର ଋଷଭ ପନ୍ତ ଖାତା ଖୋଲିପାରିନଥିଲେ । ତେବେ ହନୁମା ବିହାରୀ, ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଓ ଶାର୍ଦ୍ଦୁଲ ଠାକୁରଙ୍କ ଯୋଗଦାନ ବଳରେ ଭାରତ ୨୬୬ ରନରେ ପହଞ୍ଚିପାରିଥିଲା ।

hiranchal ad1
Leave A Reply

Your email address will not be published.

10 + thirteen =