ଟି-୨୦ ମାନ୍ୟତା : ଉଠିଲେ ରାହୁଲ, ଖସିଲେ ବିରାଟ

0 107

ଦୁବାଇ : ଟି-୨୦ ବିଶ୍ୱକପ୍‌ର ସୁପର ୧୨ ରାଉଣ୍ଡ ଶେଷ ହେବା ଏବଂ ପ୍ରଥମ ସେମିଫାଇନାଲ ଆରମ୍ଭ ହେବା ପୂର୍ବରୁ ଆଇସିସି ଟି -୨୦ ମାନ୍ୟତା ପ୍ରକାଶ କରିଛି । ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ୪ ଟି ସ୍ଥାନ ତଳକୁ ଖସିଥିବା ବେଳେ କେଏଲ ରାହୁଲ ନିଜର ଚମତ୍କାର ବ୍ୟାଟିଂ ହେତୁ ତିନୋଟି ସ୍ଥାନ ଉପରକୁ ଉଠିଛନ୍ତିି । ୟୁଏଇ ଏବଂ ଓମାନରେ ଚାଲିଥିବା ଟି -୨୦ ବିଶ୍ୱକପରେ ଭାରତର ଯାତ୍ରା ସୁପର ୧୨ ପର୍ଯ୍ୟାୟରେ ଶେଷ ହୋଇଥିଲା । ଏଠାରେ ଖେଳାଯାଇଥିବା ୫ ଟି ମ୍ୟାଚରେ ରାହୁଲ ଭାରତ ପାଇଁ ସର୍ବାଧିକ ୧୯୪ ରନ୍‌ ସଂଗ୍ରହ କରିଥିବାବେଳେ ବିରାଟ ମାତ୍ର ୬୮ ରନ୍‌ ସଂଗ୍ରହ କରିଛନ୍ତି । ତେବେ ବିରାଟଙ୍କ କମ୍‌ ରନ୍‌ ହେବାର ଗୋଟିଏ କାରଣ ହେଉଛି ବ୍ୟାଟିଂ ଅଭାବ ।
ସେ କେବଳ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ସମ୍ପୂର୍ଣ୍ଣ ବ୍ୟାଟିଂ କରିବାର ସୁଯୋଗ ପାଇଥିଲେ । ଏଥିରେ ସେ ପାକିସ୍ତାନ ବିପକ୍ଷରେ ୫୭ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ୯ ସ୍କୋର କରିଥିଲେ । ଏହା ବ୍ୟତୀତ ସେ ସ୍କଟଲ୍ୟାଣ୍ଡ ବିପକ୍ଷରେ ୨ ରନ୍‌ କରିଥିଲେ । ଏହି ଟି -୨୦ ବିଶ୍ୱକପରେ ବିରାଟ ହାରାହାରି ୩୩ । ଆଇସିସି ସର୍ବଶେଷ ଟି -୨୦ ମାନ୍ୟତା ପ୍ରକାଶ କରିଛି ଯେଉଁଥିରେ ପାକିସ୍ତାନ ଅଧିନାୟକ ବାବର ଆଜାମ ପୂର୍ବ ପରି ଏକ ନମ୍ବର ସ୍ଥାନରେ ରହିଛନ୍ତ । ଏହି ର଼୍ୟାଙ୍କିଙ୍ଗରେ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କ୍ରାମ ମଧ୍ୟ ତିନୋଟି ପଦବୀରେ ଉନ୍ନତି ଆଣିଛନ୍ତି ଏବଂ ତୃତୀୟ ସ୍ଥାନରେ ଅଛନ୍ତି ।
ବୋଲରଙ୍କ ବିଷୟରେ କହିବାକୁ ଗଲେ ୱାନିନ୍ଦୁ ହସରାଙ୍ଗା ପୂର୍ବ ପରି ଏକ ନମ୍ବରରେ ଅଛନ୍ତି । ଏଠାରେ ଅଷ୍ର୍ଟ୍ରେଲିଆର ଆଡାମ ଜାମ୍ପା ଏବଂ ଜୋସ୍‌ ହାଜଲେଉଡ୍‌ ଏକ ଲମ୍ଫ ଦେଇଛନ୍ତି । ଜାମ୍ପା ପାଞ୍ଚ ନମ୍ବରରେ ପହଞ୍ଚି ଥିବା ବେଳେ ହାଜଲେଉଡ୍‌ ୧୧ ଟି ସ୍ଥାନ ଉପରକୁ ଉଠି ଆଠ ନମ୍ବରରେ ପହଞ୍ଚିଛି । ଶ୍ରେଷ୍ଠ ୧୦ ଖେଳାଳିଙ୍କ ତାଲିକାରେ କୌଣସି ଭାରତୀୟ ଖେଳାଳିଙ୍କ ନାମ ନାହିଁ ।

hiranchal ad1
Leave A Reply

Your email address will not be published.

three × three =