ଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ପୁଣି ବିରାଟଙ୍କୁ ବିଶ୍ରାମ

0 125

ନୂଆଦିଲ୍ଲୀ : ଚଳିତ ମାସ ଶେଷରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆର ଦଳ ଘୋଷଣା ହୋଇଛି । ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ (ବିସିସିଆଇ) କାରିବିଆନ୍‌ ଗସ୍ତରେ ଅନୁଷ୍ଠିତ ହେବାକୁ ଥିବା ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ ପାଇଁ ୧୮ ଜଣିଆ ଦଳ ଚୟନ କରିଛି । ଏହି ଗସ୍ତରେ ରୋହିତ ଶର୍ମା ଟି -୨୦ ସିରିଜରେ ଦଳର ଅଧିନାୟକ ଥିବାବେଳେ ବିରାଟ କୋହଲିଙ୍କୁ ପୁଣି ଥରେ ବିଶ୍ରାମ ଦିଆଯାଇଛି ।

ଆଶ୍ଚର୍ଯ୍ୟଜନକ କଥା ହେଉଛି ଆର ଅଶ୍ୱିନ ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅଫ୍‌ ସ୍ପିନର ପ୍ରଥମ ଟି-୨୦ ବିଶ୍ୱକପ୍‌ରେ ଏକ ସୁଯୋଗ ପାଇଥିଲେ, କିନ୍ତୁ ଏହା ପରେ ସେ କେବଳ ଗୋଟିଏ ସିରିଜ୍‌ ଖେଳିବା ପରେ ଦଳରୁ ବାଦ ପଡିଥିଲେ । ତେବେ ଭଲ କଥା ହେଉଛି କେ.ଏଲ୍‌ ରାହୁଲ ଏବଂ କୁଲଦୀପ ଯାଦବ ମଧ୍ୟ ଫେରିଛନ୍ତି, କିନ୍ତୁ ଏହି ଖେଳାଳି ଦ୍ୱୟ ନିଜର ଫିଟନେସ ଟେଷ୍ଟ ପାସ କରିବା ପରେ ଦଳରେ ଯୋଗ ଦେଇପାରିବେ ବୋଲି କୁହାଯାଇଛଇ ।
ବିରାଟ କୋହଲିଙ୍କ ବ୍ୟତୀତ ଜସପ୍ରୀତ ବୁମ୍ରାଙ୍କୁ ମଧ୍ୟ ଏହି ଗସ୍ତ ପାଇଁ ବିଶ୍ରାମ ଦିଆଯାଇଛି । ବିରାଟ କୋହଲି, ଯିଏକି ଏକଦିବସୀୟ ସିରିଜର ଅଂଶ ନୁହଁନ୍ତି, ବୋଧହୁଏ ଆଘାତ ହେତୁ ଏହି ଗସ୍ତକୁ ଯିବେ ନାହିଁ । ଏଥିସହିତ ଅଗଷ୍ଟ ଶେଷରେ ଟିମ୍‌ ଇଣ୍ଡିଆକୁ ଏସିଆ କପ୍‌ ଖେଳିବାକୁ ପଡୁଥିବାରୁ ଜସପ୍ରୀତ ବୁମ୍ରାଙ୍କୁ କାର୍ଯ୍ୟଭାର ପରିଚାଳନା ଅଧୀନରେ ବିଶ୍ରାମ ଦିଆଯାଇଛି । ଏଭଳି ପରିସ୍ଥିତିରେ ଖେଳାଳିଙ୍କୁ ବିଶ୍ରାମ ଦେବା ଆବଶ୍ୟକ ।

hiring

ଭାରତ ଦଳ
ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, କେ.ଏଲ୍‌ ରାହୁଲ , ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଶ୍ରେୟସ ଆୟର, ଦୀନେଶ କାର୍ତ୍ତିକ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଆର ଅଶ୍ୱିନ, ରବି ବିଷ୍ଣୋଇ କୁଲଦୀପ ଯାଦବ , ଆବେଶ ଖାନ, ହର୍ଷଲ ପଟେଲ ଏବଂ ଅର୍ଶଦୀପ ସିଂ ।

କେ.ଏଲ୍‌ ରାହୁଲ ଏବଂ କୁଲଦୀପ ଯାଦବଙ୍କ ଫିଟନେସ୍‌ ଉପରେ ନିର୍ଭର କରେ

ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ଅନ୍ତର୍ଜାତୀୟ ସିରିଜ୍‌ ଜୁଲାଇ ୨୯ ରୁ ଆରମ୍ଭ ହେବ ଯାହା ଅଗଷ୍ଟ ୭ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ତିନୋଟି ମ୍ୟାଚ୍‌ କାରିବିଆନ୍‌ ମାଟିରେ ଖେଳାଯିବ ଏବଂ ଆମେରିକାରେରେ ଦୁଇଟି ମ୍ୟାଚ୍‌ ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚ୍‌ ଜୁଲାଇ ୨୯ ରେ, ଦ୍ୱିତୀୟ ଅଗଷ୍ଟ ୧ ରେ, ତୃତୀୟ ଅଗଷ୍ଟ ୨ ରେ, ଚତୁର୍ଥ ଅଗଷ୍ଟ ୬ ରେ ଏବଂ ପଞ୍ଚମ ଅଗଷ୍ଟ ୭ ରେ ଖେଳାଯିବ ।

hiranchal ad1
Leave A Reply

Your email address will not be published.

11 − 2 =