ମ୍ୟାନ୍‌ ଅଫ ଦି ପୁରସ୍କାର ପାଇବା ପରେ ଭାବୁକ ହୋଇପଡିଲେ ଉମେଶ, ଜାଣନ୍ତୁ କାହିଁକି

0 79

ମୁମ୍ବାଇ : ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗ୍‌ସକୁ କୋଲକତା ନାଇଟ ରାଇଡର୍ସ ୬ ଉଇକେଟରେ ହରାଇ ନିଜର ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚରେ କୋଲକତା ପକ୍ଷରୁ ଉମେଶ ଯାଦବ ହିରୋ ହୋଇଥିଲେ । ସେ ତାଙ୍କ ପ୍ରଦର୍ଶନ ପାଇଁ ମ୍ୟାନ୍‌ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ । ସେ ଚେନ୍ନାଇ ଦୁଇ ଓପନରଙ୍କୁ ଶସ୍ତାରେ ଆଉଟ୍‌ କରି ମ୍ୟାଚର ଗତିପଥକୁ ବଦଳାଇବାରେ ସକ୍ଷମ ହୋଇଥିଲେ । ମ୍ୟାଚ ପରେ ପୁରସ୍କାର ବିତରଣ ଉତ୍ସବରେ ତାଙ୍କୁ ପଚରାଯାଇଥିଲା ଯେ, ଆଜି ଆପଣଙ୍କ ଦିନ ଥିଲା କି ? ଏହାର ଜବାବ ଯାଦବ କହିଥିଲେ କେତକଙ୍କ ପାଇଁ ୨/୩ ଟି ମ୍ୟାଚ ପରେ ଏମିତି ଦିନ ଆସିଥାଏ । କିନ୍ତୁ ମୋ ପାଇଁ ୨ ବର୍ଷ ପରେ ଆସିଛି ବୋଲି ସେ ଭାବୁକ ହୋଇ କହିଥିଲେ । ଉମେଶ ଯାଦବ ମ୍ୟାଚରେ ୪ ଓଭର ବୋଲିଂ କରି ୨୦ ରନ ଦେଇ ୨ଉଇକେଟ ନେଇଥିଲେ । ଉମେଶ ଯାଦବ ଦୀର୍ଘ ଦୁଇ ବର୍ଷେ କୌଣସି ଏକ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଛନ୍ତି । ତେଣୁ ସେ ତାଙ୍କର ବୋଲିଂ ଫିଗରକୁ ଦେଖି ଭାବୁକ ହୋଇପଡିଥିଲେ । ଏହି ମ୍ୟାଚରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୩୧ ରନ କରିଥିଲା । ଏହାର ଜବାବରେ କୋଲକତା ସହଜରେ ୪ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା । ଚେନ୍ନାଇ ପକ୍ଷରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୫୦ ରନ କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen + fourteen =