ଆଇସୋଲେସନରେ ଅଣ୍ଡର-୧୯ କ୍ୟାପଟେନଙ୍କ ସମେତ ୬ ଖେଳାଳି

0 59

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜରେ ୧୯ ବର୍ଷରୁ କମ ବିଶ୍ୱ କପ ଖେଳୁଥିବା ଭାରତୀୟ ଦଳ ଅଧିନାୟକ ୟଶ ଢୁଲ ଏବଂ ଉପ ଅଧିନାୟକ ଏସକେ ରଶିଦଙ୍କ ସହିତ ଛଅ ଖେଳାଳି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସମସ୍ତ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି । ଅଧିନାୟକ ଢୁଲ କରୋନା ସଂକ୍ରମିତ ହେବାରୁ ଭାରତୀୟ ଦଳ ଆୟରଲାଣ୍ଡ ବିପକ୍ଷ ନିଜର ଦ୍ୱିତୀୟ ମ୍ୟାଚ୍‌ରେ ନିଶାନ୍ତ ସିନ୍ଧୁଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇଛି । ଦ୍ୱିତୀୟ ମ୍ୟାଚ୍‌ ଜାନୁଆରୀ ୧୯ ଅର୍ଥାତ ଆଜି ଖେଳାଯାଇଛି । ବିସିସିଆଇ ଅଧିକାରୀ ଖେଳାଳି କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

three + 7 =