ନୂଆଦିଲ୍ଲୀ : ରୋହିତ ଶର୍ମାଙ୍କ ପରେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ମଧ୍ୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଇଂଲଣ୍ଡ ଗସ୍ତ ପୂର୍ବରୁ ସେ ଏହି ଘୋଷଣା କରିଛନ୍ତି । ଗତ କିଛି ଦିନ ହେଲା ବିରାଟ କୋହଲିଙ୍କ ଅବସର ନେଇ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଉଥିଲା । ଆଜି ସେ ବିଧିବଦ୍ଧ ଭାବେ ଏହି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏହି ୩୬ ବର୍ଷିୟ କ୍ରିକେଟର ୧୨୩ ଟେଷ୍ଟ ଖେଳି ୯୨୩୦ ରନ କରିଛନ୍ତି । ଏଥିରେ ୩୦ଟି ଶତକ ରହିଥିବା ବେଳେ ୩୧ଟି ଅର୍ଦ୍ଧଶତକ ରହିଛି । ଏହି ସଂପର୍କରେ ସେ ସୋସିଆଲ ମିଡିଆରେ ସେ ସୂଚନା ଦେଇଛନ୍ତି ।

କୋହଲି ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଟେଷ୍ଟ କ୍ରିକେଟରେ ମୁଁ ପ୍ରଥମ ଥର ପାଇଁ ବ୍ଲୁ ଟୋପି ପିନ୍ଧିବାର ୧୪ ବର୍ଷ ହୋଇଗଲାଣି ।’ ମୁଁ ସତରେ କେବେ କଳ୍ପନା କରି ନଥିଲି ଯେ ଏହି ଫର୍ମାଟ୍ ମୋତେ କେଉଁଠାକୁ ନେଇଯିବ । ଏହା ମୋତେ ପରୀକ୍ଷା କଲା, ମୋତେ ଗଢ଼ି ତୋଳିଲା ଏବଂ ମୋତେ ଏପରି ଶିକ୍ଷା ଦେଲା ଯାହା ମୁଁ ମୋ ଜୀବନର ବାକି ସମୟ ପାଇଁ ମୋ ସହିତ ବହନ କରିବି ।
ସେ ଆହୁରି ଲେଖିଛନ୍ତି, ‘ଧଳା ପୋଷାକ ପିନ୍ଧି ଖେଳିବା ଏକ ଅତ୍ୟନ୍ତ ବ୍ୟକ୍ତିଗତ ଅଭିଜ୍ଞତା ।’ ଶାନ୍ତ ପରିବେଶ, ଲମ୍ବା ଦିନ, ଛୋଟ ଛୋଟ ମୁହୂର୍ତ୍ତ ଯାହାକୁ କେହି ଦେଖିପାରନ୍ତି ନାହିଁ, କିନ୍ତୁ ସେଗୁଡ଼ିକ ସବୁଦିନ ପାଇଁ ଆପଣଙ୍କ ସହିତ ରହିଥାଏ । ମୁଁ ଏହି ଫର୍ମାଟରୁ ଦୂରେଇ ଯିବା ସହଜ ନୁହେଁ – କିନ୍ତୁ ଏହା ଠିକ୍ ଲାଗୁଛି ।’
କୋହଲି ଲେଖିଛନ୍ତି, ‘ମୁଁ ମୋର ସର୍ବସ୍ୱ ଦେଇଛି, ଏବଂ ଏହା ମୋତେ ଆଶା କରିଥିବାଠାରୁ ଅଧିକ ଦେଇଛି ।’ ମୁଁ କୃତଜ୍ଞତାରେ ପୂର୍ଣ୍ଣ ହୃଦୟ ସହିତ ବିଦାୟ ନେଉଛି – ଖେଳ ପାଇଁ, ମୁଁ ଯେଉଁମାନଙ୍କ ସହିତ ପଡ଼ିଆ ସେୟାର କରିଥିଲି, ଏବଂ ଏହି ରାସ୍ତାରେ ମୋତେ ଦେଖୁଥିବା ସମସ୍ତଙ୍କ ପାଇଁ ।
ଏହି ୩୬ ବର୍ଷିୟ କ୍ରିକେଟର ୧୨୩ ଟେଷ୍ଟ ଖେଳି ୯୨୩୦ ରନ କରିଛନ୍ତି । ଏଥିରେ ୩୦ଟି ଶତକ ରହିଥିବା ବେଳେ ୩୧ଟି ଅର୍ଦ୍ଧଶତକ ରହିଛି ।

