ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ୧-୨ରେ ହାରିବା ପରେ ବିରାଟ କୋହଲି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଶନିବାର ଅପରାହ୍ନରେ ବିରାଟ କୋହଲି ଟେଷ୍ଟ ଟିମର ଅଧିନାୟକ ପଦ ଛାଡି ଦେଇଛନ୍ତି । ବିରାଟ କୋହଲି ଏ ସଂପର୍କରେ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ବିରାଟ କୋହଲି ଟ୍ୱିଟ୍ କରି ଲେଖିଛନ୍ତି ଯେ, ଗତ ୭ ବର୍ଷ କଡା ସଂଘର୍ଷ ଓ ଟିମକୁ ଶିଖରରେ ପହଞ୍ଚାଇବା ପାଇଁ ମୁଁ ସବୁବେଳେ କାମ କରିଛି । ମୁଁ ମୋର କାମ ବିନା କୌଣସି ସ୍ୱାର୍ଥରେ କରିଛି । କିନ୍ତୁ ସବୁ ଯାତ୍ରାର ଗୋଟିଏ ଅନ୍ତ ଥାଏ, ମୁଁ ପାଇଁ ଟେଷ୍ଟ ଅଧିନାୟକ ପଦ ଛାଡିବା ଏହା ପ୍ରକୃତ ସମୟ ବୋଲି ସେ ଲେଖିଛନ୍ତି ।ସୂଚନାଯୋଗ୍ୟ ଯେ ଟି -୨୦ ବିଶ୍ୱକପ ପରେ କୋହଲି ମଧ୍ୟ ଟି -୨୦ ଦଳର ଅଧିନାୟକତ୍ୱ ଛାଡିଛନ୍ତି । ଏଥି ସହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବିସିସିଆଇ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ଦେଇଛି ।