ହ୍ରାସ ପାଉଛି କୋହଲିଙ୍କ ପ୍ରଦର୍ଶନ, ରୋହିତଙ୍କ ବ୍ୟାଟିଂ ଗ୍ରାଫ୍‌ ଉପରମୁୁହାଁ

0 107

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବରରେ ଥିବାବେଳେ ସୀମିତ ଓଭର ଉପ-ଅଧିନାୟକ ରୋହିତ ଶର୍ମା ୪୪ତମ ସ୍ଥାନରେ ଥିଲେ । ସେ ଏହି ସମୟରେ୨୭ ଟି ମ୍ୟାଚ ଖେଳି ୧୫୮୫ ରନ୍‌ ସଂଗ୍ରହ କରିଥିଲେ । ତାଙ୍କର ଆଭରେଜ ୪୦ରୁ କମ୍‌ ଥିଲା । ସେ ସେହି ସମୟରେ ଭାରତୀୟ ଟେଷ୍ଟରେ ଦଳରେ ସ୍ଥାନ ପକ୍କା କରିବାକୁ ଖେଳୁଥିଲେ । ସେହି ବର୍ଷ ରୋହିତ ଏକଦିବସୀୟ ବିଶ୍ୱକପ୍‌ରେ ପାଞ୍ଚ ଶତକ ହାସଲ କରି ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେହି ଦିନଠାରୁ ତାଙ୍କର ପ୍ରଦର୍ଶନରେ ଉନ୍ନତି ଘଟିଥିବା ବେଳେ ବିରାଟ କୋହଲିଙ୍କ ପ୍ରଦର୍ଶନ ଲଗାତାର ଭାବେ ନିମ୍ନଗାମୀ ହେଉଥିବା ପରିଲକ୍ଷିତ ହେଉଛି । ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଡବ୍ଲ୍ୟୁଟିସିର ଦ୍ୱିତୀୟ ପର୍ଯ୍ୟାୟରେ ଭାରତୀୟ ଦଳ ଇଂଲଣ୍ଡ ସହ ମୁହାଁମୁହିଁ ହୋଇଛନ୍ତି । ଏଥିରେ ରୋହିତ ଦୁଇଟି ମ୍ୟାଚରେ ୧୫୨ ରନ୍‌ ସଂଗ୍ରହ କରିଥିବାବେଳେ କୋହଲି ମାତ୍ର ୬୨ ରନ୍‌ କରିଛନ୍ତି । ଅଗଷ୍ଟ ୨୫ ରୁ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜର ତୃତୀୟ ଟେଷ୍ଟ ଖେଳାଯିବ ।

hiring


କୋହଲିଙ୍କ ଟେଷ୍ଟ କ୍ୟାରିୟର ପାଇଁ ୨୦୧୮ ବର୍ଷ ବହୁତ ଭଲ ଥିଲା । ସେହିବର୍ଷ କୋହଲି ୧୩ ଟି ମ୍ୟାଚ୍‌ ଖେଳି ହାରାହାରି ୫୫.୦୮ ରେ ୧୩୨୨ ରନ୍‌ ସ୍କୋର କରିଥିଲେ । ସେ ପାଞ୍ଚଟି ଶତକ ମଧ୍ୟ ଅର୍ଜନ କରିଥିଲେ । ସେହି ପ୍ରଦର୍ଶନ ଆଧାରରେ ୨୧ ଅଗଷ୍ଟ ୨୦୧୮ ରେ ବିଶ୍ୱର ଏକନମ୍ବର ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇପାରିଥିଲେ । ବର୍ଷ ଶେଷ ପର୍ଯ୍ୟନ୍ତ ସେ ଏହି ସ୍ଥାନ ଦଖଲ କରିଥିଲେ । କିନ୍ତୁ ୨୦୧୮ ପରେ କୋହଲିଙ୍କ ବ୍ୟାଟ୍‌ରୁ ଆଉ ସେଭଳି ରନ ବର୍ଷା ହେଉନାହିଁ । ୨୦୧୯ ରେ ଯେତେବେଳେ ଡବ୍ଲ୍ୟୁଟିସି-୧ ଆରମ୍ଭ ହେଲା, ସେତେବେଳେ ସମସ୍ତ ଭାରତୀୟ ସେମାନଙ୍କ ଅଧିନାୟକଙ୍କଠାରୁ ଏକ ଶକ୍ତିଶାଳୀ ପ୍ରଦର୍ଶନ ଆଶା କରୁଥିଲେ । କିନ୍ତୁ ସେଥିରେ ସେ ବିଫଳ ହୋଇଥିଲେ । ଯଦିଓ ଦଳ ଫାଇନାଲରେ ପହଞ୍ଚି ନ୍ୟୁଜିଲ୍ୟାଣ୍ଡଠୁ ପରାସ୍ତ ହୋଇଥିଲା । ୨୦୧୮ ରେ ଇଂଲଣ୍ଡ ବିପକ୍ଷରେ ଦୁଇଟି ଶତକ ସହ ପାଞ୍ଚ ମ୍ୟାଚ୍‌ ରେ ୫୯୩ ରନ୍‌ ସ୍କୋର କରିଥିବା କୋହଲି ଏପର୍ଯ୍ୟନ୍ତ ଏହି ଭ୍ରମଣରେ ୪ଟି ଇନିଂସରେ ଅର୍ଦ୍ଧଶତକ ଅର୍ଜନ କରିପାରିନାହାନ୍ତି ।
୨୦୧୮ରେ କୋହଲି ବିଦେଶୀ ମାଟିରେ ଆଧିପତ୍ୟ ବିସ୍ତାର କରୁଥିଲେ । ସେ ବିଦେଶରେ ୧୩ ଟି ମ୍ୟାଚ ମଧ୍ୟରୁ ୧୧ଟି ଖେଳି ୧୧୩୮ ରନ୍‌ ସ୍କୋର କରିଥିଲେ ଯେଉଁଥିରେ ଚାରିଟି ଶତକ ଅନ୍ତର୍ଭୁକ୍ତ ଥିଲା । ୨୦୧୯ ରେ ମଧ୍ୟ ସେ ହାରାହାରି ୬୮.୦୦ ରେ ୮ଟି ମ୍ୟାଚ୍‌ ରେ ୬୧୨ ରନ୍‌ ସ୍କୋର କରିଥିଲେ । ଏହି ସମୟରେ ସେ ଦୁଇ ଶତକ ମଧ୍ୟ ସ୍କୋର କରିଥିଲେ । ସେ ଉଭୟ ଶତକ ଘରୋଇ ମାଟିରେ ଅର୍ଜନ କରିଥିଲେ । ଗୋଟିଏ ଶତକ ସେ ବାଂଲାଦେଶ ବିପକ୍ଷରେ ଏବଂ ଅନ୍ୟ ଗୋଟିଏ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅର୍ଜନ କରିଥିଲେ, ଯେଉଁଥିରେ ତାଙ୍କର ଅପରାଜିତ ୨୫୪ ରନ୍‌ ରହିଥିଲା । ୨୦୨୦ ରେ, ସେ ହାରାହାରି ୧୯.୩୩ ରେ ତିନୋଟି ମ୍ୟାଚ୍‌ ରେ ୧୧୬ ରନ୍‌ କରିଥିଲେ । ସେହି ଦିନଠାରୁ ତାଙ୍କର ପ୍ରଦର୍ଶନ ନିମ୍ନମୁଖୀ ହେବାରେ ଲାଗିଛି । ଏହାର ପ୍ରଭାବ ମଧ୍ୟ ତାଙ୍କର ମାନ୍ୟତା ପଡିଥିଲା । ଦିନକୁ ଦନ ତାଙ୍କର ମାନ୍ୟତା ମଧ୍ୟ ନିମ୍ନମୁଖୀ ହେଉଛି ।
ରୋହିତ ୨୦୧୮ ରେ କେବଳ ଚାରୋଟି ଟେଷ୍ଟ ଖେଳିବାକୁ ସକ୍ଷମ ହୋଇଥିଲେ । ଏହି ସମୟ ମଧ୍ୟରେ ସେ ୧୮୪ ରନ୍‌ ସ୍କୋର କରିଥିଲେ ଏବଂ ତାଙ୍କର ଶ୍ରେଷ୍ଠ ସ୍କୋର ୬୩ ରନ୍‌ କରିନଥିଲା । ଦଳରେ ତାଙ୍କର ସ୍ଥାନ ସ୍ଥାୟୀ ନଥିଲା କିନ୍ତୁ ମୁମ୍ବାଇ ବ୍ୟାଟ୍ସମ୍ୟାନ୍‌ ତାଙ୍କ ପ୍ରଦର୍ଶନରେ ଉନ୍ନତି ଜାରି ରଖିଥିଲେ ଏବଂ ୨୦୧୯ ରେ ହାରାହାରି ୯୨.୬୬ ରେ ପାଞ୍ଚ ମ୍ୟାଚ୍‌ ରେ ୫୫୬ ରନ୍‌ ସ୍କୋର କରିଥିଲେ । ଏହି ସମୟ ମଧ୍ୟରେ ସେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ଶତକ ଅର୍ଜନ କରିଥିଲେ । ଇଂଲଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି ନିଜର କ୍ୟାରିୟରର ଶ୍ରେଷ୍ଠ ମାନ୍ୟତାରେ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି ।

hiranchal ad1
Leave A Reply

Your email address will not be published.

5 + seven =