ଖୁସି ଖବର : କରୋନାକୁ ହରାଇଲେ ସାହା, ଇଂଲଣ୍ଡରେ ସିରିଜ ଖେଳିବେ

0 406

ନୂଆଦିଲ୍ଲୀ : ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହା କରୋନା ସଂକ୍ରମଣରୁ ମୁକ୍ତି ପାଇଛନ୍ତି ଏବଂ ଆସନ୍ତା ମାସରେ ଭାରତ ଇଂଲଣ୍ଡ ଗସ୍ତରେ ଉପଲବ୍ଧ ହେବେ । ଦିଲ୍ଲୀର ଏକ ହୋଟେଲରେ କ୍ୱାରେଣ୍ଟାଇନ ଶେଷ କରିବା ପରେ ସାହା କୋଲକାତାରେ ତାଙ୍କ ଘରେ ପହଞ୍ଚିଛନ୍ତି । ଇଂଲଣ୍ଡ ଯାଉଥିବା ଦଳ ପାଇଁ ତାଙ୍କୁ ଚୟନ କରାଯାଇଥିଲା । ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିଥିବା ସାହା, ଅନ୍ୟତମ ଖେଳାଳି ଯିଏକି ସ୍ଥଗିତ ଆଇପିଏଲ୍ ୨୦୨୧ ରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।
ସାହାଙ୍କ ନିକଟତମ ସୂତ୍ରରୁ ଜଣାପଡିଛି ଯେ, ଗତକାଲି ରିଦ୍ଧିମାନ ସାହା ଘରକୁ ଫେରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଇଂଲଣ୍ଡ ଯିବା ପୂର୍ବରୁ ଟିମ୍ ଇଣ୍ଡିଆକୁ ମୁମ୍ବାଇର କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ଦଳରେ ଯୋଗଦେବା ପୂର୍ବରୁ ସାହାଙ୍କୁ ଆଉ ଏକ କରୋନା ଆର୍‌ଟିପିସିଆ ଟେଷ୍ଟ ଦେବାକୁ ପଡିବ । ଯଦି ଏଥିରେ ତାଙ୍କ ରିପୋର୍ଟ ନେଗେଟିଭ ଆସିବ ତେବେ ସେ ଦଳରେ ଯୋଗ ଦେଇପାରିବେ ।
ସୂଚନାଯୋଗ୍ୟ ଯେ, ଆସନ୍ତ ଜୁନ ୧୮ ଠାରୁ ସାଉଥମ୍ପଟନରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ । ଏହା ପରେ ଅଗଷ୍ଟ-ସେପ୍ଟେମ୍ବରରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ । ଚାରି ଦିନ ପୂର୍ବେ ସାହାଙ୍କ ଦୁଇଟି ରିପୋର୍ଟ ମଧ୍ୟରୁ ଗୋଟିଏ ପଜିଟିଭ ଆସିଥିଲେ । ଏହା ପରେ ତାଙ୍କର କ୍ୱାରେଣ୍ଟାଇନ ଅବଧିକୁ ବଢାଇ ଦିଆଯାଇଥିଲା ।
ଦେଶର କରୋନା ଦ୍ୱିତୀୟ ଲହରୀ ଯୋଗୁଁ ଆଇପିଏଲ ଅଧାରୁ ସ୍ଥଗିତ ହୋଇଥିଲା । ଖେଳାଳୀଙ୍କୁ କରୋନାରୁ ରକ୍ଷା କରିବା ପାଇଁ ସେମାନଙ୍କୁ ବାୟୋ ବବୁଲରେ ରଖାଯାଇଥିଲା, କିନ୍ତୁ କରୋନା ଏଠାକୁ ମଧ୍ୟ ପ୍ରବେଶ କରିଥିଲା । ଏଥିରେ ଚାରି ଜଣ ଖେଳାଳି ଏବଂ ଦୁଇ କୋଚ୍ ସଂକ୍ରମିତ ହୋଇଥିଲେ । ଏହାପରେ ଟୁର୍ନାମେଣ୍ଟକୁ ସ୍ଥଗିତ ରଖିବାକୁ ପଡିଥିଲା । ସେତେବେଳକୁ ୨୯ ଟି ମ୍ୟାଚ୍ ହୋଇଥିଲା । ପ୍ରଥମେ କୋଲକାତା ନାଇଟ୍ ରାଇଡର୍ସ ବୋଲର ବରୁଣ ଚକ୍ରବର୍ତ୍ତୀ ଏବଂ ସନ୍ଦୀପ ୱାରିଅର୍ ଏବଂ ଚେନ୍ନାଇ ବୋଲିଂ କୋଚ୍ ଏଲ୍ ବାଲାଜୀ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଦିଲ୍ଲୀର ବୋଲର ଅମିତ ମିଶ୍ର ଏବଂ ରିଦ୍ଧିମାନ ସାହା ସଂକ୍ରମିତ ହେବାର କିଛି ସମୟ ପରେ ଟୁର୍ନାମେଣ୍ଟକୁ ବନ୍ଦ କରିବାକୁ ପଡିଥିଲା । ଚେନ୍ନାଇ ବ୍ୟାଟିଂ ପ୍ରଶିକ୍ଷକ ମାଇକେଲ ହସି, କୋଲକାତାର ଟିମ୍ ସେଫର୍ଟ ଏବଂ ପ୍ରସିଦ୍ଧ କୃଷ୍ଣ ମଧ୍ୟ ସଂକ୍ରମିତ ହୋଇଥିବା ହୋଇଥିଲେ । ଇଂଲଣ୍ଡ ଗସ୍ତ ପାଇଁ କୃଷ୍ଣଙ୍କୁ ମଧ୍ୟ ଚୟନ କରାଯାଇଛି ।

hiranchal ad1
Leave A Reply

Your email address will not be published.

17 + 8 =