କଣ୍ଟାମାଳରେ ଜ଼ିଲ୍ଲାପାଳ ଏବଂ ଏସ.ପି.ଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର

0 69

କଣ୍ଟାମାଳ,୧୨/୧୨- କଣ୍ଟାମାଳ ବ୍ଳକ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । । ଜିଲ୍ଲାପାଳ ସତ୍ୟରଂଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନାଙ୍କ ଉପସ୍ଥିତିରେ ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସମୁଦାୟ ୪୪ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୩୩ ଗୋଟି ବ୍ୟକ୍ତିଗତ ମାମଲା ଓ ୧୧ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା । ସେଥିମଧ୍ୟରୁ ୧୦ ଜଣଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୩୪ ହଜାର ଟଙ୍କା ଓ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ୨୨ ଗୋଟି ଅଭିଯୋଗର ôତତକାଳ ସମାଧାନ କରାଯାଇଥିଲା । ଏହି ଯୁଗ୍ମ ଜନ ଶୁଣାଣୀ କାର୍ଯ୍ୟକ୍ରମରେ ବିଳାସପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ପଦରପଡାର କଲ୍ୟାଣ ବେହେରା, ଖଟଖଟିଆ ଗ୍ରାମ ପଂଚାୟତ ଶଙ୍କରପୁର ଗ୍ରାମ ର ଗୌର ଖେତୀ ଏବଂ ଖୁଣ୍ଟିଗୁରା ଗ୍ରାମ ପଂଚାୟତ ଅନ୍ତର୍ଗତ ମସିଣାଗୁରା ଗ୍ରାମର ଦୁର୍ଜନ ଭେସ୍ରାଙ୍କୁ ତିନିଚକିଆ ସାଇକେଲ ଜ଼ିଲ୍ଲାପାଳ ପ୍ରଦାନ କରିଥିଲେ । ଏଥି ସହିତ ଦାମୋଦର ବିଭାର, ଘଣ୍ଟାପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ସୁର୍କା ଭଟାଙ୍କୁ ତିନି ଚକିଆ ସାଇକେଲ ସହ ଆଶା ବାଡ଼ି ପ୍ରଦାନ କରାଯାଇଥିଲା । ଜନଶୁଣାଣୀ କାର୍ଯ୍ୟକ୍ରମ ପରେ ଜ଼ିଲ୍ଲାପାଳ ଓଡିଶା ଆଦର୍ଶ ବିଦ୍ୟାଳୟ, ଅଇଁଲାଚୁଆଁରେ ପହଞ୍ଚିଥିଲେ । ବିଦ୍ୟାଳୟ ପରିସରରେ ନିର୍ମାଣଧୀନ ଶ୍ରେଣୀ ଗୃହ ନିମ୍ନମାନର ଇଟାରେ ନିର୍ମିତ ହେଉଥିବା ବେଳେ ସେଠାରେ ଆଦୌ ପାଣି ଦିଆ ଯାଉନଥିବା ଦେଖିବାକୁ ମିଳିଥିଲା । କ୍ୱାଲିଟି ଖରାପ ଥିବାରୁ କାମ ବନ୍ଦ କରିବାକୁ କଣ୍ଟ୍ରାକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜ଼ିଲ୍ଲାପାଳ ସମସ୍ତ ଶ୍ରେଣୀ ଗୃହକୁ ଯାଇ ସେମାନଙ୍କ ସୁବିଧା, ଅସୁବିଧା ବିଷୟରେ ବୁଝିବା ସହ ଭଲ ପାଠ ପଢି, ଭଲ ମାର୍କ ରଖି ବଡ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟ ର ୪ ଗୋଟି ସ୍ମାର୍ଟ ବୋର୍ଡ ମଧରୁ ୨ ଟି ଚାଲୁଥିବା ବେଳେ ଭୋଲଟେଜ କମ କାରଣରୁ ଆଉ ୨ଟି ଚାଲୁ ନଥିବା ସ୍କୁଲ କର୍ତ୍ତୃପକ୍ଷ ଜ଼ିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୁଷମ ଖାଦ୍ୟ, ଉତ୍ତମ ସ୍ୱାସ୍ଥ୍ୟ, ଭଲ ପାଠ, ଭଲ ପୋଷାକ, ଜୀବନ ଚର୍ଯ୍ୟା ଠିକ ରଖିବା, କ୍ରୀଡା ସହ ନିଜ ନିଜ କ୍ୟାରିଅର ଗଢିବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହିତ ପରିସ୍ରାଗାର, ଶୌଚାଳୟ ସଫା ସୁତରା ରଖିବା, କବାଟ ଏବଂ ଝରକା ଠିକ ରଖିବା ସହିତ ଖିଡ଼ିକି ଲାଗୁ ନଥିବାରୁ ସେଗୁଡିକ ଠିକ ଠାକ କରିବା, ପିଲାଙ୍କୁ ଦୈନନ୍ଦିନ ତାଲିକାକରି ସେ ହିସାବରେ ସୁଷମ ଖାଦ୍ୟ ତଥା ପୃଷ୍ଟିକର ଖାଦ୍ୟ ଦେବାପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ବିଦ୍ୟାଳୟ ଶିକ୍ଷକମାନଙ୍କ ଗ୍ରୀଭାନ୍ସ ଶୁଣିଥିଲେ । ବିଦ୍ୟାଳୟର ସୁପରିଚାଳନା ପାଇଁ ସମସ୍ତେ ମିଳିମିଶି ଏକଜୁଟ ଭାବେ କାମ କରିବା ପାଇଁ ସମସ୍ତ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେପରେ ମନମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଖାନା ପରିସରକୁ ସଫାସୁତରା ରଖିବାସହ ଅବ୍ୟବହୃତ ସାମଗ୍ରୀ ଉଠାଇ ପରିଷ୍କାର ରଖିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଜ଼ିଲ୍ଲାପାଳ ହସ୍ପିଟାଲ ପରିସର ବୁଲି ଦେଖିଥିଲେ । ଏହି ପରିଦର୍ଶନ ସମୟରେ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ନୂତନ ଉପ -ଜ଼ିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

12 − four =