କୃତଜ୍ଞତା ଜଣାଇଲେ ବିଧାୟକ

0 17

ନୟାଗଡ଼ – ପଞ୍ଚମ ଥର ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏଥି ନିମନ୍ତେ ସେ ପ୍ରତ୍ୟେକ ପଞ୍ଚାୟତକୁ ଯାଇ ଲୋକ ମାନଙ୍କ ଦୁଃଖ ସୁଖରେ ସାମିଲ ହେବା ସହିତ ଜନତାଙ୍କୁ କୃତଜ୍ଞତା ଜଣାଉଛନ୍ତି । ଆଜି ନୟାଗଡ଼ ବ୍ଲକର ନବଘନପୁର, ଲେଙ୍କୁଡ଼ିପଡ଼ା, ମାଛିପଡ଼ା, ନଡ଼ିଆଳି,ରାଜପାଟଣା, ଲାଠିଁପଡା ଓ ଗମ୍ଭାରିଡିହି ପଞ୍ଚାୟତ ବୁଲି ଲୋକଙ୍କ ସହିତ ସାମିଲ ହୋଇଥିଲେ । ଜନତା ଦେଇଥିବା ଆଶୀର୍ବାଦ ପାଇଁ ସେ କୃତଜ୍ଞତା ଜଣାଇଛନ୍ତି । ବିଗତ ଦିନ ମାନଙ୍କରେ ଯେପରି ବିକାଶ ମୁଳକ କାର୍ଯ୍ୟ ହୋଇଛି ଆଗାମୀ ଦିନରେ ସେହିପରି ଭାବରେ କାର୍ଯ୍ୟ ଚାଲୁ ରହିବ । ନୟାଗଡ଼ରେ ନିର୍ବାଚନ ମଣ୍ଡଳୀରେ ବିଗତ ଦିନରେ ଯେପରି ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯାଇ ସଫଳ ହୋଇଛି ଆଗାମୀ ଦିନ ମାନଙ୍କରେ ସେପରି ଭାବରେ ଶାନ୍ତି ବଜାୟ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।ଶାନ୍ତି ପ୍ରତିଷ୍ଠା ହେଲେ ବିକାଶ ଆପେ ଆପେ ହେବ ବୋଲି ସେ କହିଥିଲେ । ମୁଁ ସଦାସର୍ବଦା ଆପଣ ମାନଙ୍କ ସାଥ୍‌ରେ ଅଛି । ଆପଣ ମାନେ ସେବା କରିବାର ସୁଯୋଗ ଦେଇଥିବାରୁ ଆଗାମୀ ଦିନରେ ନିରନ୍ଧର ସେବା ଅବ୍ୟାହତ ରହିବ ବୋ ବୋଲି ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ସାମିଲ ହୋଇଥିବା ବେଳେ ସମସ୍ତ ପଞ୍ଚାୟତର ଜନ ପ୍ରତିନିଧି ଓ ମୁରବି ମାନେ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

thirteen − seven =