କୋଭିଡ୍-୧୯ରୁ ନିଜ କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ ବେଦାନ୍ତ ଝାରସୁଗୁଡ଼ାର କଡ଼ା ପଦକ୍ଷେପ

0 930

ଝାରସୁଗୁଡ଼ା: ଓଡ଼ିଶାରେ ବଢ଼ୁଥିବା କୋଭିଡ୍-୧୯ର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷ ଦେଶର ସର୍ବବୃହତ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଏହାର କର୍ମଚାରୀ, ପରିବାର ଏବଂ ବ୍ୟବସାୟୀ ସହଭାଗୀମାନଙ୍କୁ ଏହି ରୋଗରୁ ରକ୍ଷା କରିବା ପାଇଁ ଝାରସୁଗୁଡ଼ାସ୍ଥିତ ଏହାର ଆଲୁମିନିୟମ ସ୍ମେଲ୍ଟରରେ ପ୍ରତିଷେଧକ ବ୍ୟବସ୍ଥା ତଥା ପରିଚାଳନା ତଦାରଖକୁ ତୀବ୍ର କରିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା କରୋନା ଉପଯୋଗୀ ନିୟମାବଳୀ ପ୍ରସଙ୍ଗକୁ କଡ଼ାକଡ଼ି ପାଳନ କରି କମ୍ପାନୀ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛି । ଏହି ପରିପ୍ରେକ୍ଷୀରେ, ଆମର କର୍ମଚାରୀ, ପରିବାର, ବ୍ୟବସାୟ ସହଭାଗୀ ଏବଂ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଆମ ପାଇଁ ଅମୂଲ୍ୟ ସମ୍ପଦ ବୋଲି ବେଦାନ୍ତ ଝାରସୁଗୁଡ଼ାର ସିଇଓ ସିଏନ୍ ସିଂ ମତବ୍ୟକ୍ତ କରିଛନ୍ତି । ଆମେ ସମସ୍ତ ନିର୍ଦ୍ଦେଶାବଳୀ ଏବଂ ପ୍ରୋଟୋକୋଲଗୁଡ଼ିକୁ କଡ଼ାକଡ଼ି ପାଳନ କରୁଛୁ ଏବଂ ମହାମାରୀରୁ ଆମର ଅଭିଜ୍ଞତା ଓ ଶିକ୍ଷାକୁ ବ୍ୟବହାର କରି, ଆମର ଲୋକମାନଙ୍କୁ ଆମର ଦକ୍ଷତାର ସହ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରିବୁ ବୋଲି ସିଂ କହିଛନ୍ତି । ବେଦାନ୍ତ ଟାଉନସିପ୍ ଆପୋଲୋ କ୍ଲିନିକର ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ସୁଦାମୟ ନାୟକ କହିଛନ୍ତି, “ଏଠାରେ ସମସ୍ତଙ୍କ ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି କରିବା ପାଇଁ ଆମେ ବେଦାନ୍ତର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହିତ ଉତ୍ସର୍ଗୀକୃତ ଭାବେ କାମ କରୁଛୁ । ବେଦାନ୍ତ ଏହାର କର୍ମଚାରୀ, ପରିବାରର ସଦସ୍ୟଙ୍କ ସୁରକ୍ଷିତ ରଖିବା ପାଇଁ ଦୃଢ଼ ପଦକ୍ଷେପମାନ ଗ୍ରହଣ କରିଛି ଏବଂ ସାମୂହିକ ଭାବେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ଆମେ ଅନବରତ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

eleven − 2 =