କୋଭିଡ଼ ଯୋଦ୍ଧାଙ୍କୁ ବେଦାନ୍ତ ପକ୍ଷରୁ ସମ୍ମାନ

0 920

ଭୁବନେଶ୍ୱର : ବେଦାନ୍ତ କେୟାରସ ଓ ପ୍ରଥମ ଇ-ଟାଉନହଲ ପକ୍ଷରୁ ଗୋଷ୍ଠୀ ସହଯୋଗରେ କଂପାନୀ ସହ ୭ଟି ସ୍ଥାନରେ ସହଭାଗିତା କରିଥିବା କୋଭିଡ଼ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ କାର୍ଯ୍ୟ ପ୍ରତି ସ୍ୱୀକୃତି ଜଣାଇବା ଉଦ୍ଦେଶ୍ୟରେ ବେଦାନ୍ତ ଚେୟାରମ୍ୟାନଙ୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ସହଯୋଗୀଙ୍କୁ ସମ୍ମାନ ଜଣାଇବାକୁ ଯାଇ ବେଦାନ୍ତ ସ୍ୱତନ୍ତ୍ର ଚେୟାରମ୍ୟାନ ପୁରସ୍କାର ପ୍ରଚଳନ କରିଛି ଏବଂ ଶ୍ରୀ ଅଗ୍ରୱାଲ ବ୍ୟକ୍ତିଗତ ଭାବେ ସମସ୍ତ ସହଯୋଗୀ ଓ ଏନଜିଓଙ୍କ କାର୍ଯ୍ୟପ୍ରତି ସ୍ୱୀକୃତି ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ଯୋଗୁଁ କୋଭିଡ଼ ମହାମାରୀ ସମୟରେ ବେଦାନ୍ତ ଦୁର୍ଦ୍ଦିନରେ ଥିବା ପ୍ରବାସୀ ଶ୍ରମିକ ଓ ଦିନ ମଜୁରିଆଙ୍କ ନିକଟରେ ପହଞ୍ଚିପାରିଛି ।
ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ଉଦ୍‌ବୋଧନ ଦେଇ ବେଦାନ୍ତ ଚେୟାରମ୍ୟାନ ଶ୍ରୀ ଅନୀଲ ଅଗ୍ରୱାଲ କହିଥିଲେ ଯେ, ଦେଶ ସହ ଆମେ ସମସ୍ତେ ଏହି ମହାମାରୀ ମୁକାବିଲା ପାଇଁ ଏକତ୍ର ସଂଗ୍ରାମ କରୁଛୁ । ଜନସାଧାରଣ ଓ ଗୋଷ୍ଠୀକୁ ପ୍ରତିବଦଳରେ କିଛି ପ୍ରଦାନ କରିବା ବେଦାନ୍ତର ଦର୍ଶନ ଅଟେ । କୋଭିଡ଼ ସମୟରେ ଜନସାଧାରଣଙ୍କ ପ୍ରତି ବେଦାନ୍ତ ସହଯୋଗର ହାତ ବଢ଼ାଇଛି । ଏଥିପାଇଁ ସେ ବେଦାନ୍ତର ପ୍ରତ୍ୟେକ ସଦସ୍ୟ, ସହଯୋଗୀ, ଏନ୍‌ଜିଓଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ । ଆଗାମୀ ଦିନରେ ଏହି କାର୍ଯ୍ୟ ଜାରି ରହିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟ ପାଇଁ ଅକ୍ଷୟ ପାତ୍ର ଫାଉଣ୍ଡେସନ, ଡିଏନଆର ଫାଉଣ୍ଡେସନ, ମଞ୍ଜରୀ ଫାଉଣ୍ଡେସନ, ବାରମର ଜନସେବା ସଂସ୍ଥାନ, ଏସଆରଓୟୁଟି ଏବଂ ୱାଇଓଡ଼ିଏ ଆଦି ସ୍ୱେଚ୍ଛାସେବୀ ସଂସ୍ଥାକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ସହଯୋଗୀ ସଂସ୍ଥା ତାନ ସିଂହ ଚୌହାନ ଏଣ୍ଡ କଂପାନୀ, ରାଜେନ୍ଦ୍ର ମେକାନିକାଲ ପ୍ରାଇଭେଟ ଲିମିଟେଡ଼, ଚେନ୍ନାଇ ରାଧା ଇଞ୍ଜିନିୟରିଂ ୱାର୍କସ୍‌, ଆଇଏସ୍‌ଏସ୍ ଫେସିଲିଟି ସର୍ଭିସେସ୍‌, ୱେଷ୍ଟର୍ଣ କେରିୟରସ୍‌, ଏସ୍‌ଟିଇଏଜି, ୱେଲ୍‌ସ୍‌ପ୍ରିଗଂ ହେଲଥ୍‌କେୟର, ଲେମନ ଟ୍ରି ହସପିଟାଲ ସର୍ଭିସେସ୍‌, ଦୀନେଶ କୁମାର, ଦୃଷ୍ଟି ଫାଉଣ୍ଡେସନ ଆଦିଙ୍କୁ ସମ୍ମାନିତ କରାଯାଇଥିଲା ।
ଏହି ଅବସରରେ ଅକ୍ଷୟ ପାତ୍ର ଫାଉଣ୍ଡେସନର ମୁଖ୍ୟ ମାର୍କେଟିଂ ଅଧିକାରୀ ସନ୍ଦୀପ ତଲୱାର, ମଞ୍ଜରୀ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଂଜୟ ଶର୍ମା, ଡିଏନଆର ଫାଉଣ୍ଡେସନ ସଚିବ ଅଭିଶେଷ ଶର୍ମା, ଏସଆରଓୟୁଟିର ନିର୍ଦ୍ଦେଶକ ଡିସ୍‌କନ ମାସି, ବାରମର ଜନସେବା ସଂସ୍ଥାର ପରିଚାଳନା ଟ୍ରଷ୍ଟି ରମେଶ ମଙ୍ଗଲ, ୱାଇଓଡ଼ିଏର ସହ-ପ୍ରତିଷ୍ଠାତା ପୂଜା ସକ୍‌ପାଲ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ରାଜ୍ୟ ପାଣ୍ଠି, ପିଏମ କେୟାର ପାଣ୍ଠି ଏବଂ ଅନ୍ୟ ରିଲିଫ ବାବଦକୁ ବେଦାନ୍ତ ୨୦୧ କୋଟି ଟଙ୍କା ବ୍ୟୟ କରିଛି । ବେଦାନ୍ତର କର୍ମଚାରୀମାନେ ପିଏମ କେୟାର ପାଣ୍ଠିକୁ ଗୋଟିଏ ଦିନର ଦରମା ଦାନ କରିଛନ୍ତି । ମିଲ ଫର ଅଲ କାର୍ଯ୍ୟକ୍ରମରେ କୋଭିଡ଼ ସମୟରେ ବେଦାନ୍ତ ୧୩ ଲକ୍ଷଙ୍କୁ ଖାଦ୍ୟ ବିତରଣ କରିଛି । ଏଥିସହ ପ୍ରତିଦିନ ୫୦,୦୦୦ ପଶୁଙ୍କୁ ଖାଦ୍ୟ ଯୋଗାଣ ପାଇଁ ବେଦାନ୍ତ ପଦକ୍ଷେପ ଗ୍ରହଣ କରିଛି । କଂପାନୀ ପକ୍ଷରୁ ୭ ଲକ୍ଷ ମୁଖା, ୧ ଲକ୍ଷ ସାବୁନ ଓ ସାନିଟାଇଜର, ଯୋଗାଇ ଦିଆଯାଇଛି । ଏଥିସହ ୨୩ଟି ପିପିଇ ପ୍ରସ୍ତୁତକାରୀ ମେସିନ ଆମଦାନୀ କରାଯାଇଛି । ଏଥିରେ ସପ୍ତାହକୁ ୪୦ ହଜାରରୁ ଅଧିକ ପିପିଇ ପ୍ରସ୍ତୁତ କରାଯାଇପାରିବ ।

hiranchal ad1
Leave A Reply

Your email address will not be published.

four × 4 =