ଜାଗ୍ରତ କନ୍ଧମାଳ ପକ୍ଷରୁ ରାଲି ଓ ବିରାଟ ସାଧାରଣ ସଭା: ଆମ୍ବେଦକରଙ୍କର ୬୬ତମ ତିରୋଧାନ ଦିବସ ପାଳିତ

0 465

ଫୁଲବାଣୀ:

ସମ୍ବିଧାନ ପ୍ରଣେତା, ଭାରତ ରତ୍ନ ପ୍ରାପ୍ତ ବାବା ସାହେବ ଆମ୍ବେଦକରଙ୍କ ୬୬ତମ ତିରୋଧାନ ଦିବସ ଅବସରରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଜାଗ୍ରତ କନ୍ଧମାଳ ପକ୍ଷରୁ ସଂଗଠନ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରାଙ୍କ ନେତୃତ୍ୱରେ ଜାଗ୍ରତ କନ୍ଧମାଳ ପକ୍ଷରୁ ରାଲି ସ୍ଥାନୀୟ ମାଦିକୁନ୍ଦା ଛକ ଠାରୁ ଆରମ୍ଭ ହୋଇ କୋର୍ଟ ଛକ ସ୍ଥିତ ଗାନ୍ଧି ସ୍ମୃତି ଭବନ ଠାରେ ପହଞ୍ଚିଥିଲା । ସେଠାରେ ଜାଗ୍ରତ କନ୍ଧମାଳ ଓଡ଼ିଶା ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କର ତିରୋଧାନ ଦିବସରେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ସଭା ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସତ୍ୟ ନାରାୟଣ ବେହେରା ପ୍ରଥମେ ବକ୍ତବ୍ୟ ରଖିଥିଲେ ଯେ ଏହି ସାମାଜିକ ସଂଘଠନ କୌଣସି ରାଜନୈତିକ ଦଳ ସହ ଜଡିତ ନୁହେଁ ଏହା ସମଗ୍ର ଦଳିତ ଅବହେଳିତ ଜନସାଧାରଣଙ୍କ ନାର୍ଯ୍ୟ ଅଧିକାର ପ୍ରାପ୍ୟ ପାଇଁ ସରକାରଙ୍କ ନିକଟରେ ହକ ପାଇଁ ଦାବୀ ଉପସ୍ଥାପନ କରି ସମସ୍ୟା ସମାଧାନ କରିବାର ଏକ ମାତ୍ର ଅନୁଷ୍ଠାନ । ବୈଠକରେ ମୁଖ୍ୟ ଅତିଥି ଭାବେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରା ଯୋଗଦେଇ ବାବା ସାହେବଙ୍କୁ କିପରି ବାଲ୍ୟ ଶିକ୍ଷା ସମୟରେ ଅସ୍ପୃଶ୍ୟତାର ଶିକାର ହେବାକୁ ପଡୁଥିଲା ସେ ଉପରେ ବକ୍ତବ୍ୟ ରଖିଥିଲେ ।

ସଭାର ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଳବ ସଭାପତି ସୁନୀଲ କୁମାର ପଟ୍ଟନାୟକ ଯୋଗଦେଇ ଆମ୍ବେଦକରଙ୍କର ନୀତି ଆଦର୍ଶ ଗୁଣ ଗାରିମାକୁ ଆପଣେଇବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଶ୍ରମିକ ନେତା ତଥା ଏଆଇସିସି ସଦସ୍ୟ ଘନ କୁମାର ଶବର ଯୋଗ ଦେଇ ଜାଗ୍ରତ କନ୍ଧମାଳ ସାମାଜିକ ସଂଗଠନ ହେଉଛି ଓଡ଼ିଶାର ଦଳିତ ଅବହେଳିତଙ୍କ ସ୍ୱର ବୋଲି କହିଥିଲେ । ସେହିପରି କନ୍ଧମାଳ ମିଡ଼ିଆ ଫୋରମର ସଭାପତି ସୁନିଲ ବିଶ୍ୱାଳ ଆଜିର ଦିନରେ ଦୁର୍ନୀତିକୁ ବିରୋଧ କରି ନିଜର ହକ ମାଗିବାକୁ ଏପରି ଜାଗ୍ରତ କନ୍ଧମାଳ ପକ୍ଷରୁ ରାଲି କରି ସାମାଜିକ ସଂଗଠନ ଜରିଆରେ ହିଁ ଆପଣ ମାନେ ପାଇପାରିବେ ବୋଲି ଉପସ୍ଥିତ ଶତାଧିକ ସଦସ୍ୟ ଙ୍କୁ ପରାମର୍ଶ ଦେଇଥିଲେ ।

hiring

ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀର ସୁନାମଧନ୍ୟ କଣ୍ଠଶିଳ୍ପୀ ଜଳନ୍ଧର ବେହେରା,ସଂଘଠନର ସଭାପତି ପ୍ରଶାନ୍ତ ମହାନ୍ତି, ଶ୍ୱେତାବନ ପୁଜାରୀ ସଭାପତି ପୁଜାରୀ ଖଣ୍ଡାୟତ ସମାଜ କନ୍ଧମାଳ, ଅରୁଣ ନାୟକ ସୁଦ୍ର ସମାଜ ସଭାପତି କନ୍ଧମାଳ,ପାଳକ ସମିତି ଫିରିଙ୍ଗିଆର ଜୁନେଶ ଦିଗଲଙ୍କ ସମେତ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ସାମ୍ବାଦିକ ଆଦିତ୍ୟ ତ୍ରିପାଠୀ, ସୂର୍ଯ୍ୟ ନାରାୟଣ ବେହେରା, କ୍ଷୀରୋଦ ସାହାଣୀ ପ୍ରମୁଖ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।

ଏଥି ସହିତ ଜାଗ୍ରତ କନ୍ଧମାଳ ଏକ ସାମାଜିକ ସଂଗଠନ ହୋଇଥିବାରୁ କନ୍ଧମାଳର ଜନସାଧାରଣଙ୍କ ହିତ ନିମନ୍ତେ କେତେକ ଦାବୀ ଜାହାକି ଜିଲ୍ଲାର ନିହାତି ଜରୁରୀ ସମସ୍ୟା ଆଜି ପର୍ଯ୍ୟନ୍ତ ପୁରଣ ହୋଇପାରୁନି ସେ ସବୁର ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଅନୁରୋଧ ପତ୍ର ପ୍ରେରଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଅଧିକ ଜାଣିବା ପାଇଁ ଆମ ସହ ଯୋଡି ରୁହନ୍ତୁ hiranchal news ରେ ।

ଦାଦନ ଶ୍ରମିକ ଉଦ୍ଧାର, କେବେ ଗିରଫ ହେବେ ସର୍ଦ୍ଦାର ?

hiranchal ad1
Leave A Reply

Your email address will not be published.

12 + eighteen =