ଫୁଲବାଣୀ : ତୁମୁଡିବନ୍ଧର ଡ଼ଃ ଆମ୍ବେଦକର ଛକରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ପିତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା, ସଂସ୍କାର, ସଂସ୍କୃତିକୁ ପ୍ରାଧାନ୍ୟ ଦେଉଥିବା ଏହି ଅନୁଷ୍ଠାନରେ ଆୟୋଜିତ ସମ୍ମିଳନୀରେ ପ୍ରଧାନାଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଅଭିଭାବକ, ଶିଶୁ ଆଚାର୍ଯ୍ୟ ଓ ପରିଚାଳନା ସମିତି ଶିଶୁ ମନ୍ଦିର ଚାରୋଟି ସୁଦୃଢ ସ୍ତମ୍ଭ ବୋଲି କହିଥିଲେ । ସମସ୍ତଙ୍କ ସହ ସହାଭାଗିତା କାମନା କରି ଶିଶୁଙ୍କର ସାମଗ୍ରିକ ବିକାଶ କରିବାକୁ ଆହ୍ୱାନ ଦେଇଥିଲେ ।
ମାତୃ ଭାରତୀର ସଦସ୍ୟ ତଥା ପଲ୍ଲିଶ୍ରୀ ସଂଗୀତ ବିଦ୍ୟାଳୟ ପ୍ରଧାନାଚାର୍ଯ୍ୟ ମଧୁମିତା ମେହେର ଯୋଗଦେଇ ଶିଶୁମାନଙ୍କ ପାଇଁ ପିତା ମାତାଙ୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ସଭାପତି ପୁରୁଷୋତ୍ତମ ଲେଙ୍କା ଅଧ୍ୟକ୍ଷତା କରି ସମସ୍ତଙ୍କ ସହଯୋଗରେ ବିଦ୍ୟାଳୟର ଉନ୍ନତି ସମ୍ଭବ ବୋଲି କହିଥିଲା ବେଳେ ସମ୍ପାଦକ ହୀରାଲାଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏକ ସୁସ୍ଥ ବାତାବରଣ ଭିତରେ ବିଦ୍ୟାଳୟର ଶୈକ୍ଷିକ, ସାଂଗଠନିକ, ତଥା ସାମଗ୍ରିକ ବିକାଶ ବିଷୟରେ ସମସ୍ତ ଅଭିଭାବକ ଓ ଅଭିଭାବିକା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ପରିଚାଳନା ସମିତିର ଉପସଭାପତି ପ୍ରସନ୍ନ ସାହୁ, ସଦସ୍ୟ ସୁଶାନ୍ତ କୁମାର ପାତ୍ର, ଆଚାର୍ଯ୍ୟା ସସ୍ମିତା ପଣ୍ଡା, ସରସ୍ୱତୀ ନାୟକ ପୁଷ୍ପଲତା ନାୟକ, ପ୍ରମୋଦ ନାୟକ, ଲିପିମା ମଲ୍ଲିକ ପ୍ରଭୃତି ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post