ନିଷ୍କାସନ ହୋଇ ପାରୁନି ନର୍ଦମା ପାଣି

0 39

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସମେତ ଆଖପାଖ ଅଞ୍ଚଳରେ ପାରଳା ରାଜ ପରିବାର ପକ୍ଷରୁ ବିଭିନ୍ନ କେନାଲ ଓ ଡ୍ରେନେଜ ମାନ ନିର୍ମାଣ କରାଯାଇଥିଲା I ପର୍ଯ୍ୟାୟ କ୍ରମେ ପ୍ରଶାସନିକ ଅବହେଳା ଯୋଗୁଁ କିଛି କେନାଲରେ ଅନାବନା ଗଛ ଉଠିଲାଣି ତ ଆଉ କିଛି କେନାଲରେ ଆବର୍ଜନା ଭର୍ତ୍ତି ହୋଇରହିଛି I ପାରଳାଖେମୁଣ୍ଡି ସହରର ଆବର୍ଜନା ପାଣିକୁ ବାକିଟି ସାହି ସ୍ଥିତ ଏକ ବନ୍ଧରେ ବିଶୁଦ୍ଧ କରଣ କରି ଆବର୍ଜନା ହଟାଇବା ପରେ ଏହି ଜଳକୁ କେନାଲ ମାଧ୍ୟମରେ ପଡୋଶୀ ଆନ୍ଧ୍ର ପ୍ରଦେଶ ପୁରୁଣା ପାଟଣା ମଣ୍ଡଳମର ଗୋପାଳପୁର ରାସ୍ତାରେ ଥିବା କେନାଲ ମାଧ୍ୟମରେ ନଦୀରେ ମିଶୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସହରର ଜନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ପ୍ଲାଷ୍ଟିକ, ଏବଂ ପଲିଥିନ ବ୍ୟବହାର ବଢିବା ପରେ ଏହି ଡ୍ରେନେରେ ଧୀରେ ଧୀରେ ପ୍ଲାଷ୍ଟିକ ଆବର୍ଜନା ଭର୍ତ୍ତି ହେବାରେ ଲାଗିଲା।ସହରର ବିଭିନ୍ନ ନାଳର ଆବର୍ଜନା ପାଣି ଏହି ନାଳ ଦେଇ ଯାଇ ପଡୋଶୀ ଆନ୍ଧ୍ରପ୍ରଦେଶର ଚାଷ ଜମି ଗୁଡିକରେ ପ୍ରବେଶ କରୁଛି। ଯାହା ଫଳରେ ସେମାନଙ୍କ ଜମିର ଚାଷ ନଷ୍ଟ ହେବା ସହ ଉକ୍ତ ଏବେ ଆଉ ଚାଷ ଉପଯୋଗୀ ହୋଇ ପାରିନାହିଁ। ତେଣୁ ଏହି ଅଞ୍ଚଳର ଚାଷୀ ମାନେ ନିଜ ଚାଷ ଜମିକୁ ସୁରକ୍ଷା ଦେବା ପାଇଁ ଏହି ନାଳ ଉପରେ ଆଡିବନ୍ଧ ବାନ୍ଧିବା ସହ ଏହି ପାଣିକୁ ଆଉ ଆଗକୁ ଯିବା ପାଇଁ ଦେଉନାହାନ୍ତି। ଏହି ଭଳି ନାଳର ପାଣି ଓ ଆବର୍ଜନାକୁ ସେଠାକାର ଲୋକେ ଅଟକାଇବା ଫଳରେ ଏହି ନାଳରେ ଆବର୍ଜନା ଭର୍ତ୍ତି ହୋଇ ରହିଛି।

hiranchal ad1
Leave A Reply

Your email address will not be published.

four × three =